କେନାଲରେ ବୁଡ଼ିଲା ହାଇସ୍ପିଡ୍ କାର; ଗୋଟିଏ ପରିବାରର ୫ ମୃତ
ପ୍ରୟାଗରାଜ, ୧୪।୧୦: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ବେଗରେ ଯାଉଥିବା ଏକ କାର ନିୟନ୍ତ୍ରଣ ହରାଇ ଗୋଟିଏ କେନାଲ ମଧ୍ୟକୁ ଖସି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ…
ଜେନେରେଟର ବ୍ୟବହାର ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ, ୧୪।୧୦: ଜାତୀୟ ରାଜଧାନୀ ଦିଲ୍ଲୀରେ ଦ୍ରୁତବେଗରେ ବଢ଼ି ଚାଲିଥିବା ବାୟୁ ପ୍ରଦୂଷଣକୁ ରୋକିବା ଲାଗି ବୁଧବାର ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅତ୍ୟାବଶକୀୟ ତଥା ଜରୁରୀକାଳୀନ ସେବା ବ୍ୟତୀତ ଡିଜେଲ୍, ପେଟ୍ରୋଲ ଓ…
ଅକ୍ଟୋବର ୧୭ରୁ ଖୋଲିବ ଷ୍ଟାଚ୍ୟୁ ଅଫ୍ ୟୁନିଟି
ଅହମଦାବାଦ,୧୪।୧୦-ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତୀ ଷ୍ଟାଚ୍ୟୁ ଅଫ୍ ୟୁନିଟି ଅକ୍ଟୋବର ୧୭ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ମହାମାରୀ କରୋନା ସକାଶେ ଗୁଜୁରାଟ ସରକାର ଏହାକୁ ମାର୍ଚ୍ଚ ମାସରୁ ବନ୍ଦ ରଖିଥିଲେ। ତେବେ କରୋନା ଗାଇଡଲାଇନ ଅନୁସାରେ ଏହାର ପରିଚାଳନା ହେବ। ପର୍ଯ୍ୟଟକମାନେ…
ସରକାରୀ ନିଯୁକ୍ତିରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ
ଚଣ୍ଡିଗଡ଼, ୧୪।୧୦: ମହିଳା ସଶକ୍ତିକରଣ ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପଞ୍ଜାବର କଗ୍ରେସ ସରକାର। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ସରକାରୀ ଚାକିରିରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ରାଜ୍ୟ କ୍ୟାବିନେଟ୍ ପଞ୍ଜାବ…
ବର୍ଷା ଜଳରେ ଭାସିଗଲେ ଯୁବକ: ଭିଡିଓ ଭାଇରାଲ
ହାଇଦ୍ରାବାଦ,୧୪।୧୦-ହାଇଦ୍ରାବାଦରେ ତାଣ୍ଡବ ରହିଛି ଲଗାଣ ବର୍ଷା। ଫଳରେ ସହରରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିସ୍ଥିତିରେ ହାଇଦ୍ରାବାଦରୁ ଆସିଛି ଏକ ହୃଦୟ ବିଦାରକ ଭିଡିଓ। ଜଣେ ବ୍ୟକ୍ତି କିପରି ବର୍ଷା ପାଣିରେ ରାସ୍ତାରେ ଭାସି ଯାଉଛନ୍ତି,…
ବିଶିଷ୍ଟ କୁଚିପୁଡି ନୃତ୍ୟଶିଳ୍ପୀ ଶୋଭା ନାଇଡୁଙ୍କ ପରଲୋକ
ନୂଆଦିଲ୍ଲୀ,୧୪।୧୦-ବିଶିଷ୍ଟ କୁଚିପୁଡି ନୃତ୍ୟଶିଳ୍ପୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶୋଭା ନାଇଡୁ(୬୪)ଙ୍କ ବୁଧବାର ପରଲୋକ ହୋଇଯାଇଛି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛିମାସ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ…
ଚିନ୍ମୟାନନ୍ଦଙ୍କୁ ଆଶ୍ୱସ୍ତି: କୋର୍ଟରେ ମନ୍ତବ୍ୟ ବଦଳାଇଲେ ବଳାତ୍କାର ଅଭିଯୋଗ ଆଣିଥିବା ଛାତ୍ରୀ
ଲକ୍ଷ୍ନୌ, ୧୪।୧୦: ଭାଜପା ଏମ୍ପି ତଥା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଚିନ୍ମୟାନନ୍ଦ ଓରଫ୍ କୃଷ୍ଣପାଳ ସିଂଙ୍କୁ ବଳାତ୍କାର ମାମଲାରେ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ୨୩ ବର୍ଷ ବୟସ୍କା ଆଇନ ଛାତ୍ରୀ ନିଜର ମନ୍ତବ୍ୟ ବଦଳାଇବାରୁ ସମ୍ପୃକ୍ତ…
ଶୋପିଆନ୍ରେ ଏନ୍କାଉଣ୍ଟର: ୨ ଆତଙ୍କବାଦୀ ମୃତ
ଶ୍ରୀନଗର, ୧୪।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅପରେଶନରେ ବୁଧବାର ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିିଳିଛି। ଶୋପିଆନ୍ ଜିଲାର ଚକୁରା ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଠାରେ କିଛି ଆତଙ୍କବାଦୀ ଲୁଚି ଥିବା ଖବର ମିଳିବାପରେ…
ଉତ୍ତରପ୍ରଦେଶ: ପ୍ରିୟଙ୍କା ଗାନ୍ଧୀ ହୋଇ ପାରନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ !
ଲକ୍ଷ୍ନୌ, ୧୪।୧୦: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ଏକ ମନ୍ତବ୍ୟ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରିୟଙ୍କା କହିଛନ୍ତି ଯେ, ଉତ୍ତରପ୍ରଦେଶରେ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନରେ ଯଦି କଂଗ୍ରେସ ସରକାର ଗଠନ କରେ, ତେବେ…
ଗୃହବନ୍ଦୀରୁ ମୁକୁଳିବା ପରେ ପ୍ରଥମଥର ପାଇଁ ଦଳୀୟ ବୈଠକ ଡକାଇଲେ ମେହବୁବା
ଶ୍ରୀନଗର,୧୪।୧୦: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଗୃହବନ୍ଦୀରୁ ୧୪ ମାସ ପରେ ମୁକ୍ତ କରାଯାଇଛି। ଗୃହବନ୍ଦୀରୁ ମୁକ୍ତ ପରେ ତାଙ୍କର ପ୍ରଥମ ଫଟୋ ପ୍ରକାଶ ପାଇଛି। ଫଟୋରେ ସେ ପିଡିପି ନେତାଙ୍କ ସହ ସାକ୍ଷାତ କରୁଥିବା ଦେଖିବାକୁ ମିଳିଛି।…
୫୮ ବର୍ଷରେ ପ୍ରଥମ ଥର ପାଇଁ ଏଲ୍ଏସିରେ ମାଇନସ୍ ତାପମାତ୍ରାରେ ବି ଭାରତ-ଚାଇନା ମୁହାଁମୁହିଁ
ଲେହ, ୧୪।୧୦: ପୂର୍ବ ଲଦାଖର ଏଲ୍ଏସିରେ ଗତ ୫୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମାଇନସ୍ ତାପମାତ୍ରାରେ ଭାରତ ଏବଂ ଚାଇନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ଅକ୍ଟୋବର ନଭେମ୍ବରରେ ଏଠାକାର ତାପମାତ୍ରା ମାଇନସ୍ ୧୪ ଡିଗ୍ରୀ ପର୍ଯ୍ୟନ୍ତ ଖସି ଯାଇଥାଏ।…
ଡ୍ରୋନ୍ ଆକ୍ରମଣ ହେବ ବିଫଳ: ଏଲ୍ଓସିରେ ଭାରତୀୟ ଯବାନଙ୍କୁ ୨୮ ଦିନିଆ ତାଲିମ
ଶ୍ରୀନଗର, ୧୪।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍ଓସି)ରେ ଡ୍ରୋନ୍ ଆକ୍ରମଣର ଭୟ ରହିଛି। ଏହାଦ୍ୱାରା ଭାରତୀୟ ଯବାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ପାକିିସ୍ତାନ ସୈନ୍ୟ ଅବା ଆତଙ୍କବାଦୀଙ୍କ ପକ୍ଷରୁ କରାଯାଉଥିବା ଡ୍ରୋନ୍ ଆକ୍ରମଣକୁ…
Archives


