ଅକାଳି ଦଳର ମୋଦି ପ୍ରେମ: ମେଣ୍ଟ ନ କରି ବି ପୋଷ୍ଟରରେ ମୋଦିଙ୍କ ଛବି
ଫିରୋଜପୁର,୨୫ ।୧: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଅକାଳିଦଳ ଭାରତୀୟ ଜନତା ପାର୍ଟି(ଭାଜପା) ସହ ମେଣ୍ଟ କଲାନାହିଁ । ହେଲେ ଦଳର ମୋଦି ପ୍ରେମ ଏବେ ପ୍ରଚାର ସମୟରେ ଦେଖିବାକୁ ମିଳିଛି । ଫିରୋଜପୁର ଜିଲାର ଜଲାଲାବାଦ ବିଧାନସଭା ଆସନରୁ ଶିରୋମଣି…
ଗୋଟିଏ ବୋତଲ ରକ୍ତ ଦିଅ, ଏକ କିଲୋ ଚିକେନ ନିଅ
ମୁମ୍ବାଇ,୨୫ ।୧: ଶିବାସେନାର ସଂସ୍ଥାପକ ସ୍ୱର୍ଗତ ବାଲ ଠାକରେଙ୍କ ଜୟନ୍ତି ଅବସରରେ ମହାରାଷ୍ଟ୍ରର ଉହ୍ଲାସନଗରରେ ଦଳ ପକ୍ଷରୁ ଏକ ଅଦ୍ଭୁତ ଅଫର ଦିଆଯାଇଛି । ବାଲ ଠାକରେଙ୍କ ଜୟନ୍ତି ଅବସରରେ ଉହ୍ଲାସନଗରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଠାରେ…
ଅଲଗା ସମୟରେ ହେବ ଲୋକ ସଭା, ରାଜ୍ୟ ସଭା ଅଧିବେଶନ
ନୂଆଦିଲ୍ଲୀ,୨୪।୧: ଜାନୁୟାରୀ ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକ ସଭା ଓ ରାଜ୍ୟ ସଭା ଅଲଗା ସମୟରେ କରିବାକୁ ନିଷ୍ପତ୍ତି ହୋଇଛି। ଫେବୃୟାରୀ ୧ରେ ବଜେଟ ଉପସ୍ଥାପନ ଲାଗି ଲୋକ ସଭା…
ଶୋରୁମ୍ରେ ଚାଷୀଙ୍କୁ କହିଲେ ‘ପାଖରେ ୧୦ ଟଙ୍କା ନାହିଁ, ଗାଡ଼ି କିଣିବାକୁ ଆସିଛ’, ତା’ ପରେ
ବାଙ୍ଗାଲୋର,୨୪।୧: ବୋଲେରୋ ପିକ୍ ଅପ୍ ଟ୍ରକ କିଣିବାକୁ ଶୋରୁମ୍ ଆସିଥିବା ଜଣେ ଚାଷୀଙ୍କୁ ଅପମାନ ଦେଇଥିଲେ ଜଣେ ସେଲ୍ସମ୍ୟାନ। ଉତ୍ତ୍ୟକ୍ତ ହୋଇ ଚାଷୀ ଘଣ୍ଟାକ ମଧ୍ୟରେ ଟଙ୍କା ନେଇ ଆସିଥିଲେ। ଶେଷରେ କ୍ଷମାପ୍ରାର୍ଥନା କରିଥିଲେ ସେଲ୍ସମ୍ୟାନ। ଘଟଣାଟି କର୍ନାଟକର ତୁମାକୁରୁ ଅଞ୍ଚଳରେ…
ଟିକା ନେଇ ନ ଥିଲେ ପରେଡ୍ ମନା
ନୂଆଦିଲ୍ଲୀ,୨୪।୧: ସାଧାରଣତନ୍ତ୍ର ଦିବସ ପରେଡ୍ରେ ଯୋଗଦେବାକୁ ହେଲେ ଉଭୟ ଡୋଜ୍ କୋଭିଡ୍ ଟିକା ନେବା ବାଧ୍ୟତାମୂଳକ। ଟିକା ନେଇ ନ ଥିବା ବ୍ୟକ୍ତି ଏବଂ ୧୫ ବର୍ଷରୁ କମ୍ ପିଲାଙ୍କୁ ପରେଡ୍ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଅନୁମତି ମିଳିବ ନାହିଁ ବୋଲି…
ବର୍ଷକୁ ୩ ଦିନ କାଉଣ୍ଟର ବନ୍ଦ
ନୂଆଦିଲ୍ଲୀ,୨୪।୧: ଦିଲ୍ଲୀ ସରକାରଙ୍କ ନୂଆ ଏକ୍ସାଇଜ ଆଇନ ଅନୁଯାୟୀ ୨୦୨୨ରେ ମାତ୍ର ୩ ଦିନ ପାଇଁ ଲାଇସେନ୍ସ ପ୍ରାପ୍ତ ମଦ କାଉଣ୍ଟର ବନ୍ଦ ରହିବ। ଏ ନେଇ ସୋମବାର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପୂର୍ବରୁ ବିଭିନ୍ନ ଜାତୀୟ ଛୁଟିଦିନ…
‘କେଉଁ ପ୍ରକାର ନିଶାର ପ୍ରଭାବରେ ଜନମତ ସର୍ଭେ କରାଯାଉଛି, ଆମକୁ ଜଣାନାହିଁ’
ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ସୁହାଉଥିବା ଜନମତ ସର୍ଭେକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ସେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସବୁଠୁ ବଡ଼ ମିଛୁଆ କହିଛନ୍ତି। “ଏହା ଜନମତ ସର୍ଭେ ନୁହେଁ। ଏଗୁଡ଼ିକ…
‘୨୦୨୪ରେ ଭାଜପାକୁ ହରାଇବା ସମ୍ଭବ’
ନୂଆଦିଲ୍ଲୀ,୨୪।୧: “୨୦୨୪ରେ ଭାଜପାକୁ ହରାଇବା ସମ୍ଭବ। କିନ୍ତୁ ଭାଜପାକୁ ବର୍ତ୍ତମାନ ବିରୋଧୀ ହରାଇ ପାରିବେ କି? ସମ୍ଭବତଃ ନା। ୨୦୨୪ରେ ଭାଜପାକୁ କଡ଼ା ଟକ୍କର ଦେବା ପାଇଁ ବିରୋଧୀ ମୋର୍ଚ୍ଚା ଗଠନ କରିବାରେ ସାହାଯ୍ୟ କରିବାକୁ ମୁଁ ଚାହେଁ” ଏକ ସାକ୍ଷାତ୍କାରରେ…
ବିବାହର କିଛି ସମୟ ପୂର୍ବରୁ କନ୍ୟାଙ୍କୁ ଶକ୍ତ ଚାପୁଡା ମାରିଲେ ବର, ଆଉ ତା’ପରେ…
ଚେନ୍ନାଇ,୨୪।୧: ତାମିଲନାଡୁର କୁଡାଲୋରରେ ଏକ ବିବାହ ଉତ୍ସବରେ ଅଜବ ଘଟଣା ଦେଖିବାକୁ ମିଳିଛି। ବର କୌଣସି ପ୍ରସଙ୍ଗରେ କନ୍ୟାଙ୍କୁ ଚାପୁଡା ମାରିଥିଲେ। ଏହାପରେ କନ୍ୟା ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। କେବଳ ଏତିକି ନୁହେଁ, କନ୍ୟା କିଛି ଘଣ୍ଟା ମଧ୍ୟରେ ମଣ୍ଡପରେ…
ସିଦ୍ଧୁଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ଅମରିନ୍ଦର
ଚଣ୍ଡିଗଡ,୨୪।୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଦ୍ଧୁଙ୍କ ଉପରେ ଏକ ବଡ ଅଭିଯୋଗ କରିଛନ୍ତି। ଅମରିନ୍ଦର ସିଂ କହିଛନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ତାଙ୍କୁ ଅନୁରୋଧ କରିଥିଲେ ଯେ ଯଦି ତୁମେ ନବଜୋତ…
‘ଓମିକ୍ରନ ଭଳି ନୂଆ ନୂଆ ଭାରିଆଣ୍ଟ ଆଗକୁ ଆସିବ’
ନୂଆଦିଲ୍ଲୀ,୨୪।୧: ସାରା ବିଶ୍ୱରେ ବଢ଼ୁଥିବା ଓମିକ୍ରନ ମାମଲାକୁ ଲକ୍ଷ୍ୟ କରି ଟିକାକରଣକୁ ଜୋରଦାର କରିବା ଏବଂ ମାସ୍କ ପିନ୍ଧିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଓମିକ୍ରନ କରୋନାର ଶେଷ ନୁହଁ । ଏହା ପରେ ମଧ୍ୟ ମ୍ୟୁଟେସନ…
ପାର୍ଟି ବଦଳିଲେ ଭାଜପା, ଏସ୍ପି ପ୍ରାର୍ଥୀ
ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶରେ ନେତାଙ୍କ ଦଳ ବଦଳ ଜାରି ରହିଛି। ଏହି ଅବସରରେ ସମାଜବାଦୀ ପାର୍ଟି ବିଧାୟକ ସୁଭାଷ ରାୟ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ସେହିପରି ଜଲାଲବାଦ ବିଧାନସଭା କ୍ଷେତ୍ରରୁ ଭାଜପା ପ୍ରାର୍ଥୀ ଅନିଲ ବର୍ମା ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି…
Archives


