ଷ୍ଟାର୍ଟଅପ୍‌ ଓଡ଼ିଶା ପକ୍ଷରୁ ଫଣ୍ଡ୍‌ଷ୍ଟାକ୍‌ ୩.୦ ଉନ୍ମୋଚିତ

ଭୁବନେଶ୍ୱର,୨୨।୧୦ (ଅଭୟ ଦାଶ): ଷ୍ଟାର୍ଟଅପ୍‌ ଓଡ଼ିଶାର ବହୁ ପ୍ରତୀକ୍ଷିତ ନିବେଶକ ସଂଯୋଗ କାର୍ଯ୍ୟକ୍ରମ ଫଣ୍ଡ୍‌ଷ୍ଟାକ୍‌ ୩.୦ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ରାଜ୍ୟର ଷ୍ଟାର୍ଟଅପ୍‌ଗୁଡ଼ିକୁ ପିଚିଂ ସେସନ ସହ ବିଭିନ୍ନ ପ୍ରତିଷ୍ଠିତ ନିବେଶକଙ୍କ ସହ ସଂଯୋଜିତ ହେବା ପାଇଁ ସୁଯୋଗ ପ୍ରଦାନ କରିବ। ଏପରିକି ଦୁଇ ଦିନିଆ ମେଗା ଇଭେଣ୍ଟ ଆଞ୍ଜେଲ ନେଟ୍‌ୱର୍କ ଓ ଭେଞ୍ଚର କ୍ୟାପିଟାଲିଷ୍ଟ ଫାର୍ମଗୁଡିକରୁ ଆବଶ୍ୟକ ପୁଞ୍ଜି ଓ ପାଣ୍ଠି ହାସଲ କରିବାରେ ଷ୍ଟାର୍ଟଅପ୍‌ଗୁଡିକୁ ସହଯୋଗ କରିବ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର, ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ. ଓମ୍‌କାର ରାୟ ଶୁକ୍ରବାର ଏକ ଭର୍ଚୁଆଲ ସମ୍ମିଳନୀରେ ଯୋଗଦେଇ ଏହାକୁ (ଫଣ୍ଡ୍‌ଷ୍ଟାକ୍‌ ୩.୦) ଉନ୍ମୋଚନ କରିଛନ୍ତି ଏବଂ ଏହି ପ୍ରୋଗ୍ରାମ ପାଇଁ ଆବେଦନ ଆରମ୍ଭ ଓ ନିବେଶକ ସହଯୋଗୀଙ୍କଠାରୁ ପାଣ୍ଠି ହାସଲ କରିବା ଲାଗି ଏଭଳି ଏକ ସୁବର୍ଣ୍ଣ ସୁଯୋଗର ବ୍ୟବହାର କରିବା ପାଇଁ ସ୍ବତନ୍ତ୍ର ୱେବ୍‌ସାଇଟ୍‌ର ମଧ୍ୟ ଉଦ୍‌ଘାଟନ କରିଛନ୍ତି।
ଏ ସମ୍ପର୍କରେ ରାୟ ପୂର୍ବ ସଂସ୍କରଣରୁ ମିଳିଥିବା ସଫଳ କାହାଣୀଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ ଯାହା ରାଜ୍ୟର ଅଗ୍ରଣୀ ଓ ଉଦୀୟମାନ ଉଦ୍ୟୋଗୀମାନଙ୍କ ପାଇଁ ପ୍ରେରଣାଦାୟକ ଥିଲା। ସେ ଆଶ୍ୱାସନା ଦେଇଛନ୍ତି, ଫଣ୍ଡଷ୍ଟାକ୍‌ ୩.୦ଓଡ଼ିଶା ଷ୍ଟାର୍ଟଅପ୍‌ ଗ୍ରୋଥ୍‌ ଫଣ୍ଡ (ଓଏସ୍‌ଜିଏଫ୍‌)ର ଶୁଭାରମ୍ଭ କରିବା ପାଇଁ ଏକ ଉନ୍ନତ ସୁଯୋଗ ହେବ ଏବଂ ଓଡ଼ିଶାରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମର ବିକାଶକୁ ତ୍ୱରାନ୍ବିତ କରିବା ଲାଗି ଓଡ଼ିଶା ସରକାରଙ୍କ ଷ୍ଟାର୍ଟଅପ୍‌ ଓଡ଼ିଶାର ଉକ୍ତ ଅଭିଯାନରେ ଯୋଗଦେବା ପାଇଁ ଅଧିକ ସହଯୋଗୀଙ୍କୁ ସକ୍ଷମ କରିବ। ସେହିଭଳି ଚଳିତ ବର୍ଷ ୫୦ଟି ମନୋନୀତ ଷ୍ଟାର୍ଟଅପ୍‌କୁ ଏକ ନିବେଶ ପ୍ରସ୍ତୁତି କର୍ମଶାଳା ମାଧ୍ୟମରେ ବିଶେଷଜ୍ଞ ଓ ମେଣ୍ଟରମାନେ ପରିଚାଳିତ କରିବେ। ଯେଉଁମାନେ ଆସନ୍ତା ନଭେମ୍ବର ୨୧ରେ ନିବେଶକଙ୍କ ନିକଟରେ ପିଚ୍‌ କରିବେ। ସେମାନଙ୍କ ମଧ୍ୟରୁ ଶୀର୍ଷ ୨୦ଟି ଷ୍ଟାର୍ଟଅପ୍‌କୁ ୨୦୨୩ ନଭେମ୍ବର ୨୨ରେ ଏକ ବିଶାଳ ଉଦ୍‌ଯାପନୀ ସମାରୋହରେ ସ୍ପିଡ୍‌ ଡେଟିଂ ଓ ନେଟ୍‌ୱର୍କିଂ ସେସନରେ ୱାନ୍‌-ଅନ୍‌-ୱାନ୍‌ ମିଟିଂ ପାଇଁ ମନୋନୀତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?