ମେଟ୍ରୋ

ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର, ୫।୧(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସବୁ ଜାତୀୟ/ରାଜ୍ୟସ୍ତରୀୟ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…

୩ ବର୍ଷ ପରେ ଗଡ଼ିବ ଓଡ଼ିଶାର ଟାବ୍‌ଲୋ

ଭୁବନେଶ୍ୱର, ୫ା୧(ସୁନିତ୍‌ ମିଶ୍ର):ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼(ଟାବ୍‌ଲୋ) ଗଡ଼ିବାକୁ ଯାଉଛି। ଲଗାତର ୩ ବର୍ଷ ୨୦୨୧,୨୦୨୨ ଏବଂ ୨୦୨୩ ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ପ୍ରଦର୍ଶିତ କରିବାକୁ ଥିବା ପ୍ରଜ୍ଞାପନ ମେଢ଼କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଖାରଜ…

ଷ୍ଟିୟରିଂ ଛାଡ଼ିବେ ୫ ଲକ୍ଷ ଡ୍ରାଇଭର

ଭୁବନେଶ୍ୱର,୫ା୧(ଅନିଲ ଦାସ):କେନ୍ଦ୍ର ସରକାରଙ୍କ ହିଟ୍‌ ଆଣ୍ଡ ରନ୍‌କୁ ନେଇ ହୋଇଥିବା ନୂଆ ଆଇନ ଓ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ହିଟ୍‌ ଆଣ୍ଡ ରନ୍‌ ଆଇନକୁ ବିରୋଧ କରି…

ଚର୍ଚ୍ଚାରେ ହାଇଟେକ୍‌ ହସ୍ପିଟାଲ ବିସ୍ଫୋରଣ ଘଟଣା:ଦିଲ୍ଲୀପ ମୃତ ନୁହନ୍ତି ଜୀବିତ

ଭୁବନେଶ୍ୱର,୫ା୧(ସତ୍ୟଜିତ୍‌ ରାଉତ):ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍‌ ହସ୍ପିଟାଲ୍‌ରେ ଗତ ୨୯ତାରିଖରେ ଏସି କମ୍ପ୍ରେସରରେ ଗ୍ୟାସ୍‌ ଭର୍ତ୍ତିବେଳେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ଦିଲ୍ଲୀପ ସାମନ୍ତରାୟ ମୃତ ନୁହେଁ ବରଂ ଜୀବିତ ଥିବା ଶୁଣିବାକୁ ମିଳୁଛି।…

ଏନ୍‌ଫୋର୍ସମେଣ୍ଟ ପାଇଁ ୬୭ ନୂଆ ପଦବୀକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧(ଅସମାପିକା ସାହୁ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖ ଦେବାର ଗୁରୁଦାୟିତ୍ୱ ବହନ କରିଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟରେ…

ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ

ଭୁବନେଶ୍ୱର,୪ା୧: ରାଜ୍ୟରେ ଗୁରୁବାର କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଜେଏନ୍‌.୧ ନାମକ ଏକ ଭାରିଆଣ୍ଟ ୨ ରୋଗୀଙ୍କଠାରେ ଚିହ୍ନଟ ହୋଇଛି। ସୁନ୍ଦରଗଡ଼ର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଉ ଜଣେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ…

ଘନକୁହୁଡ଼ିରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିପାରିବ ବିମାନ

ଭୁବନେଶ୍ୱର, ୪।୧(ଅସମାପିକା ସାହୁ): ଘନ କୁହୁଡ଼ିରେ ବି ବିମାନ ଅବତରଣ କରିପାରିବ। ପାଇଲଟଙ୍କୁ ରନ୍‌ୱେ ଦୃଶ୍ୟମାନ ହେବ। ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦରରେ କାଟାଗୋରୀ-୨ ଭିଜନ ସମ୍ପ୍ରସାରଣ ପାଇଁ କାମ ଚାଲିଥିବା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏଥିପାଇଁ ରନ୍‌ୱେରେ ୪୦ କୋଟି…

ଆଜିଠୁ ଛାତ୍ରୀଛାତ୍ରଙ୍କୁ ଏନ୍‌ଇଇଟି, ଜେଇଇ କୋଚିଂ; ୮ଟାରୁ ୧୦ଟା କମ୍ବାଇନ୍‌ଡ ୱାର୍ମ ଅପ୍‌ କ୍ଲାସ୍‌

ଭୁବନେଶ୍ୱର, ୪।୧(ଅସମାପିକା ସାହୁ): ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ଦକ୍ଷତା ବୃଦ୍ଧି ପାଇଁ ଗୁରୁବାରଠାରୁ ଏନ୍‌ଇଇଟି ଏବଂ ଜେଇଇ ଆଶାୟୀଙ୍କୁ ଅନ୍‌ଲାଇନ୍‌ କୋଚିଂ ମିଳିବ। ସମ୍ପୂର୍ଣ୍ଣ ରୂପେ ଆଭାସି…

ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର ‘ଡିଅର ପୁରୁଷ’

ଭୁବନେଶ୍ୱର,୪।୧(ଶର୍ମିଷ୍ଠା ପାଣିଗ୍ରାହୀ): ଆମେରିକା ନ୍ୟୁୟର୍କସ୍ଥିତ ଟାଇମ୍ସ ସ୍କୋୟାରରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହୋଇଛି ‘ଡିଅର ପୁରୁଷ’ର ଟ୍ରେଲର। ସମାଜରେ ନାରୀ ଓ ପୁରୁଷର ସମ୍ପର୍କ ଭିତରେ ପୁରୁଷ ସାମ୍ନା କରୁଥିବା ଆହ୍ବାନ ସହ ହାସ୍ୟରସକୁ ନେଇ ପ୍ରସ୍ତୁତ ଏହି…

ରାଜଧାନୀରେ ସାଇବର ଠକେଇ ୧୫୦% ବୃଦ୍ଧି

ଭୁବନେଶ୍ୱର,୪।୧(ସତ୍ୟଜିତ୍‌ ରାଉତ): ଡିଜିଟାଲ୍‌ ଯୁଗରେ ସାଇବର ଅପରାଧ ବଡ଼ ସମସ୍ୟା ସୃଷ୍ଟି କରିଛି। ବିଭିନ୍ନ କୌଶଳ ଆପଣାଇ ସାଇବର ଅପରାଧୀମାନେ ସାଧାରଣ ଲୋକଙ୍କୁ ଜାଲରେ ଫସାଇ ଟଙ୍କା ଠକୁଛନ୍ତି। ସେମାନେ ଓଏଲ୍‌ଏକ୍ସରେ ଚାକିରି ଦେବା ଆଳରେ, ଅନ୍‌ଲାଇନ୍‌ ପୋଞ୍ଜି ସ୍କାମ୍‌, ବେଆଇନ୍‌…

ପ୍ରତି ଓ୍ବାର୍ଡରେ ଆମିଷ ହାଟ ନିର୍ମାଣ ପ୍ରହସନ

ଭୁବନେଶ୍ୱର, ୪।୧(ବନ୍ଦନା ସେଠୀ): ରାଜଧାନୀ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ମାଂସ ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ପ୍ରତି ଓ୍ବାର୍ଡରେ ମାଂସ ମାର୍କେଟ ନିର୍ମାଣ ହେବା ସହ ଆମିଷ ବ୍ୟବସାୟକୁ ବ୍ୟବସ୍ଥିତ କରାଯିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ବ୍ୟବସାୟୀ ମହାସଂଘକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର…

ଓଡ଼ିଶାର ୭ଉତ୍ପାଦକୁ ଜିଆଇ ମାନ୍ୟତା

ଭୁବନେଶ୍ୱର,୩।୧(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶାର ୭ଉତ୍ପାଦକୁ ବୁଧବାର ଜିଆଇ ମାନ୍ୟତା ମିଳିଛି। ଚେନ୍ନାଇସ୍ଥିତ ଭୌଗୋଳିକ ସୂଚକ ରେଜିଷ୍ଟ୍ରି ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଓଡ଼ିଶା ଖଜୁରୀ ଗୁଡ଼(ଗଜପତି), ଢେଙ୍କାନାଳ ମଗଜି,ଶିମିଳିପାଳ କାଇ ଚଟୁଣୀ, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, କପଡ଼ାଗଣ୍ଡାର ଡଙ୍ଗରିଆ କନ୍ଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri