ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର ‘ଡିଅର ପୁରୁଷ’

ଭୁବନେଶ୍ୱର,୪।୧(ଶର୍ମିଷ୍ଠା ପାଣିଗ୍ରାହୀ): ଆମେରିକା ନ୍ୟୁୟର୍କସ୍ଥିତ ଟାଇମ୍ସ ସ୍କୋୟାରରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହୋଇଛି ‘ଡିଅର ପୁରୁଷ’ର ଟ୍ରେଲର। ସମାଜରେ ନାରୀ ଓ ପୁରୁଷର ସମ୍ପର୍କ ଭିତରେ ପୁରୁଷ ସାମ୍ନା କରୁଥିବା ଆହ୍ବାନ ସହ ହାସ୍ୟରସକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ୬ଜଣ ଦମ୍ପତିଙ୍କ ଜୀବନଯାତ୍ରା ଦର୍ଶାଯାଇଛି। ଏଥିରେ ଅଭିନେତ୍ରୀ ତଥା ପ୍ରଯୋଜିକା ଝିଲିକ୍‌ ଭଟ୍ଟାଚାର୍ଯ୍ୟ ଏକ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି। ତାଙ୍କ ଚରିତ୍ରର ନାଁ ରହିଛି ଚିତ୍ରାଙ୍ଗଦା। ସମାଜର ନୀତି ନିୟମ ଭିତରେ ନ୍ୟାୟ ପାଇଁ ଲଢୁଥିବା ବୀର ଯୋଦ୍ଧା ଭାବରେ ତାଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏଥିସହିତ ସିନେମାରେ ଲୋକପ୍ରିୟ କଳାକାର ଚୌଧୁରୀ ଜୟପ୍ରକାଶ ଦାସ, ମହାଶ୍ୱେତା ରାୟ, ସିଦ୍ଧାନ୍ତ ମହାପାତ୍ର, ନୀତୁସିଂ, ସମରେଶ ରାଉତରାୟ, ପିଙ୍କି ପ୍ରଧାନ, ବବି ମିଶ୍ର, ବି.ଏମ. ବୈଶାଳୀ, ଦେବାଶିଷ ପାତ୍ର, ଅନୁରାଧା ପାଣିଗ୍ରାହୀ, ଦୀପନ୍ବିତ ଦାଶମହାପାତ୍ର, ଦିବ୍ୟାଦିଶା ମହାନ୍ତି, ପାର୍ଥସାରଥୀ ରାୟ, ହିମାଗ୍ନି ଦତ୍ତ, ଅନନ୍ୟା ମିଶ୍ର, ଇପ୍ସିତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, କୁନା ତ୍ରିପାଠୀ, ସୁକାନ୍ତ ରଥ, ନାୟାଜିଦାନ, ଐଶ୍ୱର୍ଯ୍ୟା ବେହେରା, ରବି ମିଶ୍ର, ମନୀଷା ମିଶ୍ର, ରାକ୍ଷୀ ଦାସ, ସୁଦୀପ୍ତ ସୁନ୍ଦର ସ୍ବାଇଁ, ବିକି ମିଶ୍ର ପ୍ରମୁଖଙ୍କ ନିଖୁଣ ଅଭିନୟ ଦର୍ଶକମାନେ ଦେଖିବାକୁ ପାଇବେ। ସିନେମାଟୋଗ୍ରାଫର୍‌ ଈଶ୍ୱର ବାରିକ ଲେନ୍ସ ପଛରେ ରହି ସିନେମାରେ ନିଜର ଯାଦୁ ଦେଖାଇଥିବାବେଳେ ଯୁବସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦଙ୍କ ନିର୍ଦ୍ଦେଶିତ ଗୀତ ବେଶ୍‌ ରୋମାଞ୍ଚ ଭରିଛି। ଚଳଚ୍ଚିତ୍ରଟି ୧୧ରେ ରିଲିଜ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri