ଆଜିଠୁ ଛାତ୍ରୀଛାତ୍ରଙ୍କୁ ଏନ୍‌ଇଇଟି, ଜେଇଇ କୋଚିଂ; ୮ଟାରୁ ୧୦ଟା କମ୍ବାଇନ୍‌ଡ ୱାର୍ମ ଅପ୍‌ କ୍ଲାସ୍‌

ଭୁବନେଶ୍ୱର, ୪।୧(ଅସମାପିକା ସାହୁ): ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ଦକ୍ଷତା ବୃଦ୍ଧି ପାଇଁ ଗୁରୁବାରଠାରୁ ଏନ୍‌ଇଇଟି ଏବଂ ଜେଇଇ ଆଶାୟୀଙ୍କୁ ଅନ୍‌ଲାଇନ୍‌ କୋଚିଂ ମିଳିବ। ସମ୍ପୂର୍ଣ୍ଣ ରୂପେ ଆଭାସି ବା ଭର୍ଚ୍ଚୁଆଲ୍‌ ମୋଡ୍‌ରେ ଦିଆଯିବାକୁ ଥିବା ଏହି କୋଚିଂ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ସ୍ମାର୍ଟ ଟିଭି ଓ ଇଣ୍ଟରାକ୍ଟିଭ୍‌ ପ୍ୟାନେଲ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସକାଳ ସାଢ଼େ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଏହି କମ୍ବାଇନ୍‌ଡ ୱାର୍ମ ଅପ୍‌ କ୍ଲାସ୍‌ କରିବାକୁ କୁହାଯାଇଛି। ଏ ନେଇ ବୁଧବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପୁଣି ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ୪ ତାରିଖରେ ରସାୟନ ବିଜ୍ଞାନ, ୫ରେ ପଦାର୍ଥ ବିଜ୍ଞାନ ଏବଂ ୬ ତାରିଖରେ ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଓ ଗଣିତ ପାଇଁ ୱାର୍ମ ଅପ୍‌ କ୍ଲାସ ହେବ। ୮ ତାରିଖରୁ ସିଡ୍ୟୁଲ କ୍ଲାସ୍‌ ସମ୍ପର୍କରେ ପରବର୍ତ୍ତୀ ସମୟରେ ଜଣାଯିବ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି।

ଏଥିସହ କେତେକ ଗାଇଡ୍‌ଲାଇନ୍‌ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଏନ୍‌ଇଇଟି ଏବଂ ଜେଇଇ ପାଇଁ ମନୋନୀତ ବା ପଞ୍ଜୀକୃତ ହୋଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ବିଜ୍ଞାନ ଛାତ୍ରୀଛାତ୍ରଙ୍କ ସୂଚନା ନିମନ୍ତେ ଅଧ୍ୟକ୍ଷ/ନୋଡାଲ ଅଧିକାରୀ ପଦକ୍ଷେପ ନେବେ। ପ୍ରତ୍ୟେକ କ୍ଲାସ୍‌ ଆରମ୍ଭ ହେବା ପୂର୍ବରୁ ଆଗୁଆ ଭାବେ ସମ୍ପୃକ୍ତ ବିଷୟର ଷ୍ଟଡି ମ୍ୟାଟେରିଆଲ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯିବ। ଛାତ୍ରୀଛାତ୍ରଙ୍କ ନିରନ୍ତର ଉପସ୍ଥାନ ନୋଡାଲ ଅଧିକାରୀ ସୁନିଶ୍ଚିତ କରିବେ। ଅଧ୍ୟକ୍ଷ ଶିକ୍ଷକଙ୍କୁ ପ୍ରତ୍ୟେକ ସେସନ୍‌ର ଦାୟିତ୍ୱ ଦେବେ। ଯଦି ବିଜ୍ଞାନ ଶିକ୍ଷକ ନ ଥା’ନ୍ତି କିମ୍ବା ଅନ୍ୟ କାର୍ଯ୍ୟରେ ନିୟୋଜିତ ଥାଆନ୍ତି, ତା’ହେଲେ ଶ୍ରେଣୀରେ ଶୃଙ୍ଖଳା ବଜାୟ ରଖିବା ତଥା ଦ୍ବନ୍ଦ୍ବ ଦୂର ପାଇଁ ସହାୟତା କରିବାକୁ ଯେକୌଣସି ଶିକ୍ଷକଙ୍କୁ ନିୟୋଜିତ କରାଯାଇପାରିବ। ଅନ୍‌ଲାଇନ୍‌ କ୍ଲାସ୍‌ରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୦ ତଳକୁ ରହିଲେ, ସେଠାରେ ଏନ୍‌ଇଇଟି ଏବଂ ଜେଇଇ ପାଇଁ ଜଣେ ଲେଖାଏ ମେଣ୍ଟର ଶିକ୍ଷକ ରହିବେ। ସେହିପରି ୨୦ରୁ ଅଧିକ ହେଲେ ୪୦-୫୦ ଛାତ୍ରୀଛାତ୍ରଙ୍କୁ ନେଇ ଗ୍ରୁପ୍‌ କରାଯାଇ ଜଣେ ଲେଖାଏ ମେଣ୍ଟର ଶିକ୍ଷକ ନିଯୁକ୍ତ ହେବେ। ଯେକୌଣସି ବିଭାଗରୁ ମେଣ୍ଟର ଶିକ୍ଷକ ନିଯୁକ୍ତି ହୋଇପାରିବେ। ଅଭିଭାବକଙ୍କ ଭଳି ମେଣ୍ଟର ଶିକ୍ଷକ ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଓ ପରାମର୍ଶ ଦେବେ। ପ୍ରତ୍ୟେକ କ୍ଲାସ୍‌ ସମାପ୍ତ ହେବା ପରେ ନୋଡାଲ ଅଧିକାରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ତଥ୍ୟ ଦେବେ। ସୂଚନାଯୋଗ୍ୟ, ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଛାତ୍ରୀଛାତ୍ରଙ୍କ ସଫଳତା ହାର ବଢ଼ାଇବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ଏଭଳି ଯୋଜନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ଥୁଆମୂଳ ରାମପୁରରେ ଖଣି ଖନନ ନେଇ ଜନଗର୍ଜନ: ବିରାଟ ଶୋଭାଯାତ୍ରା, ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଥୁଆମୂଳ ରାମପୁର,୨୧ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପ୍ରସ୍ତାବିତ ସିଜିମାଲି ଖଣି ଖନନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri