ଫନୀ ପୁନରୁଦ୍ଧାର ପାଇଁ ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଇଡ୍କୋ ଦେଲା ୧୦ କୋଟି
ଭୁବନେଶ୍ୱର,୧୮ା୫(ବ୍ୟୁରୋ): ଫନୀ ଦ୍ୱାରା ଓଡ଼ିଶା ଉପକୂଳ ବହୁତ କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତଙ୍କୁ ରିଲିଫ ବଣ୍ଟନ ଏବଂ ଧ୍ୱଂସପ୍ରାୟ ଭିତ୍ତିଭୂମିର ପୁନରୁତ୍ଥାନ କାର୍ଯ୍ୟ ଜାରି ରହିଛି। ବାତ୍ୟା ପ୍ରଭାବିତ ଦୁର୍ଗତଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ସୁଅ ଛୁଟୁଛି। ସେହି…
ପର୍ଯ୍ୟଟନ ମନ୍ତ୍ରୀ, ସଂସ୍କୃତି ବିଭାଗ କମିଶନରଙ୍କ ରଘୁରାଜପୁର ଗାଁ ପରିଦର୍ଶନ: କ୍ଷୟକ୍ଷତି ଅନୁଧ୍ୟାନ କଲେ, ସମସ୍ୟା ବୁଝିଲେ
ପୁରୀ ଅଫିସ,୧୮ା୫: ବାତ୍ୟାରେ ଛାରଖାର ହୋଇଯାଇଛି ଐତିହ୍ୟ ଗାଁ ରଘୁରାଜପୁର। ବହୁ ଶିଳ୍ପୀଙ୍କ ପଟ୍ଟଚିତ୍ର ବର୍ଷା ପବନରେ ନଷ୍ଟ ହୋଇଯାଇଥିବାବେଳେ ଅନ୍ୟାନ୍ୟ ହସ୍ତକଳା ବି କ୍ଷତିଗ୍ରସ୍ତ ହୋଇଛି। ଅନେକ ଘର ଭାଙ୍ଗିଯିବା ସହ ବିଭିନ୍ନ ଗୋଟିପୁଅ ଅନୁଷ୍ଠାନ ପ୍ରଭାବିତ ହୋଇଛି। ଖଁ।…
ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି
ପୁରୀ ଅଫିସ,୧୮ା୫: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସବୁ ଅବତାର ଆବିର୍ଭୂତ ହୋଇ ଯୁଗେ ଯୁଗେ ବିବିଧ ଲୀଳାମାନ ବିସ୍ତାର କରି ପୁନଶ୍ଚ ତାଙ୍କରିଠାରେ ଲୀନ ହୋଇଥାନ୍ତି ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି। ସେହି ସ୍ମୃତିରେ ପ୍ରତିବର୍ଷ ଶୁକ୍ଳ…
କାର୍ଯ୍ୟସ୍ଥଳରେ ବିଦ୍ୟୁତ୍ ଠିକା ମିସ୍ତ୍ରି ଜଳିଯିବା ଘଟଣା: ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା
ଭୁବନେଶ୍ୱର,୧୮ା୫(ବ୍ୟୁରୋ): କାର୍ଯ୍ୟସ୍ଥଳରେ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବୁଧବାର ଅପରାହ୍ନରେ ଜଳିଯାଇଥିଲେ ଠିକା ମିସ୍ତ୍ରି ମୟୂରଭଞ୍ଜ ଜିଲା ଭିଜିଡିହି ଗ୍ରାମର ବାଗଇ ମୁର୍ମୁ ଓରଫ ମଟକା (୨୨)। ସେସୁ ଭୁବନେଶ୍ୱର ସିଟି ଡିଭିଜନ-୧ ଅଧୀନ ସତ୍ୟନଗର ବିଦ୍ୟୁତ୍ କାର୍ଯ୍ୟାଳୟ ଅନ୍ତର୍ଗତ…
ନନ୍ଦନକାନନର ଘଡ଼ିଆଳ କୁମ୍ଭୀର ଯିବ ଭିତରକନିକା
ବାରଙ୍ଗ,୧୮ା୫(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଘଡିଆଳ କୁମ୍ଭୀର ଭିତରକନିକାକୁ ଯିବ। ନନ୍ଦନକାନନରେ ଘଡିଆଳ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଫଳରେ ଏମାନଙ୍କ ବାସସ୍ଥାନ, ଖାଦ୍ୟ ଓ ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଡିଆଳ କୁମ୍ଭୀରଙ୍କ ସୁରକ୍ଷା ଓ ସଂଖ୍ୟା…
୨୩ରେ କାନ୍ସରେ ପ୍ରଦର୍ଶନ ହେବ ଓଡ଼ିଆ ଫିଲ୍ମ ‘ସ୍ବାହା’
ଭୁବନେଶ୍ୱର,୧୮।୫(ବ୍ୟୁରୋ): କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ହେବ ଓଡ଼ିଆ ଫିଲ୍ମ। ଫେଷ୍ଟିଭାଲ ଦି କାନ୍ସ ୨୦୧୯ର ଶର୍ଟ ଫିଲ୍ମ କର୍ନରରେ ଆସନ୍ତା ୨୩ତାରିଖରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ସ୍ବାହା’ ପ୍ରଦର୍ଶନ ହେବାକୁ ମନୋନୀତ ହୋଇଛି। ଟେମ୍ପୁଲ୍ ସିଟି ଏଣ୍ଟରଟେନ୍ମେଣ୍ଟ ଏବଂ ପି.ଏସ୍.…
ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର,୧୮।୫(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ରାଜ୍ୟର ୨୦ ସହରରେ ଶନିବାର ଅନୁଷ୍ଠିତ ହେବ। ୫୩ କେନ୍ଦ୍ରରେ ଦୁଇଟି ସିଟିଂରେ ଅଫ୍ଲାଇନ୍ ପରୀକ୍ଷା ହେବ। ଏଥିଲାଗି ୨୯ହଜାର ୯ଶହ ଛାତ୍ରୀଛାତ୍ର ପଞ୍ଜୀକରଣ କରିଛନ୍ତି। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବି.ଫାର୍ମ…
ସ୍ବାସ୍ଥ୍ୟ ବିଭାଗର ସୂଚନା: ପୁରୀ ଜିଲାରେ ହଇଜା ହୋଇନି
ଭୁବନେଶ୍ୱର,୧୮।୫(ବ୍ୟୁରୋ): ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲାର କୌଣସି ଅଞ୍ଚଳରେ ହଇଜା ଦେଖାଦେଇ ନାହିଁ। ଯେଉଁ କେତେଜଣ ଝାଡ଼ାବାନ୍ତି ରୋଗୀ ଚିକିତ୍ସାଳୟ ଆସୁଛନ୍ତି, ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ବାସିଖାଦ୍ୟ ଓ ଭୋଜି ଖାଇ ଏଭଳି ଅସୁସ୍ଥ ହୋଇପଡ଼ୁଛନ୍ତି। କିନ୍ତୁ ଗୋଟିଏ ହେଲେ ନମୁନା…
ଆଜି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ: ଧ୍ୱସ୍ତବିଧ୍ୱସ୍ତ ସଂଗ୍ରହାଳୟ ସୌନ୍ଦର୍ଯ୍ୟ
ଭୁବନେଶ୍ୱର,୧୮।୫(ସସ୍ମିତା ପାଇକରାୟ): କିଛି ଘଣ୍ଟାର ତାଣ୍ଡବ ମଧ୍ୟରେ ସବୁକିଛି ଉଜାଡ଼ିଦେଇ ଚାଲିଗଲା ଫନୀ। ଏହାର ପ୍ରକୋପରୁ ବାଦ୍ ପଡ଼ିଲାନି ଇତିହାସକୁ ସାଇତି ରଖୁଥିବା ସଂଗ୍ରହାଳୟ। ପୁରାତନ ସଭ୍ୟତାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନୂତନ ସଭ୍ୟତା ପାଖରେ ପହଞ୍ଚାଇବାରେ ପ୍ରମୁଖ…
ବିଏମ୍ସି ମୁଖ୍ୟାଳୟରେ ସମୀକ୍ଷା ବୈଠକ: ସୋମବାର ସୁଦ୍ଧା ଜଳିବ ସବୁ ଷ୍ଟ୍ରିଟଲାଇଟ୍
ଭୁବନେଶ୍ୱର,୧୮।୫(ବ୍ୟୁରୋ): ବାତ୍ୟା ‘ଫନୀ’ର ପ୍ରଳୟରେ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାବତ୍ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇପାରି ନ ଥିବା ବେଳେ ମୁଖ୍ୟ ରାସ୍ତାଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ରାସ୍ତାରେ ଲଗାଯାଇଥିବା ଷ୍ଟ୍ରିଟଲାଇଟ୍ଗୁଡ଼ିକ ଜଳୁନାହିଁ। ଏ ନେଇ ଶୁକ୍ରବାର ଭୁବନେଶ୍ୱର…
ବାତ୍ୟା ପରେ ବିଗୁଡୁଛି ପରିମଳ ବ୍ୟବସ୍ଥା: କୋମାରେ ଗାଁ କଲ୍ୟାଣ ସମିତି
ବ୍ରହ୍ମଗିରି, ୧୭ା୫(ଡି.ଏନ୍.ଏ.)-ପ୍ରଳୟଙ୍କରୀ ବାତ୍ୟା ଫନୀ ପୁରୀ ଜିଲାରେ ତାଣ୍ଡବ ରଚିଛି। ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବ୍ରହ୍ମଗିରି ବ୍ଲକ। ବାତ୍ୟା ପରେ ବିଗୁଡୁଛି ଗାଁ ପରିମଳ ବ୍ୟବସ୍ଥା। ଗାଁ ଚାରିପଟେ ଗଦାହୋଇଛି କୁଢ କୁଢ ଆବର୍ଜନା। ପରିବେଷ ଏବେ ଦୁଷିତ।…
ଫନୀରେ ଧ୍ୱସ୍ତ ବିଧ୍ୱସ୍ତ ରତ୍ନବଟ ଆଶ୍ରମ: ଆଜି ପ୍ରାଚୀ ଉପତ୍ୟକାରେ ବାରଗାଦି ମେଳଣ
କାକଟପୁର, ୧୭।୫(ଡି.ଏନ୍.ଏ.):ପବିତ୍ର ବୁଦ୍ଧ ପୂର୍ଣ୍ଣମୀ ଅର୍ଥାତ୍ ବୈଶାଖ ପୂର୍ଣ୍ଣୀମାରେ ଶନିବାର କାକଟପୁରର ରତ୍ନବଟ ଆଶ୍ରମରେ ଅନୁଷ୍ଠିତ ହେବ ବାରଗାଦି ମେଳଣ। ଦିନକ ପାଇଁ ଉତ୍ସବ ମୁଖର ହୋଇପଡ଼ିବ ରତ୍ନବଟ ଆଶ୍ରମ। ମାତ୍ର ଫନୀର ତାଣ୍ଡବରେ ରତ୍ନବଟ ଆଶ୍ରମର ବୃକ୍ଷରାଜୀ ଧ୍ୱସ୍ତ ବିଧ୍ୱସ୍ତ…
Archives


