ବାତ୍ୟା ପରେ ବିଗୁଡୁଛି ପରିମଳ ବ୍ୟବସ୍ଥା: କୋମାରେ ଗାଁ କଲ୍ୟାଣ ସମିତି

ବ୍ରହ୍ମଗିରି, ୧୭ା୫(ଡି.ଏନ୍‌.ଏ.)-ପ୍ରଳୟଙ୍କରୀ ବାତ୍ୟା ଫନୀ ପୁରୀ ଜିଲାରେ ତାଣ୍ଡବ ରଚିଛି। ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବ୍ରହ୍ମଗିରି ବ୍ଲକ। ବାତ୍ୟା ପରେ ବିଗୁଡୁଛି ଗାଁ ପରିମଳ ବ୍ୟବସ୍ଥା। ଗାଁ ଚାରିପଟେ ଗଦାହୋଇଛି କୁଢ କୁଢ ଆବର୍ଜନା। ପରିବେଷ ଏବେ ଦୁଷିତ। ଗାଁ ମାନଙ୍କରେ ଥିବା ଜଳାଶୟ, କୁଅ ପୋଖରୀ ଜଳରେ ଆବର୍ଜନା ପଡି ପାଣି ଦୂଷିତ ହେବାକୁ ଲାଗିଲାଣି। ଏହି ପାଣି ପାନୀୟ ଉପଯୁକ୍ତ ନୁହେଁ। ପରିମଳ ବ୍ୟବସ୍ଥା ବିଗିଡିବା କାରଣରୁ ମହାମାରୀ ବ୍ୟାପିବାର ଆଶଙ୍କା କରାଯାଉଛି। ଗଁା ପରିମଳ ଓ ସ୍ବାସ୍ଥ୍ୟବସ୍ଥା ସଜାଡିବାର ଗୁରୁ ଦାୟିତ୍ୱ ନେଇଥିବା ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଏଭଳି ପରିସ୍ଥିତିରେ କୋମାରେ ରହିଛି।
ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ଅଂଶବିଶେଷ ଭାବେ ଗଁା କଲ୍ୟାଣ ସମିତି ପ୍ରତି ରାଜସ୍ବ ଗ୍ରାମରେ ଗଠନ କରାଯାଇଛି। ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଶିବିରର ଆୟୋଜନ, ପ୍ରାକୃତିକ ବିପର୍ଯ୍ୟ ସମୟରେ ସହାୟତା, ମହାମାରୀ ନିୟନ୍ତ୍ରଣ ହେଉଛି ଏହାର ମୁଳ ଲକ୍ଷ୍ୟ। ବନ୍ୟା ବାତ୍ୟା ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବାର ବ୍ୟବସ୍ଥା କରିବା, ଗଁାରେ ଜମିରହିଥିବା ପାଣି କିମ୍ବା ଅଳିଆ ଆବର୍ଜନା ସଫାକରିବା, ଲୋକମାନଙ୍କୁ ନିରାପଦ ଜଳର ବ୍ୟବହାର ପାଇଁ ପ୍ରବର୍ତ୍ତାଇବା ଓ ମହାମାରୀ ନିୟନ୍ତ୍ରଣ କରିବା ା ଏ ସବୁ କାର୍ଯ୍ୟ ସମ୍ପାଦନା ପାଇଁ ପ୍ରତି ଗାଁ କଲ୍ୟାଣ ସମିତିକୁ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ତରଫରୁ ବାର୍ଷିକ ୧୦ହଜାର ଟଙ୍କା ମିଳିଥାଏ। ବ୍ରହ୍ମଗିରି ବ୍ଲକରେ ଗଢିଉଠିଛି ୧୪୮ଟି ଗାଁ କଲ୍ୟାଣ ସମିତି। ମାତ୍ର ଏସବୁ ସମିତି ସୁପ୍ତ ଥିବାରୁ ବ୍ଲକରେ ଦୁଇ ଦିନ ଭିତରେ ୨୧ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସରକାରୀ ରେକର୍ଡରୁ ଜଣାପଡିଛି। ଏହି ସ୍ଥିତି ଧିରେ ଧିରେ ଅଧିକ ଗମ୍ଭୀର ହୋଇପାରେ ା ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ହେଉ କିମ୍ବା ଏହି ଗାଁ କଲ୍ୟାଣ ସମିତି ତରଫରୁ କୌଣସି ଠାରେ ବ୍ଲିଚିଙ୍ଗ ପାଉଡର କିମ୍ବା ଜଳାଶୟ ମାନଙ୍କର ଜଳଗୁଡିକୁ ବିଶୋଧନ କରାଯାଉନାହିଁ। ବାର୍ଷିକ ଲକ୍ଷାଧିକ ଟଙ୍କା ଅନୁଦାନ ରାଶି ଦେଇ ଗଠନ କରାଯାଇଥିବା ଏହି ଗଁା କଲ୍ୟାଣ ସମିତି ଗୁଡିକ ଏଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ଥାଣୁ ପାଲଟିଯାଇଛନ୍ତି। ଏ ସମ୍ପର୍କରେ ତନ୍ତକେରା ଗ୍ରାମର ଜମ୍ବେଶ୍ୱର ଦଳାଇ କୁହନ୍ତି, ସରକାର ଗ୍ରାମୀଣ ସ୍ବାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏହି ସଂସ୍ଥାଗୁଡିକ ଜନ ସେବାରେ ନ ଆସି ସରକାରଙ୍କ ଅର୍ଥ ଆତ୍ମସାତ କରୁଛନ୍ତି ା ଫଳରେ ସରକାରଙ୍କ ଲକ୍ଷ୍ୟ ପୂରଣ ହେଉନହିଁ ା ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ା ଏ ନେଇ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ପ୍ରଣବ ପ୍ରକାଶ ପୂର୍ଣ୍ଣଙ୍କୁ ପଚାରିବାରେ ସମିତିମାନଙ୍କୁ ଆମେ ଅନୁଦାନ ଅର୍ଥ ଦେଇଦେଇଛୁ। ଏହି ସମିତିରେ ଆମର ଜଣେ ଆଶାକର୍ମୀ ରହିଥିବା ସମୟରେ ଆଉ ସମସ୍ତ ସଭ୍ୟ ଜନ ପ୍ରତିନିଧି ଓ ସ୍ଥାନୀୟ ଲୋକେ। ଏଭଳି ପରିସ୍ଥିତରେ ସେମାନେ ସଚେତନ ହୋଇ କାର୍ଯ୍ୟ କରିବା କଥା ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?