ପରିଚୟ ଫାଉଣ୍ଡେଶନ ପକ୍ଷରୁ ‘ଶ୍ରୀ ଆୱାର୍ଡସ୍’ର ୪ର୍ଥ ସଂସ୍କରଣ: ୧୨ ପ୍ରତିଭାଙ୍କୁ ‘ଶ୍ରୀ ଆଓ୍ବାର୍ଡ’
ଭୁବନେଶ୍ୱର,୨୧।୭(ବ୍ୟୁରୋ): ପରିଚୟ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ‘ଶ୍ରୀ ଆୱାର୍ଡସ୍’ର ଚତୁର୍ଥ ସଂସ୍କରଣ ଶନିବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ରାଜ୍ୟ ସଭା ସଦସ୍ୟ ତଥା ପଦ୍ମବିଭୂଷଣ ଡ. ସୋନାଲ ମାନସିଂହ, ସମ୍ମାନିତ ଅତିଥିଭାବେ ଏମ୍ପି ଡ. ଅଚ୍ୟୁତ ସାମନ୍ତ,…
୨ଜଣଙ୍କୁ ଅଟକ ପରେ କୋର୍ଟ ଚାଲାଣରେ ବିଳମ୍ବ: ଏସ୍ଟିଏଫ୍, ଖୋର୍ଦ୍ଧା ଏସ୍ପିଙ୍କ ସମେତ ୫ ଜଣଙ୍କ ନାଁରେ ସର୍ଚ୍ଚ ୱାରେଣ୍ଟ
ଖୋର୍ଦ୍ଧା ଅଫିସ,୨୧।୭: ଖୋର୍ଦ୍ଧା ଜବଦସ୍ତପାଟଣାର ୨ ଜଣଙ୍କୁ ଅଟକ ପରେ କୋର୍ଟ ଚାଲାଣରେ ବିଳମ୍ବ, ମହିଳାଙ୍କୁ ମାଡ ମାରିବା ପରି ଅଭିଯୋଗ ଏସଟିଏଫ୍ ଓ ପୋଲିସ ନଁାରେ ରହିଛି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ର ଏସ୍ପି ପିି.ଆର. ରାହୁଲ, ଇନ୍ସପେକ୍ଟର ଆଲୋକ…
ମହାନଦୀରୁ ୭୦ କିଲୋର ମାଛ ଉଦ୍ଧାର
ବାଙ୍କୀ,୨୧।୭(ସ୍ବ.ପ୍ର.): ବାଙ୍କୀ ଏନ୍ଏସି ନିକଟବର୍ତ୍ତୀ ଚକାପଦାଠାରେ ଶନିବାର ମହାନଦୀରୁ ମାଛ ଧରାଳିମାନେ ଏକ ବିରାଟକାୟ ମାଛକୁ ଜାଲଦ୍ୱାରା ଧରିଥିଲେ। ସେହି ମାଛଟିକୁ ବାଙ୍କୀ ମାଛମାର୍କେଟକୁ ଅଣାଯାଇଥିଲା। ମାଛଟିକୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା। ମାଛଟିର ଓଜନ ପ୍ରାୟ ୭୦କେ.ଜିରୁ ଊର୍ଦ୍ଧ୍ୱ ହୋଇଥିଲା।…
ମାଷ୍ଟରକ୍ୟାଣ୍ଟିନ ଛକରେ ଆତଙ୍କ: ଅଟୋରୁ ମିଳିଲା ୪ ବୋମା ଓ ବନ୍ଧୁକ, ଜଣେ ଗିରଫ
ଭୁବନେଶ୍ୱର, ୨୧।୭ (ବ୍ୟୁରୋ): ଚାଲିଛି ବିଧାନସଭା ଅଧିବେଶନ। ମାଷ୍ଟରକ୍ୟାଣ୍ଟିନ ଛକରୁ ପିଏମ୍ଜି ଛକ ଯାଏ ପୋଲିସ ଛାଉଣୀ। ଏପରିକି ପିଏମ୍ଜିରେ ପ୍ରତିଦିନ ଏକାଧିକ ସଂଗଠନ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି। ସେମାନଙ୍କୁ ମଧ୍ୟ ପୋଲିସ ଜଗିଛନ୍ତି। ଏତେ ସୁରକ୍ଷା ମଧ୍ୟରେ…
ଦୁର୍ନୀତିରେ ଉବୁଟୁବୁ ଖଦି ବୋର୍ଡ: ଖାଇଗଲେ ମହୁଚାଷୀଙ୍କ ଟଙ୍କା
ଭୁବନେଶ୍ୱର, ୨୧।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଦୁର୍ନୀତିରେ ଉବୁଟୁବୁ। ମହୁଚାଷୀଙ୍କୁ ତାଲିମ ଦେବା, ମହୁବାକ୍ସ କିଣିବାନେଇ କୋଟି କୋଟି ଟଙ୍କା ହଡ଼ପ ହୋଇଛି। ଏହି ମହାଦୁର୍ନୀତିକୁ ଜାଣିଶୁଣି ଚାପି ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ…
କ୍ଷିତିଭୂଷଣ ଦାସ ହେଲେ ଇଗ୍ନୋର ପ୍ରୋ-ଭାଇସ ଚାନ୍ସେଲର
ଭୁବନେଶ୍ୱର, ୨୧।୭(ବ୍ୟୁରୋ): କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ପ୍ରଫେସର କ୍ଷିତିଭୂଷଣ ଦାସଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ନୂଆଦିଲ୍ଲୀର ପ୍ରୋ-ଭାଇସ ଚାନ୍ସେଲର ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଫେସର ଦାସ ବର୍ତ୍ତମାନ ଇଣ୍ଡିଆନ୍ କାଉନସିଲ ଅଫ୍…
ରାଜ୍ୟର ପ୍ରଥମ ବିଦେଶ ଡାକଘର ଉଦ୍ଘାଟିତ: ଏଣିକି ବିଦେଶରେ ଶୀଘ୍ର ପହଞ୍ଚିବ ଚିଠି, ପାର୍ସଲ
ଭୁବନେଶ୍ୱର, ୨୧।୭ (ବ୍ୟୁରୋ): ଓଡ଼ିଶାରୁ ବିଦେଶକୁ ପଠାଯାଉଥିବା ଚିଠି ଓ ପାର୍ସଲ କୋଲକାତାସ୍ଥିତ ଫରେନ ପୋଷ୍ଟ ଅଫିସ୍ର କଷ୍ଟମ ବିଭାଗରେ ଯାଞ୍ଚ ହୁଏ। ଏହାଦ୍ୱାରା ଚିଠି ପହଞ୍ଚତ୍ବାରେ ବହୁତ ବିଳମ୍ବ ହୁଏ। ହେଲେ ଏବେ ଆଉ ବିଳମ୍ବ ହେବ ନାହିଁ। ଏହି…
ପ୍ରତ୍ୟେକ ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ପୌରସଂସ୍ଥା : ପରିବା ଚୋପାରୁ ତିଆରି ହେବ କମ୍ପୋଷ୍ଟ ଖତ
ପୁରୀ ଅଫିସ,୨୦ା୭: ଆଜିକାଲି ବିଭିନ୍ନ ସହରରୁ ପ୍ରତ୍ୟେହ କୁଢ କୁଢ ଅଳିଆ ଆବର୍ଜନା ବାହାରୁଛି। ଏମିତି କି ବିଭିନ୍ନ ସ୍ଥାନରେ ଆବର୍ଜନାର ପାହାଡ଼ ମଧ୍ୟ ଦୃଷ୍ଟିଗୋଚର ହେଉଛି। କୌଣସି ସହରକୁ ଗଲେ ଆଗନ୍ତୁକମାନଙ୍କ ସ୍ବାଗତ ଆବର୍ଜାନର ସ୍ତୁପ ଜରିଆରେ କରାଯିବା ପରି…
ପଟ୍ଟନାୟକିଆ ଟ୍ରିପଲ ମର୍ଡର ଘଟଣା ଫେରାର ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ
ପୁରୀ ଅଫିସ,୨୦ା୭: ପୁରୁୀ-ଭୁବନେଶ୍ୱର ଜାତୀୟ ରାଜପଥ ସତ୍ୟବାଦୀ ଥାନା ପଟ୍ଟନାୟକିଆ ଛକରେ ଗତ ୧୪ତାରିଖରେ ଘଟିଥିଲା ଟ୍ରିପଲ ମର୍ଡର। ଦୁର୍ବୃତ୍ତମାନେ ସଦାନନ୍ଦପୁର ଗ୍ରାମର ଦୁଇ ଭାଇ ପୂର୍ଣ୍ଣ, କୃଷ୍ଣ ଓ ଦାଦା ପୁଅ ଭାଇ ପଞ୍ଚୁଆଙ୍କୁ ଗୋଡାଇ ହାଣି ହତ୍ୟା କରିଥିଲେ।…
ଦୁର୍ନୀତିକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା
ଭୁବନେଶ୍ୱର, ୨୦।୭(ସ୍ବ.ପ୍ର.): ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡରେ ବ୍ୟାପକ ଦୁର୍ନୀତି ହୋଇଛି। ମହୁଚାଷୀଙ୍କୁ ତାଲିମ ଦେବା, ମହୁବାକ୍ସ କିଣିବାନେଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ଏହି ମହା ଦୁର୍ନୀତିକୁ ଜାଣିଶୁଣି ଚାପି ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ…
ସରକାରଙ୍କୁ ମରୁଡ଼ି ଚିନ୍ତା: ୨୦୬ ବ୍ଲକରେ ସ୍ଥିତି ସଙ୍ଗିନ,ମରୁଡ଼ି ମୁକାବିଲା ଲାଗି ବିଭାଗ ପ୍ରସ୍ତୁତ କଲା ବର୍ଷା ଆପତ୍କାଳୀନ ଯୋଜନା
ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗାଏବ ହୋଇଯାଇଛି। ରାଜ୍ୟର ଅନେକ ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ବଲାଙ୍ଗୀର ସମେତ ପାଞ୍ଚଟି ଜିଲାରେ ଭୟଙ୍କର ମରୁଡ଼ି ପରିସ୍ଥିତି ହୋଇଥିବା ଶୁକ୍ରବାର ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ।…
କଳିଙ୍ଗ ହସ୍ପିଟାଲରେ ବିଧାୟକ ମୋହନ ଚରଣ ମାଝିଙ୍କୁ ଦୁର୍ବ୍ୟବହାର ଘଟଣା: ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍ ପଡ଼ିଲା କଳିଙ୍ଗ ହସ୍ପିଟାଲ
ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜ୍ୟ ସରକାର ରାଜଧାନୀରେ ଥିବା ଘରୋଇ ହସ୍ପିଟାଲ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝିଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାର…

