ଦୁର୍ନୀତିରେ ଉବୁଟୁବୁ ଖଦି ବୋର୍ଡ: ଖାଇଗଲେ ମହୁଚାଷୀଙ୍କ ଟଙ୍କା

ଭୁବନେଶ୍ୱର, ୨୧।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଦୁର୍ନୀତିରେ ଉବୁଟୁବୁ। ମହୁଚାଷୀଙ୍କୁ ତାଲିମ ଦେବା, ମହୁବାକ୍ସ କିଣିବାନେଇ କୋଟି କୋଟି ଟଙ୍କା ହଡ଼ପ ହୋଇଛି। ଏହି ମହାଦୁର୍ନୀତିକୁ ଜାଣିଶୁଣି ଚାପି ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଏଥିପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଉଥିବାବେଳେ ଏହାର ଫାଇଦା ଚାଷୀଙ୍କୁ ମିଳୁନାହିଁ। ସଂସ୍ଥା ଦାୟିତ୍ୱରେ ଥିବା ଅଫିସର ଓ ଏହାର ଅଧ୍ୟକ୍ଷ ଏ ସମସ୍ତ ଅର୍ଥକୁ ହଡ଼ପ କରୁଛନ୍ତି। ଏହାର ଭିଜିଲାନ୍ସ ତଦନ୍ତ କରାଯାଉ। ଏ ନେଇ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ। ଭାଜପା ସଦସ୍ୟମାନେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡରେ ହୋଇଥିବା ମହାଦୁର୍ନୀତିକୁ ନେଇ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ମଧ୍ୟ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଗତ ୨୦ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ଅନୁଦାନର କୌଣସି ହିସାବ ନାହିଁ। ଶହ ଶହ କୋଟି ଟଙ୍କା ହଡ଼ପ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ବିଧାନସଭା ହୁଲ୍‌ସ୍ଥୂଲ୍‌ କରିଛନ୍ତି। ଫଳରେ ଶୂନ୍ୟକାଳ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା। ପ୍ରବଳ ହୋହଲ୍ଲା ଯୋଗୁ ବିଧାନସଭାକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରାଯାଇଥିଲା। ଏହି ଦୁର୍ନୀତିର ତଦନ୍ତ ପାଇଁ ପଦକ୍ଷେପ ନେବାଲାଗି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଂଗ୍ରେସ ଦଳ ନେତା ନରସିଂହ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜ ଚାମ୍ବରକୁ ଡାକି ଆଲୋଚନା କରିଛନ୍ତି।
ଶନିବାର ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡରେ ବ୍ୟାପକ ଦୁର୍ନୀତି ହୋଇଥିବା କଥା ଉଠାଇଥିଲେ। ସେ କହିଥିଲେ ଯେ, ରାଜ୍ୟ ଓ କେନ୍ଦ୍ର ସରକାର ୨୦୧୪ରୁ ୨୦୧୭ ମଧ୍ୟରେ ଏହି ବୋର୍ଡକୁ ୮୬ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ରାଜ୍ୟ ସରକାର ୩୯ କୋଟି ୯୪ ଲକ୍ଷ ଟଙ୍କା ଅନୁଦାନ ଦେଇଥିବାବେଳେ କେନ୍ଦ୍ର ସରକାର ୪୬.୨୮ କୋଟି ଟଙ୍କା ଦେଇଛନ୍ତି। ମହୁ ଚାଷ ଓ ଖଦିର ଉନ୍ନତି ପାଇଁ ଦିଆଯାଇଥିବା ଏହି ଅର୍ଥକୁ ହରିଲୁଟ କରାଯାଇଛି। ଏହି ଅର୍ଥରେ ୧୨ଶହ ମହୁଚାଷୀଙ୍କୁ ତାଲିମ ଦିଆଯାଇଥିବାବେଳେ ୪୮୦ ଚାଷୀଙ୍କୁ ୨୪୦୦ ମହୁବାକ୍ସ ପ୍ରଦାନ କରାଯାଇଥିବା କୁହାଯାଉଛି। ତେବେ ଯେଉଁ ବାକ୍ସ ପ୍ରଦାନ କରାଯାଇଛି ସେଗୁଡ଼ିକର ମୂଲ୍ୟ ବାକ୍ସ ପିଛା ୧ ହଜାର ଟଙ୍କା ହେବା କଥା। ମାତ୍ର ଏହାକୁ ୩୦ ହଜାର ଟଙ୍କାରେ କିଣାଯାଇଥିବା ଦର୍ଶାଯାଇଛି। ତାଲିମ ଦେବା ନାଁରେ ମିଛ ଚାଷୀଙ୍କ ନାମରେ ବିଲ୍‌ କରାଯାଇଛି। ଏହାଛଡ଼ା ବୋର୍ଡରେ କଡା ଆଦି ଜିନିଷପତ୍ର ଗତ ୩ ବର୍ଷରେ ୩ କୋଟି ୫୮ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ୮୬ କୋଟି ଟଙ୍କା ଅନୁଦାନ ପାଇଥିବାବେଳେ ମାତ୍ର ୩ .୫୮ କୋଟି ଟଙ୍କାର ବିକ୍ରି ହୋଇଛି। ଏଥିରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି ବୋଲି ପ୍ରଦୀପ୍ତ କହିଥିଲେ। କେବଳ ସେତିକି ନୁହେଁ, କିଛି ବେନାମୀ ବିଜ୍ଞାପନ ସଂସ୍ଥା ଏବଂ କନସଲଟାନ୍ସି କମ୍ପାନୀ ନାଁରେ ବିଲ୍‌ କରାଯାଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ରାଜ୍ୟ ସରକାର ଯେଉଁ ରାଜନେତାମାନଙ୍କୁ ବୋର୍ଡରେ ଥଇଥାନ କରିଛନ୍ତି ସେମାନେ ଚାଷୀଙ୍କୁ ସହାୟତା ଦେବା ବଦଳରେ କୋଟି କୋଟି ଟଙ୍କା ହଡ଼ପ କରୁଛନ୍ତି। ମହୁବାକ୍ସ କେଉଁଠୁ କିଣାଗଲା, କେଉଁ ଜିଲାର କେଉଁ ଚାଷୀଙ୍କୁ ଦିଆଯାଇଛି ସେଗୁଡିକର ତାଲିକା ଗୃହରେ ଉପସ୍ଥାପନ କରାଯାଉ।
ନିଜ ପାଣ୍ଠି ବଢ଼ାଇବା ପାଇଁ ଏହି ଅର୍ଥକୁ ଆତ୍ମସାତ୍‌ କରାଯାଇଛି। ଯଦି ଏଭଳି ହୁଏ ତା’ହେଲେ ରାଜ୍ୟର ଭାଗ୍ୟ କ’ଣ ହେବ ବୋଲି ସେ କହିଛନ୍ତି। ଏ ସମସ୍ତ ଘଟଣା ବିଷୟରେ ବିଭାଗୀୟ ମନ୍ତ୍ରୀ ଗୃହରେ ବିବୃତି ଦିଅନ୍ତୁ। ଏହି ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ପ୍ରଦୀପ୍ତ ଦାବି କରିଛନ୍ତି।
ଭାଜପା ଦୁର୍ନୀତି ପ୍ରସଙ୍ଗ ନେଇ ସରକାରଙ୍କୁ ଘେରୁଥିବା ବେଳେ କଂଗ୍ରେସ ମଧ୍ୟ ଏହାକୁ ହାତଛଡ଼ା କରିବାକୁ ଚାହିଁ ନ ଥିଲା। ଶୂନ୍ୟ କାଳରେ କଂଗ୍ରେସ ନେତା ନରସିଂହ ମିଶ୍ର ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ହେଉଥିବା ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ସେ କହିଥିଲେ ଯେ, ରାଜ୍ୟରେ ସରକାର ଅଚଳ ହୋଇଯାଇଛି। ବିଭିନ୍ନ ବିଶ୍ୱବିଦ୍ୟାଳୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିଲେ ମଧ୍ୟ ସେଗୁଡ଼ିକର ଅଡିଟ୍‌ କରାଯାଉ ନାହିଁ। ଗତ ୨୦ ବର୍ଷ ହେବ ବିଶ୍ୱବିଦ୍ୟାଳୟଗୁଡିକ ନେଉଥିବା ଅନୁଦାନର କୌଣସି ହିସାବ ନାହିଁ। ଓଡ଼ିଶା ୟୁନିଭର୍ସିଟି ଆକ୍ଟ- ୧୯୮୯ର ସେକ୍ସନ୍‌ ୨୩ ଅନୁଯାୟୀ ପ୍ରତିବର୍ଷ ବିଶ୍ୱବିଦ୍ୟାଳୟକୁ ଦିଆଯାଉଥିବା ଅନୁଦାନର ଅଡିଟ୍‌ ହେବା କଥା। ରାଜ୍ୟ ସରକାରଙ୍କ ଲୋକାଲ ଫଣ୍ଡ୍‌ ଅଡିଟ୍‌ କରାଯିବା ବ୍ୟବସ୍ଥା ରହିଛି। ଏଥିସହିତ ଏହି ଅଡିଟ୍‌ ରିପୋର୍ଟକୁ ଗୃହରେ ଉପସ୍ଥାପନ କରାଯିବା କଥା। ପ୍ରତିବର୍ଷ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେଉଛି। ମାତ୍ର ଲୋକାଲ ଫଣ୍ଡ୍‌ ଅଡିଟ ରିପୋର୍ଟ ଗତ ୨୦ ବର୍ଷ ହେବ ଉପସ୍ଥାପିତ ହୋଇନାହିଁ। ବିଶ୍ୱବିଦ୍ୟାଳୟଗୁଡିକର ଅଡିଟ୍‌ କରାଇବା ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଦାୟିତ୍ୱ। ବିଭାଗୀୟ ସଚିବ ଏହାକୁ ଦେଖିବା କଥା। ଏଥିରେ ସମସ୍ତେ ସମ୍ପୃକ୍ତ ଅଛନ୍ତି। ଗୃହରେ ମନ୍ତ୍ରୀମାନେ ଏଥିପାଇଁ ଉତ୍ତରଦାୟୀ ରହିବା ଉଚିତ। ବିଧାନସଭା ଗବେଷଣା ୟୁନିଟ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟଗୁଡିକର କୌଣସି ଅଡିଟ୍‌ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇନାହିଁ। ଅନେକ ଘରୋଇ ବିଶ୍ୱବିଦ୍ୟାଳୟ ମାଗଣାରେ ଜମିନେଇ ଶିକ୍ଷା ବ୍ୟବସାୟ କରୁଛନ୍ତି। ଗୃହ ମୁଲତବୀ ରଖି ଏ ବିଷୟରେ ଆଲୋଚନା କରାଯାଉ। କେବଳ ଶିକ୍ଷା ବିଭାଗ ନୁହେଁ। ଆହୁରି ଅନେକ ବିଭାଗରେ ଏଭଳି ଦୁର୍ନୀତି ହେଉଛି। ବାଚସ୍ପତି ବିଭାଗୀୟ ମନ୍ତ୍ରୀ ଓ ଅନ୍ୟ ସମସ୍ତ ସଦସ୍ୟଙ୍କୁ ଡାକି ଏହା ଉପରେ ଆଲୋଚନା କରନ୍ତୁ। ସର୍ବସାଧାରଣଙ୍କ ଅର୍ଥକୁ ଏଭଳି ହରିଲୁଟ୍‌ କରା ନ ଯାଉ ବୋଲି ନରସିଂହ କହିଥିଲେ। ବାଚସ୍ପତି କହିଥିଲେ, ଏହି ଘଟଣାର ପରୀକ୍ଷାନିରୀକ୍ଷା କରାଯିବା ପରେ ପଦକ୍ଷେପ ନିଆଯିବ। ମାତ୍ର କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ପ୍ରବଳ ହୋହଲ୍ଲା କରିଥିଲେ। ୨୦ ବର୍ଷର ଦୁର୍ନୀତି ସରକାର ମାନିନିଅ ମାନିନିଅ… ଅଡିଟ୍‌ ରିପୋର୍ଟ ଦେବା ଆମର ଦାବି ଆମର ଦାବି… ସ୍ଲୋଗାନ ଦେଇ ହଟ୍ଟଗୋଳ କରିଥିଲେ। ପ୍ରବଳ ପାଟିତୁଣ୍ଡ ହେବାରୁ ବାଚସ୍ପତି ଗୃହକୁ ୧୧ଟା ୫୫ରୁ ୧୨ଟା ୫୦ ଏବଂ ୧୨ଟା ୫୨ରୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଏଥିସହିତ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିରୋଧୀ ଦଳ ନେତା, ଅର୍ଥମନ୍ତ୍ରୀ, କଂଗ୍ରେସ ଦଳ ନେତା, ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ନିଜ ଚାମ୍ବରକୁ ଡାକିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri