ଏନ୍‌କାଉଣ୍ଟର ପରେ ରବି ରାଓ ଗ୍ୟାଙ୍ଗ୍‌ ସଦସ୍ୟ ଜିଲାପାର୍‌: ଆହତ ଅବସ୍ଥାରେ ଅର୍ଜୁନଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୭ା୮(ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରେ ଆତଙ୍କ ଖେଳାଉଥିବା ୧୧ଜଣିଆ ରବି ରାଓ ଗ୍ୟାଙ୍ଗ୍‌କୁ ଧରିବାକୁ କମିଶନରେଟ ପୋଲିସ ସିରିଜ ଏନ୍‌କାଉଣ୍ଟର କରିଥିଲା। ୪ଜଣଙ୍କୁ ଏନ୍‌କାଉଣ୍ଟର କରି ଧରିବା ପରେ ସହର ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ମାଷ୍ଟର ମାଇଣ୍ଡ୍‌ ରବି ପଞ୍ଚମ ଏନ୍‌କାଉଣ୍ଟରେ ପୋଲିସ ଫାଶରେ ପଡ଼ିଥିଲେ। ତେବେ ସୋମବାର ରାତିରେ ଆଉଜଣଙ୍କୁ ଆହତ ଅବସ୍ଥାରେ ଗିରଫ କରିଛି ପୋଲିସ। ଅନ୍ୟ ୫ଜଣ ଜିଲାପାର୍‌ ହୋଇଥିବାବେଳେ ରାଜ୍ୟ ବାହାରକୁ ଖସି ଯାଇଥିବା କୁହାଯାଉଛି। ତେଣୁ ସେମାନଙ୍କୁ ଧରିବାକୁ କମିଶନରେଟ ପୋଲିସର ଦୁଇଟି ଟିମ୍‌ ଜିଲା ବାହାରକୁ ଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଖବର ମିଳିଛି। ସୋମବାର ରାତିରେ କମିଶନରେଟ ପୋଲିସ ଡୁମୁଡୁମା ଅଞ୍ଚଳରେ ଚଢ଼ାଉ କରିଥିଲା। ରବି ରାଓ ଗ୍ୟାଙ୍ଗ୍‌ର ଅନ୍ୟତମ ସଦସ୍ୟ ଅର୍ଜୁନ ଦାଶ ରହୁଥିବା ଏକ ଘର ଉପରେ ଚଢ଼ାଉ କରି ତାଙ୍କୁ ଗିରଫ କରିବା ସହ ତାଙ୍କଠାରୁ ମହିମା ମୋଟର୍ସ ମାଲିକଙ୍କୁ ହାଣି ଲୁଟି ନେଇଥିବା ସୁନା ଚେନ୍‌କୁ ପୋଲିସ ଜବତ କରିଛି। ଅର୍ଜୁନଙ୍କ ନାମରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଖଣ୍ଡଗିରିରେ ଏକ ହତ୍ୟା ମାମଲା, ଲକ୍ଷ୍ମୀସାଗର ଓ ଶହୀଦନଗର ଥାନାରେ ତାଙ୍କ ନାମରେ ବଳାତ୍କାର ମାମଲା ରହିଛି। ଏହାସହ ବହୁ ଡକାୟତି ଓ ରାହାଜାନୀ ଆଦି ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ପୋଲିସ କହିଛି।
ରବିବାର ରାତିରେ ରବିଙ୍କୁ ପୋଲିସ ଏନ୍‌କାଉଣ୍ଟର କରିବା ପରେ ଅର୍ଜୁନ ସହର ଛାଡି ଖସିଯିବାକୁ ଉଦ୍ୟମ କରିଥିଲା। ହେଲେ ସେ ବାଇକରେ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଥିଲେ। ପୋଲିସ ଧରିଦେବା ଭୟରେ ସେ ହସ୍ପିଟାଲ ନ ଯାଇ ଡୁମୁଡୁମାରେ ଏକ ଘରେ ରହି ଚିକିତ୍ସିତ ହେଉଥିଲେ। ଏହି ଖବର ପହଞ୍ଚତ୍ବା ପରେ ପୋଲିସ ଟିମ୍‌ ସୋମବାର ବିଳମ୍ବିତ ରାତିରେ ସେଠାରେ ଚଢ଼ାଉ କରିଥିଲା। ସେ ଆହତ ଥିବାରୁ ଫେରାର ହୋଇପାରି ନ ଥିଲେ। ପଚରାଉଚରା କରିବା ପରେ ମଞ୍ଚେଶ୍ୱର ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅର୍ଜୁନ ଡକାୟତି କରିବା ସମୟରେ ଘରେ ଯଦି ମହିଳା ଦେଖୁଥିଲେ ତାଙ୍କୁ ବଳାତ୍କାର କରୁଥିଲେ। ଏହାକୁ କିନ୍ତୁ ଗ୍ୟାଙ୍ଗ୍‌ ଲିଡର ରବି ପସନ୍ଦ କରୁ ନ ଥିଲେ। ଯେଉଁଥିପାଇଁ ରବି ଓ ଅର୍ଜୁନଙ୍କ ମଧ୍ୟରେ ବାରମ୍ବାର ବଚସା ହୋଇଥିଲା। ଏଥିପାଇଁ ରବିଙ୍କ ସହ ତାଙ୍କର ସମ୍ପର୍କ ଭଲ ନ ଥିବା ଅର୍ଜୁନ ପୋଲିସକୁ କହିଛନ୍ତି। ଏଥିସହ ଅଜୁର୍ନକୁ ପଚରାଉଚରାବେଳେ ପୋଲିସକୁ ବହୁ ତଥ୍ୟ ମିଳିଛି। ଏହି ଆଧାରରେ ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବା ଜଣାପଡିଛି। ରବିଙ୍କ ସହ ଅର୍ଜୁନ ଲୁଟ୍‌ ପାଇଁ ଜିଲା ବାହାରକୁ ଯାଇଛନ୍ତି। ଘଟଣା ପରେ ପୋଲିସ ନଜରରୁ ହଟିବା ପାଇଁ ଅନ୍ୟମାନଙ୍‌କ ସହ ସେ ମଧ୍ୟ କାର ଭିତରେ ଶୋଇ ପଡୁଥିଲେ। ତେବେ ରବି ଖୁସି ମିଜାଜ୍‌ର ହୋଇଥିବାରୁ ଲୁଟ୍‌ ଟଙ୍କାରେ ବିଳାସବ୍ୟସନରେ ଜୀବନ କଟାଇବାକୁ ପସନ୍ଦ କରୁଥିଲେ। ଦାମୀ ମଦ ପିଇବା ସହ ପ୍ରେମିକାକୁ ଦାମୀ ଉପହାର ଦେଉଥିବା ଜଣାପଡିଛି।
ଅନ୍ୟପକ୍ଷରେ ଧଉଳି ଥାନା ଅନ୍ତର୍ଗତ ବାପୁଜୀ ହାଇଟେକ୍‌ ଆପାର୍ଟମେଣ୍ଟର ଯେଉଁ ଘରେ ସେମାନେ ନକଲି ମଦ ତିଆରି କାରଖାନା ଚଳାଇଥିଲେ ତାହାର ମାଲିକଙ୍କୁ ପଚରାଉଚରା କରି ବହୁ ତଥ୍ୟ ପାଇଛି। ଏଥିସହ ପୋଲିସ ମଙ୍ଗଳବାର ମଧ୍ୟ ଉକ୍ତ ଘରକୁ ଯାଇ ପୁଣି ଯାଞ୍ଚ କରିବା ସହ ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟମାନଙ୍କୁ ପଚରାଉଚରା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri