ଏନ୍‌କାଉଣ୍ଟର ପରେ ରବି ରାଓ ଗ୍ୟାଙ୍ଗ୍‌ ସଦସ୍ୟ ଜିଲାପାର୍‌: ଆହତ ଅବସ୍ଥାରେ ଅର୍ଜୁନଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୭ା୮(ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରେ ଆତଙ୍କ ଖେଳାଉଥିବା ୧୧ଜଣିଆ ରବି ରାଓ ଗ୍ୟାଙ୍ଗ୍‌କୁ ଧରିବାକୁ କମିଶନରେଟ ପୋଲିସ ସିରିଜ ଏନ୍‌କାଉଣ୍ଟର କରିଥିଲା। ୪ଜଣଙ୍କୁ ଏନ୍‌କାଉଣ୍ଟର କରି ଧରିବା ପରେ ସହର ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ମାଷ୍ଟର ମାଇଣ୍ଡ୍‌ ରବି ପଞ୍ଚମ ଏନ୍‌କାଉଣ୍ଟରେ ପୋଲିସ ଫାଶରେ ପଡ଼ିଥିଲେ। ତେବେ ସୋମବାର ରାତିରେ ଆଉଜଣଙ୍କୁ ଆହତ ଅବସ୍ଥାରେ ଗିରଫ କରିଛି ପୋଲିସ। ଅନ୍ୟ ୫ଜଣ ଜିଲାପାର୍‌ ହୋଇଥିବାବେଳେ ରାଜ୍ୟ ବାହାରକୁ ଖସି ଯାଇଥିବା କୁହାଯାଉଛି। ତେଣୁ ସେମାନଙ୍କୁ ଧରିବାକୁ କମିଶନରେଟ ପୋଲିସର ଦୁଇଟି ଟିମ୍‌ ଜିଲା ବାହାରକୁ ଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଖବର ମିଳିଛି। ସୋମବାର ରାତିରେ କମିଶନରେଟ ପୋଲିସ ଡୁମୁଡୁମା ଅଞ୍ଚଳରେ ଚଢ଼ାଉ କରିଥିଲା। ରବି ରାଓ ଗ୍ୟାଙ୍ଗ୍‌ର ଅନ୍ୟତମ ସଦସ୍ୟ ଅର୍ଜୁନ ଦାଶ ରହୁଥିବା ଏକ ଘର ଉପରେ ଚଢ଼ାଉ କରି ତାଙ୍କୁ ଗିରଫ କରିବା ସହ ତାଙ୍କଠାରୁ ମହିମା ମୋଟର୍ସ ମାଲିକଙ୍କୁ ହାଣି ଲୁଟି ନେଇଥିବା ସୁନା ଚେନ୍‌କୁ ପୋଲିସ ଜବତ କରିଛି। ଅର୍ଜୁନଙ୍କ ନାମରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଖଣ୍ଡଗିରିରେ ଏକ ହତ୍ୟା ମାମଲା, ଲକ୍ଷ୍ମୀସାଗର ଓ ଶହୀଦନଗର ଥାନାରେ ତାଙ୍କ ନାମରେ ବଳାତ୍କାର ମାମଲା ରହିଛି। ଏହାସହ ବହୁ ଡକାୟତି ଓ ରାହାଜାନୀ ଆଦି ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ପୋଲିସ କହିଛି।
ରବିବାର ରାତିରେ ରବିଙ୍କୁ ପୋଲିସ ଏନ୍‌କାଉଣ୍ଟର କରିବା ପରେ ଅର୍ଜୁନ ସହର ଛାଡି ଖସିଯିବାକୁ ଉଦ୍ୟମ କରିଥିଲା। ହେଲେ ସେ ବାଇକରେ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଥିଲେ। ପୋଲିସ ଧରିଦେବା ଭୟରେ ସେ ହସ୍ପିଟାଲ ନ ଯାଇ ଡୁମୁଡୁମାରେ ଏକ ଘରେ ରହି ଚିକିତ୍ସିତ ହେଉଥିଲେ। ଏହି ଖବର ପହଞ୍ଚତ୍ବା ପରେ ପୋଲିସ ଟିମ୍‌ ସୋମବାର ବିଳମ୍ବିତ ରାତିରେ ସେଠାରେ ଚଢ଼ାଉ କରିଥିଲା। ସେ ଆହତ ଥିବାରୁ ଫେରାର ହୋଇପାରି ନ ଥିଲେ। ପଚରାଉଚରା କରିବା ପରେ ମଞ୍ଚେଶ୍ୱର ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅର୍ଜୁନ ଡକାୟତି କରିବା ସମୟରେ ଘରେ ଯଦି ମହିଳା ଦେଖୁଥିଲେ ତାଙ୍କୁ ବଳାତ୍କାର କରୁଥିଲେ। ଏହାକୁ କିନ୍ତୁ ଗ୍ୟାଙ୍ଗ୍‌ ଲିଡର ରବି ପସନ୍ଦ କରୁ ନ ଥିଲେ। ଯେଉଁଥିପାଇଁ ରବି ଓ ଅର୍ଜୁନଙ୍କ ମଧ୍ୟରେ ବାରମ୍ବାର ବଚସା ହୋଇଥିଲା। ଏଥିପାଇଁ ରବିଙ୍କ ସହ ତାଙ୍କର ସମ୍ପର୍କ ଭଲ ନ ଥିବା ଅର୍ଜୁନ ପୋଲିସକୁ କହିଛନ୍ତି। ଏଥିସହ ଅଜୁର୍ନକୁ ପଚରାଉଚରାବେଳେ ପୋଲିସକୁ ବହୁ ତଥ୍ୟ ମିଳିଛି। ଏହି ଆଧାରରେ ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବା ଜଣାପଡିଛି। ରବିଙ୍କ ସହ ଅର୍ଜୁନ ଲୁଟ୍‌ ପାଇଁ ଜିଲା ବାହାରକୁ ଯାଇଛନ୍ତି। ଘଟଣା ପରେ ପୋଲିସ ନଜରରୁ ହଟିବା ପାଇଁ ଅନ୍ୟମାନଙ୍‌କ ସହ ସେ ମଧ୍ୟ କାର ଭିତରେ ଶୋଇ ପଡୁଥିଲେ। ତେବେ ରବି ଖୁସି ମିଜାଜ୍‌ର ହୋଇଥିବାରୁ ଲୁଟ୍‌ ଟଙ୍କାରେ ବିଳାସବ୍ୟସନରେ ଜୀବନ କଟାଇବାକୁ ପସନ୍ଦ କରୁଥିଲେ। ଦାମୀ ମଦ ପିଇବା ସହ ପ୍ରେମିକାକୁ ଦାମୀ ଉପହାର ଦେଉଥିବା ଜଣାପଡିଛି।
ଅନ୍ୟପକ୍ଷରେ ଧଉଳି ଥାନା ଅନ୍ତର୍ଗତ ବାପୁଜୀ ହାଇଟେକ୍‌ ଆପାର୍ଟମେଣ୍ଟର ଯେଉଁ ଘରେ ସେମାନେ ନକଲି ମଦ ତିଆରି କାରଖାନା ଚଳାଇଥିଲେ ତାହାର ମାଲିକଙ୍କୁ ପଚରାଉଚରା କରି ବହୁ ତଥ୍ୟ ପାଇଛି। ଏଥିସହ ପୋଲିସ ମଙ୍ଗଳବାର ମଧ୍ୟ ଉକ୍ତ ଘରକୁ ଯାଇ ପୁଣି ଯାଞ୍ଚ କରିବା ସହ ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟମାନଙ୍କୁ ପଚରାଉଚରା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?