ଖାଦ୍ୟ ଓ ଖାଉଟି ବ୍ୟାପାର ଜାତୀୟ ପରାମର୍ଶଦାତା ବୈଠକ:ବକେୟା ଅର୍ଥ ପଇଠ କରିବାକୁ ଦାବି କଲେ ମନ୍ତ୍ରୀ

ଭୁବନେଶ୍ୱର,୪ା୯(ବ୍ୟୁରୋ):ଧାନ ସଂଗ୍ରହ ବାବଦକୁ କେନ୍ଦ୍ରଠାରୁ ମିଳିବାକୁ ଥିବା ବକେୟା ସବ୍‌ସିଡି ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।
ମଙ୍ଗଳବାର ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବିତରଣ ମନ୍ତ୍ରୀ ରାମ ବିଳାଶ ପାଶଓ୍ବାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖାଦ୍ୟ ଓ ଖାଉଟି ବ୍ୟାପାର ଜାତୀୟ ପରାମର୍ଶଦାତା ବୈଠକରେ ମନ୍ତ୍ରୀ କହିଛନ୍ତି ସବସିଡି ଅର୍ଥ ପାଇବାରେ ବିଳମ୍ବ ଯୋଗୁ ଯୋଗାଣ ନିଗମ ପରି ଧାନ ସଂଗ୍ରହ କରୁଥିବା ଅନ୍ୟ ସଂସ୍ଥାଗୁଡ଼ିକ ଉପରେ ଆର୍ଥିକ ଚାପ ପଡୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ସରକାର ନିଜ ସଂସ୍ଥା ମାଧ୍ୟମରେ ଧାନ ସଂଗ୍ରହ କରୁଛନ୍ତି। କେନ୍ଦ୍ର ସରକାର ଅର୍ଥ ପ୍ରଦାନ ବିଳମ୍ବ କରୁଥିବା ଯୋଗୁ ଯୋଗାଣ ନିଗମର ବ୍ୟାଙ୍କ ଋଣ ଓ ସୁଧ ବୋଝ ବଢି ବଢି ଚାଲିଛି। ଏପରି କ୍ଷେତ୍ରରେ ସୁଧ ବାବଦ ଅର୍ଥକୁ କେନ୍ଦ୍ର ସରକାର ଭରଣା କରିବା ପାଇଁ ମନ୍ତ୍ରୀ ଦାବି କରିଛନ୍ତି।
ଏଥିସହିତ ଗତବର୍ଷ ଗୁଡିକର ଦର୍‌ଦାମକୁ ବିଚାର କରି ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟସୂଚୀ ସମ୍ପର୍କରେ ୩ ମାସ ଆଗରୁ ଠିକ୍‌ ପୂର୍ବାନୁମାନ କରି ଏକ ଦକ୍ଷ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା ଖାଉଟିମାନେ ଉପକୃତ ହେବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ଦିଗରେ ପ୍ରାକ୍‌ ପ୍ରସ୍ତୁତ କରାଯାଇ ପାରିବ ବୋଲି ରଣେନ୍ଦ୍ର କହିଥିଲେ। ଏହାଛଡ଼ା ବର୍ତ୍ତମାନର ଜିଓ ଟ୍ୟାଗିଂ ବ୍ୟବସ୍ଥାରେ ଆବଶ୍ୟକ ସୁଧାର ଆଣିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ନକଲି ଔଷଧ ଓ ଖାଦ୍ୟ ଦ୍ରବ୍ୟର ପ୍ରସ୍ତୁତି ଓ ବିକ୍ରିକୁ ରୋକା ନ ଗଲେ ମେକ୍‌ ଇନ ଓଡ଼ିଶା ସଫଳ ହେବ ନାହିଁ। ଏକ ସର୍ଭେରୁ ଜଣାପଡିଛି ଯେ ନକଲି ମୋଟର ଯାନର ଯନ୍ତ୍ରାଂଶ ଯୋଗୁ ଦିନକୁ ଦିନ ଗାଡ଼ି ଦୁର୍ଘଟଣା ବୃଦ୍ଧି ପାଉଛି। ସେହିପରି ଔଷଧ ବଜାରରେ ପ୍ରାୟ ୨୦ ପ୍ରତିଶତ ନକଲି ଔଷଧ ବିକ୍ରି ହେଉଥିବାରୁ ଅନେକ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ମନ୍ତ୍ରୀ ଅଭିଯୋଗ କରିଥିଲେ। ରାଜ୍ୟରେ ଖାଉଟି ସଚେତନତା ସୃଷ୍ଟି କରିବା ଦିଗରେ ଅନେକ ପଦକ୍ଷେପ ନିଆଯାଉଛି। ଏ ନେଇ ୨୬ଟି ଖାଉଟି ପରାମର୍ଶ କେନ୍ଦ୍ର ଖୋଲାଯାଇ ସଚେତନତା ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି। ସମସ୍ତ ଜିଲାରେ ଖାଉଟି ବିବାଦ ସମାଧାନ ମଞ୍ଚ କାର୍ଯ୍ୟ କରୁଛି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଅଙ୍କିତ ଘୋଷ ଗୁରୁତର

ବ୍ରଜରାଜନଗର, ୨୭।୭ (ବିଜୟ କୁମାର ବରାଡ): ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଇବ ଶ୍ମଶାନ ଘାଟ ନିକଟରେ ଥିବା ମଡପଣ୍ଡ ପାଖରେ ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ…

ସୁଶାନ୍ତଙ୍କ ପରଲୋକରେ ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ୱର/ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…

ଆଜି ଦାରୁବିଗ୍ରହଙ୍କ ନୀଳାଦ୍ରିବିଜେ: ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେବେ ମହାପ୍ରଭୁ

ପୁରୀ,୨୭ା୭ (ଅଜିତ୍‌ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ…

ସମୁଦ୍ର ପଥ ପୁଣି ଅଶାନ୍ତ! ଜାହାଜ ଉପରେ ଆକ୍ରମଣ ପରେ, ଇରାନର ବଡ଼ ଚେତାବନୀ

ତେହରାନ,୨୭।୭: କାସ୍ପିଆନ ସାଗରରେ ଏକ ଇରାନୀ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ୟୁକ୍ରେନକୁ କଡ଼ା…

ଆଜି ଜିଲାରେ ସବୁ ସ୍କୁଲ ଛୁଟି, ଜିଲାପାଳ ନିର୍ଦ୍ଦେଶ ଦେଇ କହିଲେ…

କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।…

ଋଣ ନେଇ ଅପେକ୍ଷା କରିଛନ୍ତି ଗ୍ରାହକ, ମିଳୁନି ବିଦ୍ୟୁତ ସଂଯୋଗ, କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗ୍ରାହକଙ୍କ ଠକେଇ ଅଭିଯୋଗ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ, ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ପାଇଁ, ଘରକୁ ଘର…

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri