ପରିଷଦ ଦିଅ, ରାଜ୍ୟ ସଭା ନିଅ
ଭୁବନେଶ୍ୱର,୧୨।୧୦: ଓଡ଼ିଶାରେ ବିଧାନ ପରିଷଦ ଗଠନ କରିବା ସକାଶେ ଶାସକ ବିଜେଡି ସବୁ ପ୍ରକାର ପ୍ରସ୍ତୁତି ଶେଷ କରିସାରିଛି। ଏ ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିସାରିଥିବା ବେଳେ ଗତବର୍ଷ ସେପ୍ଟେମ୍ବର ୬ ତାରିଖରେ ଏ ନେଇ ଏକ ସଂକଳ୍ପ ବିଧାନସଭାରେ…
ନିଲାମ ବନ୍ଦ ପରେ ଲଗାମ ଢିଲା: ବଢୁଛି ବଉଳମାଳ ପଥର ଚୋରା ଚାଲାଣ
ଖୋର୍ଦ୍ଧା ଅଫିସ,୧୨।୧୦: ଖୋର୍ଦ୍ଧା ତହସିଲର ନରଣଗଡ଼ ଅଞ୍ଚଳରେ ଥିବା ବଉଳମାଳ ପଥର ଖଣିର ନିଲାମ ପ୍ରାୟ ୬ ବର୍ଷ ଧରି ବନ୍ଦ ରହିଛି। ହେଲେ ବେଆଇନ ଖଣି ଖନନକୁ ରୋକା ଯାଇପାରୁନି। କିଛିଦିନ ତଳେ ନୟାଗଡ ଜିଲାର ରଣପୁର ଥାନାର ସାନଗଡ଼ଠାରେ…
ଚିଠି ଲେଖିଲେ ପରିବହନ କମିଶନର: ସ୍କୁଲ, କଲେଜ, ବ୍ଲକ ଅଫିସରେ ଖୋଲିବ ଲର୍ଣ୍ଣିଂ ଲାଇସେନ୍ସ କ୍ୟାମ୍ପ
ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ସରକାରୀ ଛୁଟି ଦିନରେ ଜନସାଧାରଣଙ୍କୁ ମିଳିପାରିବ ଲର୍ଣ୍ଣିଂ ଲାଇସେନ୍ସ। ଏଥିସହ ଡ୍ରାଇଭିଂ ଲାଇସେନ୍ସ ତୁରନ୍ତ ମିଳିବା ନେଇ ଅଧିକ ସ୍ଥାନରେ ସ୍ଲଟ୍ ଖୋଲିବା ଲାଗି ସମସ୍ତ ଜିଲା ପରିବହନ ଅଧିକାରୀଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ସ୍କୁଲ, କଲେଜ ଏବଂ…
ବିଜେପୁରରେ ବିଜେଡି କରିବ ବାଜିମାତ, ୩୫ହଜାର ଭୋଟରେ ଜିତିବୁ: ପ୍ରମିଳା
ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ। ଏହାକୁ ନେଇ ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି। ପୂର୍ବଥର ଭଳି ଚଳିତ ଥର ବିଜେଡି ଏବଂ ଭାଜପା ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଏବେ ପ୍ରଚାର ମଇଦାନକୁ ଦଳୀୟ…
ଅସ୍ଥାୟୀ ବିସର୍ଜନ ପୋଖରୀରେ କୁଢ଼ କୁଢ଼ ପଲିଥିନ: ପ୍ଲାଷ୍ଟିକ ବର୍ଜନ ପାଣିର ଗାର
ପୁରୁଣା ଭୁବନେଶ୍ୱର,୧୧।୧୦(ଡି.ଏନ.ଏ.) : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ୍ ଓ ପଲିଥିନ ବର୍ଜନକୁ ସମର୍ଥନ କରି ଚଳିତବର୍ଷ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ସମର୍ଥନ ଜଣାଇଥିଲେ। ପାର୍ବଣ ଅବସରରେ ପୂଜା ମଣ୍ଡପ କର୍ମକର୍ତ୍ତାମାନେ ପ୍ଲାଷ୍ଟିକ୍ ଓ…
ଦେବୀନଦୀ ସାଜିଛିି ଦାନବୀ
କାକଟପୁର,୧୧।୧୦(ଡି.ଏନ୍.ଏ.) : ଦେବୀନଦୀ ମହାନଦୀରୁ ବାହାରି କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳଦେଇ ପ୍ରବାହିତ ହୋଇ ଶେଷରେ ନୂଆଗଡ଼ଠାରେ ସମୁଦ୍ରରେ ମିଶିଛି। ମହାନଦୀର ୬୦ପ୍ରତିଶତ ବନ୍ୟାଜଳ ପ୍ରତିବର୍ଷ ଦେବୀନଦୀ ଦେଇ ପ୍ରବାହିତ ହେଉଥିବା ଜଳସେଚନ ବିଭାଗ ଆକଳନ କରିଛି। କିଛି ବର୍ଷ…
ନୂଆ ଟ୍ରେଣ୍ଡ୍ : ଟ୍ରାଇବାଲ ଆର୍ଟ
ଭୁବନେଶ୍ୱର,୧୧।୧୦(ବ୍ୟୁରୋ) : ପଞ୍ଚତାରକା ହୋଟେଲରୁ ଆରମ୍ଭକରି ନାମୀଦାମୀ ଅଫିସର ଲବି ପର୍ଯ୍ୟନ୍ତ, ଲ୍ୟାଭିସ୍ ରେସ୍ତୋରାଁରୁ ଲୋକଙ୍କ ଡ୍ରଇଂ ରୁମ୍ ପର୍ଯ୍ୟନ୍ତ, ଆଜିକାଲି ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଛି ଟ୍ରାଇବାଲ ଆର୍ଟର ଆକର୍ଷଣୀୟ ଚିତ୍ରକଳା। ସଉରା ହେଉ କି ଗଣ୍ଡ ପେଣ୍ଟିଂ, ଧୀରେ…
ପୁଣି ଜୋର୍ ଧରିଲା ଏସ୍ଆଇଏ ସର୍ଭେ
ପୁରୀ ଅଫିସ,୧୧ା୧୦ : ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍ଆଇଏ) ସର୍ଭେ। ଉପଜିଲାପାଳ ଭବତାରଣ ସାହୁ ଏବଂ ୫ ଶିକ୍ଷାନବିସ ଆଇଏଏସ୍ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ୫ ଟିମ୍ ଏହି…
ଦୁଇ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟରେ ପଦ ପୂରଣ ଲାଗି ଅର୍ଥ ବିଭାଗର ମଞ୍ଜୁରୀ : ଆଜି ଉଚ୍ଚଶିକ୍ଷା ବିଭାଗ ଜାରି କରିବ ବିଜ୍ଞପ୍ତି
ଭୁବନେଶ୍ୱର,୧୧ା୧୦(ବ୍ୟୁରୋ) : ବଲାଙ୍ଗୀରର ରାଜେନ୍ଦ୍ର ଏକକ ବିଶ୍ୱବିଦ୍ୟାଳୟ ଏବଂ କଳାହାଣ୍ଡିର ଏକକ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ (ଆଫିଲିଏଟେଡ) ବିଶ୍ୱବିଦ୍ୟାଳୟ ହେବ। ଏହି ଦୁଇଟି ବିଶ୍ୱବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ।…
ସରକାରୀ, ଘରୋଇ ସଂସ୍ଥାରେ ନାହିଁ କ୍ରେଚ୍ : ଓଏଚ୍ଆର୍ସିରେ ପିଟିଶନ
ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ୨୦୧୭ ମାତୃତ୍ୱ ଆଇନ ଅନୁସାରେ ସରକାରୀ ଓ ବେସରକାରୀ ସଂସ୍ଥା କାର୍ଯ୍ୟାଳୟରେ କ୍ରେଚ୍ ବ୍ୟବସ୍ଥା ରଖିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ହେଲେ ଏହି ଆଇନକୁ ପାଳନ କରାଯାଉନାହିଁ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୬ଜଣ ମାନବିକ ଅଧିକାର କର୍ମୀ…
ରେଳପଥରେ ସୁନା ସ୍ମଗ୍ଲିଂ : ୧୨.୯ କେଜି ସୁନା ଜବତ
ଭୁବନେଶ୍ୱର,୧୧ା୧୦(ବ୍ୟୁରୋ) : ଓଡ଼ିଶା ଦେଇ ଚାଲିଛି ସୁନା ସ୍ମଗ୍ଲିଂ। ବିମାନ ବନ୍ଦରରେ କଷ୍ଟମ ବିଭାଗର କଡ଼ା ଯାଞ୍ଚ ପରେ ଏବେ ସୁନା ମାଫିଆମାନେ ରେଳପଥକୁ ସୁରକ୍ଷିତ ମାଧ୍ୟମ କରିଦେଇଛନ୍ତି। ଗୁରୁବାର ମୁମ୍ବାଇରୁ ହାଓଡ଼ାକୁ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସ(ନଂ.୧୨୧୦୨)ରୁ ୧୨.୯ କେଜି ସୁନା…
ଆଜି ବିଜେପୁରରେ ପ୍ରଚାର କରିବେ ଧର୍ମେନ୍ଦ୍ର
ଭୁବନେଶ୍ୱର,୧୧।୧୦(ବ୍ୟୁରୋ) : ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଓଡିଶା ଆସିବେ। ସେ ସକାଳ ୧୧ଟାରେ ବରଗଡ ଜିଲା ଗାଇସିଲଟ ବ୍ଲକ ତଳପାଲିଠାରେ ଏକ ସାଧାରଣ ସଭାରେ ଯୋଗଦେବେ। ଏହାପରେ ଅପରାହ୍ନ ୧ଟାରେ ବିଜେପୁର ବ୍ଲକ ଲାଉମୁଣ୍ଡାଠାରେ…

