ମେଟ୍ରୋ

ଆଇଏମ୍‌ଏମ୍‌ଟି ପରିସରରୁ ଜମି ଅଧିଗ୍ରହଣକୁ ବିରୋଧ:ବିଡିଏ ସ୍କ୍ବାଡ୍‌-ବୈଜ୍ଞାନିକ ମୁହାଁମୁହିଁ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଆଚାର୍ଯ୍ୟବିହାରସ୍ଥ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ଆଇଏମ୍‌ଏମ୍‌ଟି) ପରିସରରୁ ଜମି ଅଧିଗ୍ରହଣ କରିବାକୁ ଆସି ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ବିରୋଧର ସମ୍ମୁଖୀନ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ର ଅଧିକାରୀମାନେ ଏହି ଜମି ଅଧିଗ୍ରହଣ…

ଲୋକାଲ ଫ୍ଲାପ୍‌ ଟିସ୍ୟୁ ବ୍ୟବହାର ଦ୍ୱାରା ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଲୋକାଲ ଫ୍ଲାପ୍‌ ଟିସ୍ୟୁ ବ୍ୟବହାର କରି ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ଜଣେ ବ୍ୟକ୍ତିଙ୍କ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ବି.ଆର. ଲାଇଫ୍‌ କଳିଙ୍ଗ ହସ୍ପିଟାଲରେ ହୋଇଥିବା ଏହି ଅସ୍ତ୍ରୋପଚାରରେ ତାଙ୍କ ଜୀବନ ରକ୍ଷା ହେବାସହ ନାକ ଏବଂ…

ଆବାସ ଦୁର୍ନୀତି ନେଇ ପଞ୍ଚାୟତିରାଜ ସଚିବଙ୍କ ଚିଠି: ଯୋଗ୍ୟଙ୍କୁ ସାମିଲ କର, ଅଯୋଗ୍ୟଙ୍କୁ କାଟ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବରେ ରାଜ୍ୟର କେତେଗୁଡିଏ ଜିଲାରେ ବ୍ୟାପକ କ୍ଷତି ଘଟିଛି। କ୍ଷତିଗ୍ରସ୍ତ ଜିଲାର ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ବହୁ ଗରିବଙ୍କୁ ବାସହରା ହେବାକୁ ମଧ୍ୟ ପଡିଛି। ସେହି ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ ପକ୍କାଘର ଯୋଗାଇ ଦେବାକୁ ଯୋଜନା…

ଦାଦନ ସମସ୍ୟାକୁ ରୋକିବ ଲୋକକଳା

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ରୋକିବାକୁ ଲୋକକଳାର ସାହାଯ୍ୟ ନିଆଯିବ। ଲୋକକଳା ପରିବେଷଣ ମାଧ୍ୟମରେ ଲୋକଙ୍କୁ ଦାଦନ ସମସ୍ୟାର ଭୟାବହତା ଏବଂ ନକାରାତ୍ମକ ଦିଗ ସମ୍ପର୍କରେ ସଚେତନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ…

ଅମରେଶ ହତ୍ୟା ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଅମରେଶ ନାୟକ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଆଉ ୩ଜଣଙ୍କୁ ଶନିବାର ପୋଲିସ ଗିରଫ କରିଛି। ସେମାନେ ହେଲେ ସୁନ୍ଦରପଦାର ରଘୁ, ବବୁଲ ଓ ଉଙ୍କା। ଏମାନଙ୍କୁ ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରୁ ଗିରଫ କରାଯାଇଥିବା ପୋଲିସ…

ଗେଷ୍ଟ ହାଉସ୍‌ରେ ଯୁବତୀଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ବରମୁଣ୍ଡା ଅଞ୍ଚଳର ଏକ ଗେଷ୍ଟ ହାଉସ୍‌ରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ କଟକ ଜିଲା ଗୋବିନ୍ଦପୁର ଅଞ୍ଚଳର ବାବୁଲି ସାହୁଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଶୁକ୍ରବାର ତାଙ୍କୁ…

ଭାଜପା ଭୁବନେଶ୍ୱର ଜିଲା ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଭାଜପାର ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାପତି ତଥା କୋ-ଅପରେଟିଭ ସୋସାଇଟି ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆଙ୍କୁ ଶୁକ୍ରବାର ମଧ୍ୟାହ୍ନରେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏକାମ୍ର ହାଟ ନିକଟ କାର୍ଯ୍ୟାଳୟରେ ହରେକୃଷ୍ଣ ଥିବାବେଳେ ୯ଜଣ ଯୁବକ ମୁହଁରେ କପଡ଼ା…

୭ ଦେଶର ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ: ପ୍ରତିନିଧି ମଣ୍ଡଳୀଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ,୧୬।୧୧(ଡି.ଏନ୍‌.ଏ.): ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ସଭ୍ୟ ଲ୍ୟୁଟନାଣ୍ଟ ଜେନେରାଲ ଏନ୍‌ସି ମାରୁଆଙ୍କ ନେତୃତ୍ୱରେ ଆସିଥିବା ୭ଦେଶର ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ପ୍ରତିନିଧି ଶୁକ୍ରବାର ପ୍ରଥମେ ରାମଚଣ୍ଡିଠାରେ ଫନୀରେ କ୍ଷତିଗ୍ରସ୍ତ ଅଞ୍ଚଳରେ ବୃକ୍ଷରୋପଣ କରିଛନ୍ତି। ପରେ ଜେନେରାଲ ମାରୁଆଙ୍କ ନେତୃତ୍ୱରେ ଭାରତ,…

ଆରମ୍ଭ ହେଲା ‘୧୦୪ ହେଲ୍‌ଥ ହେଲ୍ପଲାଇନ୍‌’

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନା ଏବଂ ପରାମର୍ଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘୧୦୪ ହେଲ୍‌ଥ ହେଲ୍ପଲାଇନ’ ସେବା ଶୁଭାରମ୍ଭ କରାଯାଇଛି। ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଏହି ସେବା ମାଧ୍ୟମରେ ହିତାଧିକାରୀମାନେ ଦେୟମୁକ୍ତ ୧୦୪ ନମ୍ବରକୁ ଫୋନ୍‌…

ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି ହେବ ନୂତନ ମୋଟର ଯାନ ଆଇନ: ମନ୍ତ୍ରୀ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଡିସେମ୍ବର ୧ ତାରିଖରୁ ପୁଣିଥରେ କଡ଼ାକଡ଼ି ହେବ ନୂତନ ମୋଟର ଯାନ ଆଇନ। ଓଡ଼ିଶାରେ କିଛି ଦିନ ଧରି ଏହାକୁ କୋହଳ କରାଯାଇଥିବା ବେଳେ ପୁଣିଥରେ ଏହାକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଶୁକ୍ରବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

‘ପାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’ ଭ୍ରମଣ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର, ୧୫।୧୧(ବ୍ୟୁରୋ): ସ୍ଥାନୀୟ ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱମୋହନ ପଟ୍ଟନାୟକଙ୍କ ଦ୍ୱାରା ରଚିତ ଭ୍ରମଣ ପୁସ୍ତକ ‘ପ୍ରାଚୂର୍ଯ୍ୟର ଇଲାକାରେ ଗୋଟିଏ ମାସ’ ଲୋକାର୍ପଣ କରିଛନ୍ତି। ଏହା ସ୍କୁଲ ଏବଂ କଲେଜରେ ପଢ଼ୁଥିବା ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିବା ସହ…

ଭାଜପା ଜିଲା ସଭାପତିଙ୍କୁ ମରାଣାନ୍ତକ ଆକ୍ରମଣ, ଖାରବେଳ ଥାନାରେ ମାମଲା ରୁଜୁ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଭୁବନେଶ୍ୱର ଜିଲା ସଂଗଠନ ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ଶୁକ୍ରବାର ଅପରାହ୍ନ ୧ଟା ସମୟରେ ରାମ ମନ୍ଦିରସ୍ଥିତ ଏକାମ୍ର ହାଟ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି। ଏକ କାର୍‌ରେ ଆଠଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ଆସି ଲୁହା ପାଇପ୍‌ରେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?