ଆରମ୍ଭ ହେଲା ‘୧୦୪ ହେଲ୍‌ଥ ହେଲ୍ପଲାଇନ୍‌’

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନା ଏବଂ ପରାମର୍ଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘୧୦୪ ହେଲ୍‌ଥ ହେଲ୍ପଲାଇନ’ ସେବା ଶୁଭାରମ୍ଭ କରାଯାଇଛି। ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଏହି ସେବା ମାଧ୍ୟମରେ ହିତାଧିକାରୀମାନେ ଦେୟମୁକ୍ତ ୧୦୪ ନମ୍ବରକୁ ଫୋନ୍‌ କରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୂଚନା ଓ ତଥ୍ୟ ପାଇପାରିବେ। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ସେବା ପାଇବାକୁ ଦିନରାତି ଯେକୌଣସି ସମୟରେ ଲୋକେ ଯୋଗାଯୋଗ କରିପାରିବେ। ପ୍ରଜନନ ସ୍ବାସ୍ଥ୍ୟ, ମାତୃ ସ୍ବାସ୍ଥ୍ୟ, ଶିଶୁ ସ୍ବାସ୍ଥ୍ୟ, କିଶୋରୀ ସ୍ବାସ୍ଥ୍ୟ ତଥା ଅନ୍ୟ ସମସ୍ତ ରୋଗ ଓ ତାହାର ନିରାକରଣ ସମ୍ବନ୍ଧୀୟ ତଥ୍ୟ ଏହା ମାଧ୍ୟମରେ ପାଇହେବ।
ପ୍ରତ୍ୟେକ ଦିନ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ପଯର୍‌ୟନ୍ତ ଏମ୍‌ବିବିଏସ୍‌ ଡାକ୍ତରଙ୍କ ଦ୍ୱାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଏହି ସେବା ମାଧ୍ୟମରେ ଲୋକେ ପାଇପାରିବେ। ଏହାବ୍ୟତୀତ ୨୪ଘଣ୍ଟା ପାଇଁ ଉପଲବ୍ଧ ହେଉଥିବା ସେବା ମଧ୍ୟରେ ନିକଟତମ ଯେକୌଣସି ସରକାରୀ ଡାକ୍ତରଖାନା, ରକ୍ତଭଣ୍ଡାର, ଔଷଧାଳୟ, ସ୍ବତନ୍ତ୍ର ନିଦାନ ବ୍ୟବସ୍ଥା ଏବଂ ସହାୟ ଡାଏଲିସିସ୍‌ ବ୍ୟବସ୍ଥା ସମ୍ବଳିତ ତଥ୍ୟ ମଧ୍ୟ ମିିଳିପାରିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧରେ ସୂଚନା ଏବଂ ଏହା ଅନ୍ତର୍ଭୁକ୍ତ ସମସ୍ତ ପଞ୍ଜୀକୃତ ଡାକ୍ତରଖାନା ଓ ସେଠାରେ ମିଳୁଥିବା ସେବା ସମ୍ବନ୍ଧୀୟ ସମସ୍ତ ସୂଚନା ଜନସାଧାରଣ ଏଠାରୁ ପାଇପାରିବେ। ମାନସିକ ସ୍ବାସ୍ଥ୍ୟ, କିଶୋରୀ ସ୍ବାସ୍ଥ୍ୟ, ଆତ୍ମହତ୍ୟା ନିବାରଣ, ପରିବାର ନିୟୋଜନ, ଏଚ୍‌ଆଇଭି ଏଡ୍‌ସ, ଖାଦ୍ୟ ଏବଂ ପୋଷଣ, ଆଶୁ ଚିକିସତ୍ା, ଶିଶୁ ଓ ମାତୃ ସ୍ବାସ୍ଥ୍ୟସେବା ଜନିତ ତଥ୍ୟ ମଧ୍ୟ ମିଳିବ। ଗୁରୁତର ଅବସ୍ଥାରେ ଥିବା ଗର୍ଭବତୀ ମା’ଙ୍କ ପାଇଁ ସ୍ବତନ୍ତ୍ର ଫୋନ୍‌-କଲ୍‌ ବ୍ୟବସ୍ଥା ରହିବ। ଏହି ହେଲ୍ପଲାଇନ୍‌ ନମ୍ବରରେ ଯୋଗାଯୋଗ କରି ଲୋକମାନେ ସିଧାସଳଖ ଡାକ୍ତରଙ୍କ ପରାମର୍ଶ ପାଇପାରିବେ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ବୋଲି ୧୦୪ ସ୍ବାସ୍ଥ୍ୟସେବା ପରିଚାଳନା କରୁଥିବା ଜିକିସତ୍ା ହେଲ୍‌ଥକେୟାର ଲିମିଟେଡ ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି। ଗରିବ ତଥା ଉପାନ୍ତ ଓ ଅପହଞ୍ଚ ଅଞ୍ଚଳବାସୀଙ୍କୁ ଉଚିତ ସ୍ବାସ୍ଥ୍ୟସେବା ସଂପର୍କରେ ଅବଗତ କରାଇବା ପାଇଁ ଏହା ସାହାଯ୍ୟ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?