ମେଟ୍ରୋ

ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଲାନ୍‌

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): କାର୍ଯ୍ୟ ଅନ୍ବେଷଣରେ ରାଜ୍ୟ ବାହାରକୁ ଓ ବିଦେଶକୁ ଯାଉଥିବା ଶ୍ରମିକମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ। ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିବେ। ସୋମବାର ଭୁବନେଶ୍ୱର ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ…

ମାଟି ଅତଡ଼ା ଧସି ଶ୍ରମିକଙ୍କ ମୃତ୍ୟୁ

ପୁରୁଣା ଭୁବନେଶ୍ୱର,୨୪ା୧୨(ଡି.ଏନ୍‌.ଏ.): ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଜେମାଦେଇପୁର ସ୍କୁଲ ନିକଟରେ ଖୋଳାଯାଇଥିବା ଗାତରେ ମାଟି ଅତଡ଼ା ଧସି ସୋମବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭଞ୍ଜନଗର ଜଗନ୍ନାଥ ପ୍ରସାଦ ଅଞ୍ଚଳର ନରହରି ପଲେଇ। ନରହରି ଏଠାରେ ବଡ଼ଗଡ଼…

ଦକ୍ଷତା, ନିଯୁକ୍ତି କ୍ଷେତ୍ରରେ ନୂତନ ସମ୍ଭାବନା: ଏଆଇ ଉତ୍କର୍ଷ କେନ୍ଦ୍ର, ବିପିଓ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସ୍ଥାନୀୟ କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି)ଠାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଫର୍‌ ଏକ୍ସିଲେନ୍ସ)କୁ ଉଦ୍‌ଘାଟନ କରିଛନ୍ତି। ଟେକ୍‌ ମହିନ୍ଦ୍ରା ଲିମିଟେଡ ସହଯୋଗରେ ସିଇଟି ପକ୍ଷରୁ ସେଣ୍ଟର ଫର…

ଆରମ୍ଭ ହେଲା ବିଶ୍ୱ ଓଡ଼ିଶୀ ଉତ୍ସବ

ଭୁବନେଶ୍ୱର, ୨୪ା୧୨ (ବ୍ୟୁରୋ) – ସାଂସ୍କୃତିକୀ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବିଶ୍ୱ ଓଡ଼ିଶୀ ନୃତ୍ୟ ଉତ୍ସବ ଆରମ୍ଭ ହୋଇଛି। ଗୋଟିପୁଅ ନୃତ୍ୟଶିଳ୍ପୀ ସ୍ବର୍ଗତଃ ଗୁରୁ ବୀରବର ସାହୁଙ୍କ ଉଦ୍ଦେଶ୍ୟରେ ଉତ୍ସଗୀକୃତ ଏହି ଉତ୍ସବରେ ନୃତ୍ୟ ପରିବେଷଣ…

ଅନ୍ତର୍ଜାତୀୟ ବ୍ରାଉନ୍‌ସୁଗାର କାରବାର: ରାଜାଙ୍କ ୨ ସହଯୋଗୀ ବାଲେଶ୍ୱରରୁ ଗିରଫ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ଅନ୍ତର୍ଜାତୀୟ ନିଶା ମାଫିଆ ତଥା ବ୍ରାଉନସୁଗାର କାରବାରର ମାଷ୍ଟରମାଇଣ୍ଡ୍‌ ସେକ୍‌ ରାଜାଙ୍କ ଦୁଇ ସହଯୋଗୀ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ରବିବାର ରାତିରେ ବାଲେଶ୍ୱରରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି। ସେମାନେ ହେଲେ ମସ୍‌ଜିଦ୍‌ ଗଳିରେ ରହୁଥିବା…

ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ ଦୁବାଇ, ବ୍ୟାଙ୍କକ୍‌କୁ ଉଡ଼ିବ ବିମାନ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ଭୁବନେଶ୍ୱରରୁ ବିଦେଶକୁ ଉଡ଼ିବ ଅଧିକ ବିମାନ। କିଛି ଆନ୍ତର୍ଜାତିକ ବିମାନ ଚଳାଚଳ ସଂସ୍ଥା ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ଖୁବ୍‌ଶୀଘ୍ର ଦୁବାଇ ଓ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଗତ ୧୭ ତାରିଖରେ…

ବାରବାଟୀ ଟିକେଟ ଜାଲିଆତି ଘଟଣାର ତଦନ୍ତ ହେବ, ଦର୍ଶକ ଭଲ ଅନୁଭୂତି ନେଇ ଫେରିଛନ୍ତି: ପୋଲିସ କମିଶନର

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): କଟକ ବାରବାଟୀରେ ରବିବାର ଅନୁଷ୍ଠିତ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ ଟିକେଟ ଜାଲିଆତି ଘଟଣାର ତଦନ୍ତ କରିବେ କଟକ ଡିସିପି ଅଖିଳେଶ୍ୱର ସିଂ। ଏଥିରେ ଯେଉଁମାନେ ସମ୍ପୃକ୍ତ ଥିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ…

ଖେଳ ପିଲାଙ୍କୁ ବିକଶିତ କରିଥାଏ

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲର ୭ମ ବାର୍ଷିକ କ୍ରୀଡ଼ା ଉତ୍ସବ ‘ସାଇ ଅଲିମ୍ପିକ୍ସ’ ସୋମବାର ସ୍କୁଲ ପରିସରରେ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଅଲିମ୍ପିଆନ୍‌ ଆଥଲେଟ୍‌ ଦୂତୀ ଚାନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ାକୁ ପେସା ଭାବେ ଗ୍ରହଣ କରିବାକୁ…

୨୫ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ଆସନ୍ତା ୨୫ ତାରିଖରୁ ତିନିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ୨୫ ତାରିଖ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲାର କେତେକ ଅଞ୍ଚଳରେ ସ୍ବଳ୍ପ ପରିମାଣର ବର୍ଷା ହେବ ଏବଂ ରାଜ୍ୟର ଅନ୍ୟ ସ୍ଥାନରେ ପାଗ ଶୁଖିଲା…

ରାଜ୍ୟରେ ବ୍ୟାପକ ହେବ ପାଠାଗାର ଆନ୍ଦୋଳନ ଖୁବ୍‌ଶୀଘ୍ର ଓଡ଼ିଶା ସର୍ବସାଧାରଣ ପାଠାଗାର ପାଣ୍ଠି

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ରାଜ୍ୟରେ ପାଠାଗାର ଆନ୍ଦୋଳନକୁ ବ୍ୟାପକ କରିବା ଲାଗି ଖୁବ୍‌ଶୀଘ୍ର ଓଡ଼ିଶା ସାର୍ବଜନୀନ ପାଠାଗାର ପରିଷଦ ଗଠନ କରାଯିବ। ବିଭିନ୍ନ ବର୍ଗରେ ପ୍ରତିନିଧିତ୍ୱ କରିବା ଭଳି ସଦସ୍ୟମାନଙ୍କୁ ଏଥିରେ ରଖାଯିବ ଏବଂ ସେମାନଙ୍କ ନେତୃତ୍ୱ ନେବାକୁ ଜଣେ ଅଧ୍ୟକ୍ଷ ରହିବେ। ଏହି…

୨୬ରେ ସୂର୍ଯ୍ୟୋପରାଗ ଖାଲିଆଖିରେ ନ ଦେଖିବାକୁ ପରାମର୍ଶ:ପଠାଣି ସାମନ୍ତ ପ୍ଲାନେଟାରିୟମରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ଆସନ୍ତା ୨୬ତାରିଖ ସକାଳେ ଏକ ବିରଳ ସୂର୍ଯ୍ୟୋପରାଗ ସଂଘଠିତ ହେବ। ଏହା ଦକ୍ଷିଣ-ଭାରତର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବାକୁ ଥିବାବେଳେ ଓଡ଼ିଶାରେ ଆଂଶିକ ଭାବେ ଦେଖାଯିବ। ଓଡ଼ିଶାରେ ଏହା ସକାଳ ୮ଟା ୨୦ମିନିଟ୍‌ରୁ ଆରମ୍ଭ ହୋଇ ପୂର୍ବାହ୍ନ…

ଥୋରାସିସ୍‌ ଏନ୍ୟୁରିଜମ୍‌ର ବିରଳ ଅସ୍ତ୍ରୋପଚାର ଅତ୍ୟଧିକ ଧୂମ୍ରପାନ, ଉଚ୍ଚ ରକ୍ତଚାପ ରୋଗର କାରଣ: ବିଶେଷଜ୍ଞ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଥୋରାସିସ୍‌ ଆଓର୍ଟା ଏନ୍ୟୁରିଜମ୍‌ ଓ କୋରୋନାରୀ ବ୍ଲକ୍‌ ସମସ୍ୟାର ଚିକିତ୍ସା କରାଯାଇଛି। ବିରଳ ଅସ୍ତ୍ରୋପଚାର କରାଯାଇ ଥୋରାସିସ୍‌ ଏନ୍ୟୁରିଜମ୍‌କୁ ବାହାର କରାଯାଇଥିବାବେଳେ ଉକ୍ତ ସ୍ଥାନରେ ସିନ୍ଥେଟିକ୍‌ ଗ୍ରାଫ୍ଟର ପ୍ରତିରୋପଣ କରାଯାଇଛି। ପିଠି ଯନ୍ତ୍ରଣାରେ ପୀଡ଼ିତ ୬୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?