ମେଟ୍ରୋ

ରେଳ ଓଭରବ୍ରିଜରେ ଆଲୋକ ବ୍ୟବସ୍ଥା କରିବାକୁ ଦାବି

ଭୁବନେଶ୍ୱର,୨୦।୧(ବ୍ୟୁରୋ): ବୀର ସୁରେନ୍ଦ୍ର ସାଏ ନଗରରୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ରେଳ ଓଭରବ୍ରିଜକୁ ପ୍ରାୟ ତିନି ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। କିନ୍ତୁ ଏବେ ସୁଦ୍ଧା ଏହାର ଆଲୋକୀକରଣ ହୋଇପାରିଲା ନାହିଁ। ରାତିରେ ବିନା ଆଲୋକରେ…

ସ୍ବଚ୍ଛ ସହରାଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ପ୍ରଶଂସିତ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟର ୧୧୪ଟି ପୌରସଂସ୍ଥା ମଧ୍ୟରୁ ୧୧୦ଟିକୁ କେନ୍ଦ୍ର ସରକାର ତୃତୀୟ ପକ୍ଷର ଆକଳନ ଆଧାରରେ ବାହ୍ୟ ମଳମୁକ୍ତ(ଓଡିଏଫ୍‌) ପୌରାଞ୍ଚଳ ଭାବେ ପ୍ରମାଣପତ୍ର ଦେଇଛନ୍ତି। ୨୦୧୯ରେ ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଓଡ଼ିଶାର ସ୍ଥାନ ୧୭ରେ ରହିଛି। ଇତିମଧ୍ୟରେ ପୌରାଞ୍ଚଳରେ ୧,୩୨,୫୨୪ଟି…

ଭାଜପା ରାଷ୍ଟ୍ରୀୟ ସଭାପତି ଚୟନ ଲାଗି ରାଜ୍ୟ ନେତାଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଭାଜପା ରାଜ୍ୟ ସଭାପତି ଭାବେ ବରିଷ୍ଠ ନେତା ସମୀର ମହାନ୍ତି ଦାୟିତ୍ୱ ନେବାପରେ ପ୍ରଥମ ଥର ଲାଗି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସୋମବାର ଭାଜପା ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ଜେପି ନଡ୍ଡା ନାମାଙ୍କନପତ୍ର ଦାଖଲ କରିବେ। ତେଣୁ ଏହି ପ୍ରକ୍ରିୟାରେ…

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ କାଠ ଚିହ୍ନଟ ଆରମ୍ଭ

ପୁରୁଣା ଭୁବନେଶ୍ୱର,୨୦।୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜଙ୍କ ରୁକୁଣା ତଥା ଅଶୋକାଷ୍ଟମୀ ରଥଯାତ୍ରା ଆସନ୍ତା ଏପ୍ରିଲ ୧ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ଶ୍ରୀପଞ୍ଚମୀରେ ଶ୍ରୀଜୀଉଙ୍କ ରଥଗୋଟା ଅନୁକୂଳ ପାରମ୍ପରିକ ରୀତିନୀତି…

ଘରକୁ ଫେରିଲେ ଇଞ୍ଜିନିୟର ଭିକାରି

ପୁରୀ ଅଫିସ/ଭୁବନେଶ୍ୱର,୨୦।୧(ବ୍ୟୁରୋ): ଘରୁ ବିମୁଖ ହୋଇ ଶ୍ରୀକ୍ଷେତ୍ରକୁ ଚାଲି ଆସିଥିଲେ। ଜଣେ ଉଚ୍ଚଶିକ୍ଷିତ ହୋଇ ମଧ୍ୟ କୌଣସି କାମଧନ୍ଦା ପାଇ ନ ଥିଲେ। କିଛିଦିନ ଏଣେତେଣେ ବୁଲିବା ପରେ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତିକୁ ଗ୍ରହଣ କରିନେଇଥିଲେ। ଭକ୍ତଙ୍କଠାରୁ ଯାହାକିଛି ମିଳୁଥିଲା ତାହାକୁ ମହାପ୍ରଭୁଙ୍କ…

ଆସନ୍ତା ୨୨ରେ ବିମାନରେ ଉଡ଼ିବେ ୪୪ ଦିବ୍ୟାଙ୍ଗ ପିଲା

ଭୁବନେଶ୍ୱର,୨୦।୧(ବ୍ୟୁରୋ): ବିମାନରେ ଉଡିବେ ଦିବ୍ୟାଙ୍ଗ ପିଲା। ଦୂର ଦିଗ୍‌ବଳୟରୁ ଦୁନିଆକୁ ଦେଖିବାର ସୌଭାଗ୍ୟ ଅର୍ଜନ କରିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏକ ଏନ୍‌ଜିଓ ସଂସ୍ଥା ଏପରି ବ୍ୟବସ୍ଥାର…

ଓଡ଼ିଶାରୁ ସର୍ବାଧିକ କୋଇଲା ସେସ୍‌ ସଂଗୃହୀତ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଖଣି ଥିବା ରାଜ୍ୟରୁ ସ୍ବତନ୍ତ୍ର ଟିକସ ଆଦାୟ ହୋଇଥାଏ। ଏହି ଟିକସ ଦେଶର ଅର୍ଥନୀତିକୁ ସମୃଦ୍ଧ କରିଥାଏ। ହେଲେ ଖଣି ଥିବା ରାଜ୍ୟର ସେପରି ଉନ୍ନତି ହେଉଥିବା ମନେ ହେଉ ନାହିଁ। ଓଡ଼ିଶାରୁ ପ୍ରତିବର୍ଷ ବହୁ ପରିମାଣରେ କୋଇଲା ସେସ୍‌…

ମଦ ପାଇଁ ମା’, ଭଉଣୀଙ୍କୁ ହାଣିଥିବା ଯୁବକ ଗିରଫ

ଭୁବନେଶ୍ୱର,୨୦।୧(ବ୍ୟୁରୋ):ମଦ ପିଇବା ପାଇଁ ଟଙ୍କା ମାଗି ମା’ଓ ଭଉଣୀଙ୍କୁ ହାଣିବା ଘଟଣାରେ ଏୟାରଫିଲ୍ଡ ଥାନା ପୋଲିସ ଅଭିଯୁକ୍ତ ଶଙ୍କର୍ଷଣ ନାୟକ(୩୫)ଙ୍କୁ ଗିରଫ କରିଛି। ସେ ସୁନ୍ଦରପଦା ମଣ୍ଡପସାହିରେ ରୁହନ୍ତି। ଶୁକ୍ରବାର ଶଙ୍କର୍ଷଣ ମା’ ରୁକ୍ମଣୀ ନାୟକ(୭୫)ଙ୍କୁ ମଦ ପିଇବା ପାଇଁ ୧୦୦…

ହୋଇପାରିଲାନି ଫାର୍ମଗେଟ୍‌ ବସ୍ତି ଉଚ୍ଛେଦ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ହୋଇପାରିଲାନି ଫାର୍ମଗେଟ୍‌ ବସ୍ତି ଉଚ୍ଛେଦ। ରବିବାର ବସ୍ତି ଉଚ୍ଛେଦ ପାଇଁ ଯାଇଥିବାବେଳେ ବସ୍ତିବାସିନ୍ଦାମାନେ ପୋଲିସ ଓ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌କୁ ବିରୋଧ କରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଡିଏ ଓ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ବୁଝାଶୁଝା ସତ୍ତ୍ୱେ ବସ୍ତିବାସିନ୍ଦା ନିଜ…

ଶ୍ରୀଲିଙ୍ଗରାଜ ମନ୍ଦିର: କାମରେ ଲାଗୁନି ପାଦ ଚଲା ପଥ

ପୁରୁଣା ଭୁବନେଶ୍ୱର,୨୦।୧(ଡି.ଏନ.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗର ତରବରିଆ ଏବଂ ଖାମଖିଆଲ କାର୍ଯ୍ୟ ନେଇ ବହୁ ଯୋଜନା ସଫଳ ରୂପାୟନ ହେଉ ନ ଥିବା ଅଭିଯୋଗ ହେଉଛି। ଆମସାର ଆକ୍ଟ ଉଲ୍ଲଂଘନ କରି ବ୍ୟାଖ୍ୟାନ କେନ୍ଦ୍ର, ଟୁରିଷ୍ଟ ଶେଡରେ କୋଟି କୋଟି ଟଙ୍କା…

ମାର୍କେଟ ବିଲ୍ଡିଂ ଘଟଣା: ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ ଗିରଫ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିବା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ରବିବାର ମୁଖ୍ୟ ଅଭିଯୁକ୍ତ ତଥା ବଡ଼ଗଡ଼ ପୋଡ଼ାସାହିର ରାକେଶ ମହାନ୍ତି(୨୪) ଓରଫ ଚିଣ୍ଟୁ ଓ ତାଙ୍କ ୫ ସହଯୋଗୀଙ୍କୁ…

କଂଗ୍ରେସ ଭବନରେ ବାଉନ୍ସର ପ୍ରବେଶ ଘଟଣା: ତଦନ୍ତ ନିଶ୍ଚିତ ହେବ ବୋଲି କହିଲେ ପ୍ରଦୀପ

ଭୁବନେଶ୍ୱର,୨୦।୧(ବ୍ୟୁରୋ): କଂଗ୍ରେସରେ ସଭାପତି ପଦରେ ପରିବର୍ତ୍ତନକୁ ନେଇ ବାଦ ବିବାଦ ଲାଗି ରହିଛି। ଏହାସହ ଛାତ୍ର, ଯୁବ ସଭାପତି ପଦକୁ ନେଇ ମଧ୍ୟ ସମାନସ୍ଥିତି ରହିଛି। ଏଭଳି ବିବାଦ ଚାଲିଥିବା ବେଳେ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ ଗତ ଶୁକ୍ରବାର ବାଉନ୍ସର ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?