‘ଖଣ୍ଡୁଆ’ର ଇତିହାସ ୮୦୦ବର୍ଷ ପୁରୁଣା

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ସମ୍ବଲପୁରୀ ଇକତ୍‌, ସୋନପୁର ଓ ବୌଦ୍ଧର ବମକାଇ, ନୂଆପାଟଣାର ଖଣ୍ଡୁଆ, କୋରାପୁଟର କୋଟପାଡ଼, ଗୋପାଳପୁର, ଫକିରପୁର ଓ ମାଙ୍କିଡ଼ିଆର ଟସର ବସ୍ତ୍ର। ରାଜ୍ୟ ତଥା ରାଜ୍ୟ ବାହାରେ ଓଡ଼ିଶାର ଏହି ହସ୍ତତନ୍ତ ବସ୍ତ୍ର ବେଶ୍‌ ଆଦୃତ ହୋଇପାରିଛି। ନିଖୁଣ କାରିଗରି, ଉତ୍କୃଷ୍ଟ ଫ୍ୟାବ୍ରିକ୍‌ ଓ ମନଲୋଭା ଡିଜାଇନ୍‌ ପାଇଁ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବାବେଳେ ଓଡ଼ିଶା ଇକତ୍‌ ବା ବାନ୍ଧ ବସ୍ତ୍ର ଗ୍ରାହକଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟତା ହାସଲ କରିପାରିଛି। ସେହିଭଳି ଖଣ୍ଡୁଆ ପାଟର ବହୁ ପ୍ରାଚୀନ ଇତିହାସ ରହିଛି। କଟକ ଜିଲା ନୂଆପାଟଣା ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପାରମ୍ପରିକ ଖଣ୍ଡୁଆ ବସ୍ତ୍ର ୮୦୦ ବର୍ଷ ପୂର୍ବରୁ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଆସୁଛି। କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ମଧ୍ୟ ଖଣ୍ଡୁଆର ବିଶେଷ ଲୋକପ୍ରିୟତା ରହିଛି। ଓଡ଼ିଶାର ପ୍ରତ୍ୟେକ ହସ୍ତତନ୍ତକୁ ଗୁରୁତ୍ୱ ଦେବା ଏବଂ ତାହାର ପ୍ରାଚୀନତା ଓ ଉତ୍କୃଷ୍ଟତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ‘ବୟନିକା’ ଦ୍ୱାରା ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଛି ଜାତୀୟ ହସ୍ତତନ୍ତ ମେଳା। ବୁଧବାର ମେଳାର ୪ର୍ଥ ଦିବସକୁ ‘ଖଣ୍ଡୁଆ’ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥିଲା। ଏହି ଅବସରରେ ‘ଖଣ୍ଡୁଆ ଦିବସ’ ପାଳନ କରାଯାଇଥିବାବେଳେ ମେଳାରେ ଖଣ୍ଡୁଆ ପାଟ ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା।
ଜଗନ୍ନାଥ ସଂସ୍କୃତି ସହ ଖଣ୍ଡୁଆ ବସ୍ତ୍ର ନିବିଡ଼ ଭାବେ ଜଡ଼ିତ। ଖଣ୍ଡୁଆ ପାଟ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପରିଧାନ ବସ୍ତ୍ର ରୂପେ ବହୁଦିନରୁ ବ୍ୟବହାର ହୋଇଆସୁଛି। କିଛି କୁଶଳୀ ବୁଣାକାର ଏହି ପାଟ ପ୍ରସ୍ତୁତ କରିଥାନ୍ତି। ବସ୍ତ୍ର ପ୍ରସ୍ତୁତି ସମୟରେ ବୁଣାକାରମାନେ ଶୁଦ୍ଧମନରେ ଓ ବିନା ଆମିଷ ଭକ୍ଷଣରେ ଏହାକୁ ପ୍ରସ୍ତୁତ କରିଥାନ୍ତି। ହଳଦିଆ ଖଣ୍ଡୁଆ ପାଟ ଜଗନ୍ନାଥ ମହାପ୍ରଭୁଙ୍କଠାରେ ଲାଗି ହେଉଥିବାବେଳେ ସବୁଜ ଖଣ୍ଡୁଆ ପାଟ ବଳଭଦ୍ର ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ଭାବେ ଲାଗିହୋଇଥାଏ। ସେହିଭଳି ନାଲି ଖଣ୍ଡୁଆ ବସ୍ତ୍ରକୁ ମା’ ସୁଭଦ୍ରାଙ୍କଠାରେ ଦେହଲାଗି କରାଯାଏ। ମହାପ୍ରଭୁ ବ୍ୟବହାର କରିବା ଲାଗି ଭକ୍ତମାନେ ଖଣ୍ଡୁଆ ପାଟ ଜଗନ୍ନାଥ ମନ୍ଦିରରେ ଦାନ ସ୍ବରୂପ ଦେଇଥାନ୍ତି। ବିଶ୍ୱାସ ରହିଛି, କବି ଜୟଦେବ ୧୨୦୦ ଶତାବ୍ଦୀରେ ପାଟବସ୍ତ୍ରରେ ଗୀତଗୋବିନ୍ଦ ଶ୍ଳୋକକୁ ଅକ୍ଷରରେ ବାନ୍ଧପ୍ରଣାଳୀ ମାଧ୍ୟମରେ ଲିପିବଦ୍ଧ କରି ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଦାନ କରିଥିଲେ। ଏହାକୁ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ରୂପେ ବ୍ୟବହାର କରାଯାଇଥିଲା। ତେବେ ପାରମ୍ପରିକ ଖଣ୍ଡୁଆ ପାଟରେ ହାତୀ, ସିଂହ, ଫୁଲ ଓ ଲତାର ଚିତ୍ର ବାନ୍ଧ ମାଧ୍ୟମରେ କରାଯାଉଥିଲା। ନାଲି, କଳା, ହଳଦିଆ, ସବୁଜ ରଙ୍ଗ ଓ ବାନ୍ଧ ସୂତା ବ୍ୟବହାର କରି ଆକର୍ଷଣୀୟ ଖଣ୍ଡୁଆ ପାଟ ତଥା ସୂତାର ବସ୍ତ୍ର ପ୍ରସ୍ତୁତ ହୋଇଥାଏ। ଖଣ୍ଡୁଆ ବସ୍ତ୍ର ପ୍ରଥମେ କଟକ ଜିଲା ନୂଆପାଟଣାରେ ପ୍ରସ୍ତୁତ ହେଉଥିବାବେଳେ କାଳକ୍ରମେ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରସ୍ତୁତ ହୋଇ ବିଶେଷ ଭାବେ ଆଦୃତ ହେଲା। ଅନ୍ୟପକ୍ଷରେ ଖଣ୍ଡୁଆ ଭଳି ପାରମ୍ପରିକ ନବକୋଠରି ଓ ତାରାବଳୀ ପାଟ ନୂଆପାଟଣା ଅଞ୍ଚଳର ବୁଣାକାରମାନେ ପ୍ରସ୍ତୁତ କରିଥାନ୍ତି। ହେଲେ ଗ୍ରାହକଙ୍କ ମଧ୍ୟରେ ଖଣ୍ଡୁଆ ପାଟର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ବିଭିନ୍ନ ପର୍ବପର୍ବାଣି ହେଉ କି ବିବାହ ବ୍ରତ, ଓଡ଼ିଆମାନଙ୍କର ପ୍ରଥମେ ଏହା ଖୋଜାପଡ଼ିଥାଏ। ବର୍ତ୍ତମାନ ସମୟରେ ବୟନିକା, ସେରିଫେଡ଼, ଉତ୍କଳିକା ଏବଂ ସମ୍ବଲପୁରୀ ବସ୍ତ୍ରାଳୟରେ ଖଣ୍ଡୁଆ ଉପଲବ୍ଧ ହେଉଥିବାବେଳେ ବୁଣାକାରମାନେ ସିଧା ଗ୍ରାହକ ଓ ବ୍ୟବସାୟୀ, ବୁଣାକାର ସମବାୟ ସମିତି ଏବଂ ସ୍ବୟଂ ସହାୟକ ଗୋଷ୍ଠୀକୁ ବିକ୍ରି କରିଥାନ୍ତି।
୧୫ ରାଜ୍ୟର ହସ୍ତତନ୍ତ ସଂସ୍ଥାକୁ ନେଇ ଆୟୋଜିତ ଜାତୀୟ ହସ୍ତତନ୍ତ ମେଳାରେ ଚଳିତବର୍ଷ ଥିମ୍‌ ପାଭିଲିୟନ୍‌ ‘ଫାର୍ମ ଟୁ ଫେବ୍ରିକ୍‌’ ଥିମ୍‌ରେ ପ୍ରସ୍ତୁତ ହୋଇଥିବାବେଳେ ଏହା ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ସାଜିଛି। ମେଳାର ୪ର୍ଥ ସନ୍ଧ୍ୟାରେ କଟକର ମହମ୍ମଦ ମୁବାରକ୍‌ଙ୍କ ‘ପଏଣ୍ଟ ବ୍ଲାଙ୍କ’ ଗ୍ରୁପ୍‌ ପକ୍ଷରୁ ରକ୍‌ ମ୍ୟୁଜିକ୍‌ ପରିବେଷଣ ହୋଇଥିଲା। ବହୁସଂଖ୍ୟାରେ ଶ୍ରୋତା ଉପସ୍ଥିତ ରହି ଏହାକୁ ଉପଭୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri