ମେଟ୍ରୋ

ବଜେଟ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ଆଜି

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ମାସ ୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ…

ପ୍ରତିଷ୍ଠା ହେବ ୪୫ ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବୁଧବାର ସାକ୍ଷାତ୍‌ କରି ବାଲେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା ସମ୍ପ୍ରସାରଣ କେନ୍ଦ୍ର ପାଇଁ ଜମି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଏକ ଚିଠି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ…

ଗଠନ ହେଲା ଓବିସି କମିଶନ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଓଡ଼ିଶାରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସ୍‌ଇବିସି)ଙ୍କ ପ୍ରକୃତ ସଂଖ୍ୟା କେତେ , ସେ ସମ୍ପର୍କରେ କୌଣସି ସରକାରୀ ହିସାବ ନାହିଁ। ତେଣୁ ଏମାନଙ୍କ ପ୍ରକୃତ ସଂଖ୍ୟା କେତେ ତାହା ଜାଣିବା ପାଇଁ ଜାତିଭିତ୍ତିକ ଜନଗଣନା…

କମିବ ଲିଭର୍‌ ପ୍ରତିରୋପଣ ଖର୍ଚ୍ଚ

ଭୁବନେଶ୍ୱର, ୧୩ା୨(ବ୍ୟୁରୋ): ରାଜ୍ୟରେ ପ୍ରତିବର୍ଷ ବହୁସଂଖ୍ୟକ ଶିଶୁ ଗୁରୁତର ଲିଭର୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ଚିକିତ୍ସା କ୍ଷେତ୍ରରେ ଆବଶ୍ୟକ ଅଙ୍ଗଦାତା ନ ମିଳିବା ଓ ଭିତ୍ତିଭୂମିର ଅଭାବ ଏକ ମୁଖ୍ୟ କାରଣ ସାଜିଥିବାବେଳେ ବ୍ୟୟବହୁଳ ଚିକିତ୍ସା ଖର୍ଚ୍ଚ ତୁଲାଇବା ମଧ୍ୟ…

ବିଦ୍ୟୁତ ଆଘାତରେ ନିର୍ମାଣ ଶ୍ରମିକ ମୃତ

ଭୁବନେଶ୍ୱର,୧୩ା୨(ବ୍ୟୁରେ): ଆବାସ ଯୋଜନାରେ ଘର ର୍ନିମାଣ ଚାଲିଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶହୀଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ବୁଧବାର ଘଟିଛି ଏହି ଦୁଃଖଦ ଘଟଣା। ମୃତ ଶ୍ରମିକ ହେଲେ ମୟୂରଭଞ୍ଜ ଜିଲ୍ଲାର ଶ୍ୟାମା ମୁଣ୍ଡା।…

ଗୋଟିଏ ରାତିରେ ୪ ଗାଡ଼ି କାଚ ଭାଙ୍ଗିଲେ ଦୁର୍ବୃତ୍ତ

କଟକ ରୋଡ,୧୩ା୨(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧେଶ୍ୱରୀ କଲୋନୀ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ୪ଟି ଗାଡ଼ିର କାଚ ଭାଙ୍ଗିଦେଇଥିବା ଜଣାପଡିଛି। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଖବରପାଇ ପୋଲିସ ତଦନ୍ତ…

ବଢ଼ିଲା ବନ୍ଧୁକ ଚିନ୍ତା, ୨ ଦିନିଆ ରିମାଣ୍ଡରେ ଆଶିଷ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ବନ୍ଧୁକରେ ରୋମାନ୍ସବେଳେ ଗୁଳି ଫୁଟି ପ୍ରେମିକା ଆହତ ହେବା ଘଟଣାରେ ଗିରଫ ପ୍ରେମିକ ଆଶିଷ କୁମାର ନାୟକଙ୍କୁ ପୋଲିସ ୨ ଦିନିଆ ରିମାଣ୍ଡରେ ଆଣିଛି। ଏଯାଏ ବନ୍ଧୁକ ଜବତ କରିପାରିନି ପୋଲିସ। ମଙ୍ଗଳବାର ଆଶିଷ ଓ ସହଯୋଗୀ ରାଜେଶ ତରାଇଙ୍କୁ…

କାନ ଧରି ପ୍ରତିବାଦ କଲେ ସିଟି ଓ ବିଏଡ୍‌ ଡିଗ୍ରୀଧାରୀ

ଭୁବନେଶ୍ୱର, ୧୩ା୨ (ବ୍ୟୁରୋ): ପାଠ ପଢ଼ି ଭଲ ମାର୍କରେ ପାସ କରିବା ପରେ ବି ମିଳୁନି ଚାକିରି। ଓଡ଼ିଶାରେ ଦିନକୁ ଦିନ ବେକାରି ସମସ୍ୟା ବୃଦ୍ଧି ପାଉଥିବାବେଳେ ବେକାର ସିଟି ଓ ବିଏଡ୍‌ ଡିଗ୍ରୀଧାରୀଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଛି। ବିନା ନିଯୁକ୍ତିରେ…

ଟ୍ରାଫିକ୍‌ ଜାମ୍‌ରେ ଶିଶୁ ମୃତ୍ୟୁ ଘଟଣାକୁ ନେଇ ତନାଘନା: ଟ୍ରାଫିକ ଡିସିପିଙ୍କୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିଯିବାରୁ ମେଡିକାଲ ଯାଉଥିବା ଜଣେ ୫ବର୍ଷର ଶିଶୁ ନୀଲ୍‌ ନୀତୀଶ ନାୟକଙ୍କ ଜୀବନ ଚାଲିଯାଇଥିଲା। ମଙ୍ଗଳବାର ପୂର୍ବାହ୍ନରେ ରାଜଧାନୀରେ ଘଟିଥିବା ଏହି ହୃଦୟବିଦାରକ ଘଟଣାକୁ ନେଇ ତନାଘନା ଆରମ୍ଭ ହୋଇଛି। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ…

ହ୍ବାଇଟ ଟପିଂ ଟେକ୍ନୋଲୋଜି ବ୍ୟବହାରକୁ ଗୁରୁତ୍ୱ

ଭୁବନେଶ୍ୱର,୧୩ା୨: ରାସ୍ତାର ରକ୍ଷଣାବେକ୍ଷଣ ଅଭାବ ଏବଂ ଖାଲ ଯୋଗୁ ଲୋକମାନଙ୍କୁ ଅନେକ ଅସୁବିଧା ସାମ୍ନା କରିବାକୁ ପଡୁଛି। ରାସ୍ତା ଭିତ୍ତିଭୂମି ବିଗିଡିବା ଏବଂ ଗାଡି ସଂଖ୍ୟା ବୃଦ୍ଧି ଫଳରେ ଲୋକଙ୍କ ଜୀବନ ଶୈଳୀ ଉପରେ ନକରାତ୍ମକ ପ୍ରଭାବ ଏବଂ ଦୁର୍ଘଟଣାମାନ ଘଟୁଥିବା…

ଠିକାଦାରଙ୍କୁ ବିଏମ୍‌ସିର ସ୍ବଚ୍ଛତା, ସମୃଦ୍ଧି ମନ୍ତ୍ର

ଭୁବନେଶ୍ୱର, ୧୩ା୨(ବ୍ୟୁରୋ): ବୁଧବାର ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସମ୍ପୃକ୍ତ ୫୦ଜଣ ଠିକାଦାରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ତଥା ବିଏମ୍‌ସିର ମୁଖ୍ୟ ପ୍ରଶାସକ ସଂଗ୍ରାମ୍‌ଜିତ୍‌ ନାୟକ ଅଧ୍ୟକ୍ଷତା କରି…

ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ବିକାଶ ଲାଗି ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ବିଭିନ୍ନ ଜିଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକର ବିକାଶ ନିମନ୍ତେ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ। ଘୋଷଣାନୁଯାୟୀ ସତ୍ୟନଗର ଯିଶୁଖ୍ରୀଷ୍ଟ ଏବଂ ମଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?