ଠିକାଦାରଙ୍କୁ ବିଏମ୍‌ସିର ସ୍ବଚ୍ଛତା, ସମୃଦ୍ଧି ମନ୍ତ୍ର

ଭୁବନେଶ୍ୱର, ୧୩ା୨(ବ୍ୟୁରୋ): ବୁଧବାର ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସମ୍ପୃକ୍ତ ୫୦ଜଣ ଠିକାଦାରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ତଥା ବିଏମ୍‌ସିର ମୁଖ୍ୟ ପ୍ରଶାସକ ସଂଗ୍ରାମ୍‌ଜିତ୍‌ ନାୟକ ଅଧ୍ୟକ୍ଷତା କରି ଠିକାଦାରମାନଙ୍କୁ କାର୍ଯ୍ୟରେ ସ୍ବଚ୍ଛତା ସହ ବିକାଶର ମନ୍ତ୍ର ଶୁଣାଇଥିଲେ। ଠିକାଦାର ଓ ପ୍ରଶାସକିକ ଅଧିକାରୀମାନେ କିପରି ସମନ୍ବୟ ରକ୍ଷା କରି ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବେ ସେସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଲେ, କାର୍ଯ୍ୟ କରୁଥିବା ପ୍ରତି ଠିକାଦାର ଭୁବନେଶ୍ୱର ମହାନଗର ନିଗମାଞ୍ଚଳ ବିକାଶର ମାଇଲ୍‌ ଖୁଣ୍ଟ। ଉଚିତ ସମୟରେ କାର୍ଯ୍ୟାଦେଶ ପାଇବା, କରୁଥିବା କାର୍ଯ୍ୟର ବିଭିନ୍ନ ସୂଚକକୁ ଜାଣିବା, ସମୟ ଉପଯୋଗୀ ଏବଂ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ତଥା ଚୁକ୍ତିନାମା ଅନୁସାରେ ନିଜ କାର୍ଯ୍ୟର ପ୍ରାପ୍ୟ ପାଇବାକୁ ଉଭୟ ପକ୍ଷ ନିଶ୍ଚିତ କରିବା ଦରକାର। ପ୍ରତି କାର୍ଯ୍ୟରେ ସ୍ବଚ୍ଛତା ଓ ଶୃଙ୍ଖଳା ରକ୍ଷା ଗୁରୁତ୍ୱପୂର୍ଣ୍ଣ। କୌଣସି ବି ଠିକାଦାର ପାଇଥିବା କାର୍ଯ୍ୟକୁ ସବ୍‌ଲେଟ୍‌ ନ କରିବାକୁ ସେ ପରାମର୍ଶ ଦେବା ସହ ସମ୍ପୃକ୍ତ ଇଞ୍ଜିନିୟର ଓ ଅଧିକାରୀମାନେ ଏହା ଉପରେ ସତର୍କ ରହିବାକୁ କହିଥିଲେ। ଏପରିକି କାର୍ଯ୍ୟ ସରିବା ପରେ କାର୍ଯ୍ୟସ୍ଥଳରେ ବଳକା ଗୋଡ଼ି, ବାଲି, ପଥର ଆଦି ନ ଛାଡ଼ିବା ଓ ବିଲ୍‌ ପାସ୍‌ ପରେ ନିର୍ମାଣ କାର୍ଯ୍ୟର ଦାୟିତ୍ୱ ନ ନେବାର ଆଚରଣକୁ ନେଇ ପ୍ରଶାସନ ନାୟକ କ୍ଷୋଭ ପ୍ରକାଶ କରିବା ସହ ଏହା ଏକ ଅପରାଧ ବୋଲି କହିଥିଲେ। ଅନ୍ୟପକ୍ଷରେ ବିଏମ୍‌ସିର ଇଞ୍ଜିନିୟରିଂ ବିଭାଗ ଡ଼୍ୟାସ୍‌ ବୋର୍ଡ଼ ମାଧ୍ୟମରେ ପ୍ରତି କାର୍ଯ୍ୟର ନିୟମିତ ତଥା ତ୍ୱରିତ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶନାମା ଦେବା ଉଚିତ। କୌଣସି କାରଣରୁ କାର୍ଯ୍ୟ ହୋଇପାରୁ ନ ଥିଲେ କିମ୍ବା କାର୍ଯ୍ୟର ମାନଦଣ୍ଡ ପ୍ରକଳ୍ପ ଅନୁଯାୟୀ ହେଉ ନ ଥିଲେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକ ନାୟକ କହିଛନ୍ତି।
ସିଟି ଇଞ୍ଜିନିୟର୍‌ ଦେବସୁନ୍ଦର ମହାପାତ୍ର କହିଲେ, ୨୦୧୭ ପରଠାରୁ ବିଏମ୍‌ସିରେ ସ୍ବତନ୍ତ୍ର ୱାର୍ଡ଼ ବଜେଟ୍‌ ସହ ୱାର୍ଡ଼ୱାରୀ ବିକାଶ କାର୍ଯ୍ୟର ବିଧିବଦ୍ଧ ନଥିକରଣ ହୋଇଆସୁଛି। ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ କହିଲେ, ବିଏମ୍‌ସିରେ କାମ କରୁଥିବା ପ୍ରତ୍ୟେକ ଠିକାଦାର ଜଣେ ଜଣେ ପ୍ରଗତିସାଥୀର ଭାବନା ନେଇ ନିଜ କାର୍ଯ୍ୟକୁ ଗୁଣାତ୍ମକ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜନ୍ତୁ। କୌଣସି କାର୍ଯ୍ୟ ବା ଫାଇଲ୍‌ର ପେମେଣ୍ଟଜନିତ ଜଟିଳତା ଦେଖାଦେଲେ ତାହାକୁ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର କହିଥିଲେ। ବୈଠକରେ ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ, ଡ଼େପୁଟି କମିଶନର (ପରିମଳ) ଶୁଭେନ୍ଦୁ କୁମାର ସାହୁ, ଡ଼େପୁଟି କମିଶନର (ୱେଲ୍‌ଫେୟାର) ସଂଘମିତ୍ରା ବେହେରା, ଡ଼େପୁଟି କମିଶନର (ପ୍ରତିଷ୍ଠାନ ପରିଚାଳନା) ସରିତା ଧନୱାର୍‌ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri