ଏଣିକି ଏନ୍ଡିଆର୍ଏଫ୍ରେ ନିୟୋଜିତ ହେବେ ମହିଳା ଯବାନ: ଡିଜି
ଭୁବନେଶ୍ୱର,୮ା୩(ବ୍ୟୁରୋ): ଏଣିକି ଏନ୍ଡିଆର୍ଏଫ୍ରେ ମହିଳା ଯବାନ ନିୟୋଜିତ ହେବେ। ବିଶ୍ୱ ମହିଳା ଦିବସ ଅବସରରେ ଏନ୍ଡିଆର୍ଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରତି ଏନ୍ଡିଆର୍ଏଫ୍ ବାଟାଲିୟନ୍ରେ ଗୋଟିଏ ଲେଖାଏଁ ମହିଳା ୟୁନିଟ୍ ରହିବ। ପ୍ରତି…
ନିରଞ୍ଜନଙ୍କ ପ୍ରଶ୍ନ: ଅଧିକ ସୁଧ ନା କମିଶନ ଆଶାରେ ୟେସ୍ ବ୍ୟାଙ୍କରେ ଟଙ୍କା ରଖିଥିଲେ
ଭୁବନେଶ୍ୱର,୮ା୩(ବ୍ୟୁରୋ): ୟେସ୍ ବ୍ୟାଙ୍କରେ ଜମାଥିବା ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରବିବାର ଏ ସମ୍ପର୍କରେ ପଚରାଯିବାରୁ ନିରଞ୍ଜନ କହିଛନ୍ତି, ନିୟମ ଅନୁସାରେ ଏହା ଜାତୀୟକରଣ ବ୍ୟାଙ୍କରେ ରହିବା କଥା। ଘରୋଇ ବ୍ୟାଙ୍କରେ ରଖିବାକୁ…
୯ ଜିଲାକୁ ବର୍ଷା, ବଜ୍ରପାତ ଆଲର୍ଟ
ଭୁବନେଶ୍ୱର,୮ା୩(ବ୍ୟୁରୋ): ରବିବାର ୯ ଜିଲାରେ ଝଡ଼ ତୋଫାନ, ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନୟାଗଡ଼, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଗଜପତି, ରାୟଗଡ଼ା, ଭଦ୍ରକ, ଜଗତ୍ସିଂହପୁର ଓ…
ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଯିଏ ରଖିଥିବ ସେ ଦାୟୀ: ସଚିବ
ଭୁବନେଶ୍ୱର,୮ା୩(ବ୍ୟୁରୋ): ୟେସ୍ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଛି। ଏପରିିସ୍ଥଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୯୨ କୋଟି ଟଙ୍କାର ଭବିଷ୍ୟତ ଆଶଙ୍କାରେ ରହିଛି। ଏହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ରବିବାର ଜଗନ୍ନାଥଙ୍କ ଟଙ୍କା ସମ୍ପର୍କରେ ରାଜ୍ୟ ଅର୍ଥ…
ଭାଜପା କିମ୍ବା ବିଜେଡିକୁ ଭୋଟ ଦେବନି କଂଗ୍ରେସ: ନିରଞ୍ଜନ
ଭୁବନେଶ୍ୱର,୮ା୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ବିଧାୟକ ଭୋଟ ଦେବେ ନାହିଁ। ପ୍ରାର୍ଥୀ ନ ଥିବାରୁ ଭୋଟ କାହିଁକି ଦେବୁ ବୋଲି ରବିବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଭା ଲାଗି ବିଜେଡି…
ବେଦାନ୍ତର ‘ମେଟାଲ ଓ୍ବିମେନ୍’
ଭୁବନେଶ୍ୱର, ୮।୩(ବ୍ୟୁରୋ): ମହିଳାମାନେ ଯେକୌଣସି କାମକୁ ସଫଳତାର ସହ କରିପାରିବେ। କେବଳ ସଫ୍ଟଓ୍ବେର୍ ଇଞ୍ଜିନିୟର, ଶିକ୍ଷକ ଓ ଡାକ୍ତର ନୁହେଁ, ମେକାନିକାଲ ଇଞ୍ଜିନିୟର, ଓ୍ବେଲ୍ଡର, ସିକ୍ୟୁରିଟି, ଫାୟାର ଫାଇଟର୍ ଓ ଆଷ୍ଟ୍ରୋନଟ୍ ଭଳି ପୁରୁଷ ପ୍ରାଧାନ୍ୟ ବୃତ୍ତିରେ ମଧ୍ୟ ମହିଳାମାନେ ନିଜ…
ହସ୍ପିଟାଲରେ ବନ୍ଧା ପଡ଼ିଛନ୍ତି ହାତୀ ଆକ୍ରମଣରେ ଆହତ ମହିଳା
ଭୁବନେଶ୍ୱର, ୮।୩(ବ୍ୟୁରୋ): ଗତମାସ ୨୩ ତାରିଖରେ ପୁରୀ ଜିଲାର ପିପିଲି ଓ ବଳଙ୍ଗା ଏବଂ ଭୁବନେଶ୍ୱର ଉପକଣ୍ଠରେ ଏକ ଦନ୍ତା ହାତୀ ଆତଙ୍କ ରଚାଇଥିଲା। ୪ଜଣଙ୍କ ଜୀବନ ନେବା ସହ ଏକାଧିକଙ୍କୁ ଆହତ କରିଥିଲା। ଘଟଣା ପରେ ମୃତକଙ୍କୁ ୪ଲକ୍ଷ ଟଙ୍କାର…
ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତିରେ ବହୁତଳ ଗୃହ ନିର୍ମାଣ: କଟକଣା ବୋର୍ଡ ଉପାଡ଼ି ରାସ୍ତାରେ ଲଗାଇଲେ ବିଲ୍ଡର
ପୁରୁଣା ଭୁବନେଶ୍ୱର, ୮।୩(ଡି.ଏନ.ଏ.): ଭୁବନେଶ୍ୱରରେ ନକ୍ସା ଅନୁମୋଦନ ବ୍ୟତିରେକ କୌଣସି ପ୍ରକାର ବେଆଇନ ଗୃହ ନିର୍ମାଣ ଘରୋଇ ଜମିରେ ହୋଇପାରିବ ନାହିଁ। ଯଦି ହୋଇଥାଏ ତେବେ ଜରିମାନା ଆଦାୟ ସହ ଭାଙ୍ଗି ଦେବାର ଧମକ ବିଡିଏ ଓ ବିଏମ୍ସି ପକ୍ଷରୁ ଦିଆଯାଇଥାଏ।…
ଦୋଳ, ହୋଲି ପାଇଁ ଉତ୍ସବମୁଖର ଗାଁଠୁ ସହର: ଏକାଠି ହୋଇ ଫଗୁ ଖେଳିଲେଣି ଠାକୁର
ଭୁବନେଶ୍ୱର, ୮।୩(ବ୍ୟୁରୋ): ସୋମବାର ଦୋଳ, ମଙ୍ଗଳବାର ହୋଲି। ହେଲେ ଏବେଠୁ ଉତ୍ସବମୁଖର ହୋଇଉଠିଲାଣି ଗାଁଠୁ ସହର। ଇତିମଧ୍ୟରେ ଭୁବନେଶ୍ୱର ଓ ଉପକଣ୍ଠରେ କେତେକ ସ୍ଥାନରେ ମେଳଣ ଓ ଫଗୁ ଆରମ୍ଭ ହୋଇଯାଇଥିବାବେଳେ ଏକାଧିକ ସ୍ଥାନରେ ଭିନ୍ନ ଭିନ୍ନ ଦିନରେ ରଙ୍ଗଖେଳ ହେବ।…
ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧିପାଉଛି : ମନ୍ତ୍ରୀ
ଭୁବନେଶ୍ୱର, ୮।୩(ବ୍ୟୁରୋ): ଓଡ଼ିଶା ଗତ ୧୦୦ ବର୍ଷରେ ଛୋଟବଡ଼ ୧୩୫ଥର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି। ଗତ ୨୦ବର୍ଷ ମଧ୍ୟରେ ରାଜ୍ୟ ୩୨ଥର ବନ୍ୟା, ବାତ୍ୟା, ମରୁଡ଼ି ଏବଂ ରୋଗପୋକ ଆକ୍ରମଣର ଶିକାର ହୋଇଛି। ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ସମୟୋଚିତ…
ହୋଲିରେ ମଦ୍ୟପଙ୍କ ଉପରେ ରହିବ କଡ଼ା ନଜର: ସହରରେ ମୁତୟନ ହେବ ୧୩ ପ୍ଲାଟୁନ ଫୋର୍ସ
ଭୁବନେଶ୍ୱର, ୮।୩(ବ୍ୟୁରୋ): ହୋଲିକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ବ୍ୟାପକ ପ୍ରସ୍ତୁତି ଚଳାଇଛି। ରାଜଧାନୀରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ଉପୁଜିବ ସେଥିଲାଗି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ହୋଲିଦିନ ସହରରେ ପ୍ରାୟ ୧୩ ପ୍ଲାଟୁନ ପୋଲିସ…
ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟରେ ଗୁଳିମାଡ଼ ଘଟଣା: ଦୁଇଜଣଙ୍କୁ ଉଠାଇନେଲା ସ୍ପେଶାଲ ସ୍କ୍ବାଡ୍
ଭୁବନେଶ୍ୱର, ୮।୩(ବ୍ୟୁରୋ): ବାରଙ୍ଗ କାଟେଣି ଛକସ୍ଥିତ ଜଙ୍ଗଲ ଭ୍ୟୁ ରେଷ୍ଟୁରାଷ୍ଟରେ ଗୁଳିକାଣ୍ଡ ଘଟଣାରେ ପୋଲିସ ଦନ୍ତ ଜାରି ରଖିଥିବାବେଳେ ଶନିବାର ସ୍ପେଶାଲ ସ୍କ୍ବାଡ୍ ସନ୍ଦେହରେ ୨ ଯୁବକଙ୍କୁ ଉଠାଇ ନେଇ ପଚରାଉଚରା କରୁଛି। ତଦନ୍ତରେ ବାଧା ସୃଷ୍ଟି କାରଣରୁ ପୋଲିସ କୌଣସି…

