ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି: ‘ପଞ୍ଚାୟତର ସବୁ କର୍ମଚାରୀଙ୍କ ଲାଗି ସ୍ବାସ୍ଥ୍ୟବୀମା କରାଯାଉ’
ଭୁବନେଶ୍ୱର, ୧୫।୫(ବ୍ୟୁରୋ): କେବଳ ସ୍ବାସ୍ଥ୍ୟକର୍ମୀ କିମ୍ବା ସରପଞ୍ଚ ନୁହନ୍ତି ବରଂ ପଞ୍ଚାୟତସ୍ତରରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀମାନଙ୍କୁ ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯାଉ। ଏହାଦ୍ୱାରା ସ୍ଥାୟୀ ନିଯୁକ୍ତି ପାଇ ନ ଥିବା ଏବଂ ସ୍ବଳ୍ପ ଦରମାରେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ…
ସମସ୍ତ ୨୦ କରୋନା ଆକ୍ରାନ୍ତ ଶିଶୁ ସୁସ୍ଥ: ବାଗଚୀ
ଭୁବନେଶ୍ୱର,୧୫।୫(ବ୍ୟୁରୋ)-ଗତ ୨୦ ଦିନ ମଧ୍ୟରେ ୨୦ ଜଣ ଶିଶୁ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ଏମାନେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଶୁକ୍ରବାର ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର…
ଚାଲି ଚାଲି ଯାଅନି, ନିକଟସ୍ଥ ଥାନାକୁ ଜଣାଅ: ଡିଜିପି
ଭୁବନେଶ୍ୱର,୧୫।୫(ବ୍ୟୁରୋ)-କରୋନା ମୁକାବିଲା ପାଇଁ ଦେଶରେ ଲକଡାଉନ ଜାରି ରହିଛି। ଏପରିସ୍ଥିତିରେ ସାରା ଦେଶରେ ବହୁ ଶ୍ରମିକ ଚାଲିଚାଲି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଚାଲିଚାଲି ଯାଉଥିବା ଦେଖିବାକୁ ମିଳୁଛି। ଏ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି।…
ବିମାନ, ଟ୍ରେନ୍ରୁ ଏକାଥରକେ ଓହ୍ଲାଇବେନି ଯାତ୍ରୀ
ଭୁବନେଶ୍ୱର,୧୫।୫(ବ୍ୟୁରୋ): ରେଳ ବା ବିମାନ ଯୋଗେ ଫେରୁଥିବା ଲୋକଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ବିମାନ ବନ୍ଦରରେ ୨ଟି ଓ ଭୁବନେଶ୍ୱର ରେଳ ଷ୍ଟେଶନରେ ୭ଟି ପଞ୍ଜୀକରଣ କାଉଣ୍ଟର କରାଯାଇଛି। ସେମାନେ…
CORONAVIRUS UPDATE: ରାଜ୍ୟରେ ଆଉ ୮ ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୧୬୬କୁ ବୃଦ୍ଧି
ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତ ଶୁକ୍ରବାର ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଯାଜପୁରର ୪ଜଣ, ଭଦ୍ରକରୁ ୨ ଏବଂ ବାଲେଶ୍ୱର ଓ କେନ୍ଦୁଝର ଜିଲାର ଜଣେ ଲେଖାଏ ଥିବା ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୬୬ଜଣ ଆକ୍ରାନ୍ତ…
CORONAVIRUS UPDATE: ରାଜ୍ୟରେ ଆଉ ୪୮ ପଜିଟିଭ୍ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଲା
ଭୁବନେଶ୍ୱର,୧୫ା୫(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ପୁଣି ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର…
ଜୁନ୍ ୩୦ ପର୍ଯ୍ୟନ୍ତ ଟ୍ରେନ୍ ସେବା ବନ୍ଦ
ଭୁବନେଶ୍ୱର,୧୫।୫(ବ୍ୟୁରୋ):ଦେଶବ୍ୟାପୀ ଲକ୍ଡାଉନ ଯୋଗୁ ଦୀର୍ଘ ଦେଢ଼ମାସରୁୁ ଊର୍ଦ୍ଧ୍ୱ ହେବ ରେଳ ସେବା ବନ୍ଦ ରହିଛି। କେବଳ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନେବା ଆଣିବା କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ଏବଂ ଶ୍ରମିକ…
ସିବିଏସ୍ଇ ୯ମ, ଏକାଦଶ ଛାତ୍ରୀଛାତ୍ରଙ୍କୁ ମିଳିଲା ସୁଯୋଗ: ବିଫଳ ଛାତ୍ରୀଛାତ୍ର ଦେଇପାରିବେ ପରୀକ୍ଷା
ଭୁବନେଶ୍ୱର,୧୫।୫(ବ୍ୟୁରୋ): ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେଶନ (ସିବିଏସ୍ଇ) ନବମ ଓ ଏକାଦଶ ପରୀକ୍ଷାରେ ଫେଲ୍ କିମ୍ବା ବଞ୍ଚତ୍ତ ହୋଇଥିବା ଛାତ୍ରୀଛାତ୍ରମାନେ ଆଉଥରେ ପରୀକ୍ଷା ଦେବାର ସୁଯୋଗ ପାଇବେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ବୋର୍ଡ ପକ୍ଷରୁ ଶେଷଥର ଏହି ସୁଯୋଗ ଦିଆଯିବ…
ବଦଳିଲା ଆଇନଜୀବୀଙ୍କ ଡ୍ରେସ୍କୋଡ୍: କଳାକୋଟ୍, ଗାଉନ୍ ମନା
କଟକ ଅଫିସ୍,୧୫। ୫: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଉଛି। ଏହି କ୍ରମରେ ରାଜ୍ୟରେ ଆଇନ୍ଜୀବୀଙ୍କ ଡ୍ରେସ୍କୋଡ଼୍ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଗୁରୁବାର ଏ ନେଇ ବିଧିବଦ୍ଧ ଭାବେ ସର୍କୁଲାର୍ ଜାରି କରାଯାଇଛି।…
ଶ୍ରମିକଙ୍କୁ ମାଗଣାରେ ଖାଇବାକୁ ଦେବେ ମନ୍ଦିର
ଭୁବନେଶ୍ୱର,୧୫।୫(ବ୍ୟୁରୋ): ଲକ୍ଡାଉନ୍ କଟକଣା କୋହଳ ହେବା ପରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ଓଡ଼ିଆ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। ଅଧିକାଂଶ ପ୍ରବାସୀ ବହୁ ଦୂରରୁ ଚାଲି ଚାଲି କିମ୍ବା ସାଇକେଲରେ ଓଡ଼ିଶା ଆସୁଛନ୍ତି। ସେହିଭଳି ଓଡ଼ିଶାରେ ଫସି ରହିଥିବା ଶ୍ରମିକମାନେ…
ଅର୍ଥନୀତିକୁ ଗତିଶୀଳ ପାଇଁ ୪କ୍ଷେତ୍ରକୁ ଅଗ୍ରାଧିକାର: ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଚୂଡ଼ାନ୍ତ ରିପୋର୍ଟ
ଭୁବନେଶ୍ୱର,୧୫।୫(ବ୍ୟୁରୋ): କରୋନା ମହାମାରୀର ପରବର୍ତ୍ତୀ ସମୟରେ ଅର୍ଥନୀତି କିପରି ଅଧିକ ଗତିଶୀଳ ହୋଇପାରିବ ସେନେଇ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମହାମାରୀର ମୁକାବିଲା ସହ ରାଜ୍ୟର…
ଘୂର୍ଣ୍ଣିବଳୟ ପୂର୍ବରୁ ଚାଷୀଙ୍କୁ ସତର୍କକଲା ନିର୍ଦ୍ଦେଶାଳୟ
ଭୁବନେଶ୍ୱର, ୧୫।୫(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବଂ ତଜ୍ଜନିତ ଲଘୁଚାପ ଯୋଗୁ ଓଡ଼ିଶାର ଅଧିକାଂଶ ଜିଲାରେ ଗୁରୁବାରଠାରୁ ୧୮ତାରିଖ ମଧ୍ୟରେ ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ଅଛି। ଏହା…

