ମେଟ୍ରୋ

ଜୁଲାଇରେ ୪,୧୫୬ ଜଣଙ୍କଠାରୁ ୨୦.୯୯ ଲକ୍ଷ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର,୩।୮(ସତ୍ୟଜିତ୍‌ ରାଉତ)କମିଶନରେଟ ପୋଲିସ ଦ୍ୱାରା ଭୁବନେଶ୍ୱରରେ ଜାରି ରହିଥିବା ‘ସେଫ୍‌ ସିଟି ଡ୍ରାଇଭ୍‌’ ଅଭିଯାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସର୍ବସାଧାରଣରେ ମଦ୍ୟପାନ କରି ‘ଓଡ଼ିଶା ଅର୍ବାନ ପୋଲିସ୍‌ ଆକ୍ଟ’ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି।...

କ୍ରିମିନାଲ୍‌ ଅପିଲ୍‌ ଷ୍ଟାଟସ୍‌ ରିପୋର୍ଟ ଦାଖଲ ନିର୍ଦ୍ଦେଶ

କଟକ,୩।୮ (କାର୍ତ୍ତିକ ସାହୁ)ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ କ୍ରିମିନାଲ୍‌ ଅପିଲ୍‌ ଷ୍ଟାଟସ୍‌ ରିପୋର୍ଟ ପ୍ରଦାନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ...

ଦଶମ ପିଲା ପଢ଼ିବେ ଆସ୍ପିରେଶନାଲ କମ୍ପୋନେଣ୍ଟ

କଟକ,୩।୮(ସୁପ୍ରିୟା ପ୍ରିୟଦର୍ଶିନୀ)ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚଳିତ ଶିକ୍ଷାବର୍ଷଠାରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଆସ୍ପିରେଶନାଲ କମ୍ପୋନେଣ୍ଟ ସାମିଲ ହୋଇଛି। ଏନେଇ ବୁଧବାର ବୋର୍ଡ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇସ୍କୁଲ ସମେତ ମଧ୍ୟମାର ଛାତ୍ରୀଛାତ୍ରମାନେ...

ଶିମିଳିପାଳ, ବାଘ ସୁରକ୍ଷା ପାଇଁ ଜଏଣ୍ଟ ଟାସ୍କଫୋର୍ସ

ଭୁବନେଶ୍ୱର/ବାରିପଦା,୩।୮(ଅସମାପିକା ସାହୁ/ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ୍‌) ଗଠନ କରାଯାଇଛି। ଏନେଇ ବିଧିବଦ୍ଧ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।...

ମୋ ଘର: ୨.୪୨ ଲକ୍ଷ ଆବେଦନ, ୩୯ ଅନୁମୋଦନ

ଭୁବନେଶ୍ବର,୩।୮(ସୁନିତ୍‌ ମିଶ୍ର)ରାଜ୍ୟରେ ଯେଉଁ ଗରିବ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ପକ୍କାଘର ଖଣ୍ଡେ କରିବାରେ ସକ୍ଷମ ହୋଇପାରୁନାହାନ୍ତି ସେମାନଙ୍କ ଲାଗି ରାଜ୍ୟ ସରକାର ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି।...

ଆଜି ୯ ଜିଲାରେ ସ୍କୁଲ ବନ୍ଦ

ଭୁବନେଶ୍ୱର,୩।୮(ଅସମାପିକା ସାହୁ)ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବୁଧବାର ୧୩ଟି ଜିଲାରେ ସ୍କୁଲ ଛୁଟି ରହିଥିଲା। କେନ୍ଦୁଝର, ବଲାଙ୍ଗୀର, ନୂଆପଡ଼ା, ବାଲେଶ୍ୱର, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୋଳ, ବୌଦ୍ଧ ଓ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ...

ପାଣି ଘେରରେ ବହୁ ଗଁା

ଭୁବନେଶ୍ୱର,୩।୮(ଅନିଲ ଦାସ)ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ଗତ ୨ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ରାଜ୍ୟର ବହୁ ଗାଁ ପାଣିଘେରରେ ରହିଛି। ବର୍ଷା ତାଣ୍ଡବ ଯୋଗୁ ପଶ୍ଚିମ ଓ...

ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ବଢ଼ାଇଲେ ସରକାର

ଭୁବନେଶ୍ୱର,୨ା୮(ଅସମାପିକା ସାହୁ): ଓଡ଼ିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ରେଜିଷ୍ଟ୍ରିଭୁକ୍ତ ଶ୍ରମିକମାନଙ୍କୁ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି। ସେହିପରି ସ୍ବାଭାବିକ...

ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ସାମିଲ ହେବେ ୫୦ ବର୍ଗ, ଜାଣନ୍ତୁ କେଉଁ ବର୍ଗ ହୋଇଛନ୍ତି ସାମିଲ…

ଭୁବନେଶ୍ୱର,୨ା୮(ଅସମାପିକା ସାହୁ): ଶ୍ରମିକ ତଥା ଗରିବ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ...

ଖୋଲିଲା ଭିତରକନିକା, ପ୍ରଥମ ଦିନରେ ୪୭ ପର୍ଯ୍ୟଟକ

ରାଜନଗର, ୨।୮ (ଭାସ୍କର ରାଉତରାୟ): ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ମଙ୍ଗଳବାରଠାରୁ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି। ଦୀର୍ଘ ୩ମାସ ପରେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଥିବାରୁ ଆଗନ୍ତୁକ ପର୍ଯ୍ୟଟକଙ୍କ ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ...

ମରାମତି ହେଉନି ଏସ୍‌କେପ୍‌

ଧାମନଗର,୨।୮ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲାର ଧାମନଗର ଏକ ବନ୍ୟା ପ୍ଲାବିତ ଅଞ୍ଚଳ। ଉପରମୁଣ୍ଡରେ ସାମାନ୍ୟ ବର୍ଷା ହେଲେ ବୈତରଣୀ ଓ ତା’ର ଶାଖା ନଦୀ ଗେଙ୍ଗୁଟିରେ ବନ୍ୟା ଆସି ବ୍ଲକର ୩୧ ପଞ୍ଚାୟତରୁ ଅଧିକାଂଶ ପଞ୍ଚାୟତର ଚାଷଜମି ଜଳମଗ୍ନ...

ଝଡ଼ବର୍ଷାରେ ୨କି.ମି. ଭାରରେ ବୁହାହେଲେ ଗର୍ଭବତୀ

ଦଶମନ୍ତପୁର, ୨।୮( ଅରବିନ୍ଦ ନାୟକ ): ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଝଡ ବର୍ଷାରେ ୨ କିମି ଭାରରେ ବୁହା ହେବାପରେ ଆମ୍ବୁଲାନ୍ସରେ ଡାକ୍ତରଖାନା ଗଲେ ଗର୍ଭବତୀ। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri