ମେଟ୍ରୋ

ଆଜିଠୁ ମିଳିବ ଘରୋଇ ବିମାନ ସେବା

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସରି ଆସୁଥିବାବେଳେ ଧୀରେ ଧୀରେ ଯାତ୍ରୀ ପରିବହନ ସେବା ସ୍ବାଭାବିକ ହେବାରେ ଲାଗିଛି। ପ୍ରାୟ ୨ମାସ ଧରି ବନ୍ଦ ରହିଥିବା ଘରୋଇ ବିମାନ ସେବା ସୋମବାରଠାରୁ ଆରମ୍ଭ ହେଉଛି। ଦେଶର ବିଭିନ୍ନ ସ୍ଥାନକୁ ଘରୋଇ…

ଅଂଶୁଘାତ ମୁକାବିଲା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ: ତୁରନ୍ତ ଅଚଳ ନଳକୂପ, ପାନୀୟ ଜଳ ପ୍ରକଳ୍ପ ମରାମତି କରିବାକୁ ପରାମର୍ଶ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଲାଣି। ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ, ପଶ୍ଚିମ ଏବଂ ଉପକୂଳ ଓଡ଼ିଶାର ୧୦ଟି ଜିଲାରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ। ଏପିରି କି ପାରଦ…

‘ଉମଙ୍ଗ’ରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମୋବାଇଲ୍‌ ଆପ୍‌ ମାଧ୍ୟମରେ ମିଳିବ ପାଣିପାଗର ଆଗୁଆ ସୂଚନା। ଏଣିକି ଘରେ ବସି ଜାଣିହେବ ପାଣିପାଗର ଟିକିନିଖି ସୂଚନା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ୨୦୧୭ରେ ପ୍ରସ୍ତୁତ ହୋଇଥିବା ଉମଙ୍ଗ ଆପ୍‌ରେ ଏବେ ଭୁବନେଶ୍ୱର ପାଣିପାଗ…

୪ ଦିନ ୧୦ ଜିଲାରେ ହିଟ୍‌ ୱେଭ୍‌

ଭୁବନେଶ୍ୱର,୨୫।୫(ବ୍ୟୁରୋ): ସାରା ରାଜ୍ୟରେ ଅସମ୍ଭାଳ ହୋଇପଡ଼ିଛି ଖରା ତାତି। ଗତ ଦୁଇଦିନ ହେଲା ୪୫ ଡିଗ୍ରୀ ଉପରେ ପାରଦ ରହିଥିବାବେଳେ ରବିବାର ମଧ୍ୟ ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁଥିଲା। ତାଳଚେରରେ ୪୪.୪ ଡିଗ୍ରୀ, ବଲାଙ୍ଗୀର ଓ ଭବାନୀପାଟଣାରେ ୪୪,…

ଏଥର ବି ରାଜଧାନୀବାସୀଙ୍କୁ କଲବଲ କରିବ ଜଳବନ୍ଦୀ ସମସ୍ୟା

ଭୁବନେଶ୍ୱର, ୨୪ା୫(ବ୍ୟୁରୋ): ଏଥର ବି ବର୍ଷାଋତୁରେ ରାଜଧାନୀବାସୀ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେବେ। କାରଣ ଏଯାବତ୍‌ ଭୁବନେଶ୍ୱରରେ ନୂତନ ଡ୍ରେନ୍‌ ନିର୍ମାଣ, ପୁରୁଣା ଡ୍ରେନର ପୁନରୁଦ୍ଧାର ଓ ପଙ୍କୋଦ୍ଧାର କାର୍ଯ୍ୟ ସରିବାର ତ ଦୂରର କଥା, ଅଧା ମଧ୍ୟ ହୋଇନାହିଁ। ସହରର…

ହଜିଗଲା ମାନବିକତା: କୁକୁର ଉପରେ କାର୍‌ ଚଢ଼ାଇ ଦେଲେ ଡାକ୍ତର; ଥାନାରେ ମାମଲା

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜଧାନୀରେ ଜଣେ ଡାକ୍ତରଙ୍କ ଅମାନବିକତା ଦେଖିବାକୁ ମିଳିଛି। ହର୍ନ ବଜାଇବା ସତ୍ତ୍ୱେ ରାସ୍ତାରୁ କୁକୁର ଛୁଆ ନ ଉଠିବାରୁ ତା’ ଉପରେ ସମ୍ପୃକ୍ତ ଡାକ୍ତର କାର୍‌ ( ନଂ. ଓଡି ୦୨ ବିଜି୧୮୮୨) ଚଢାଇ ମାରିଦେଇଛନ୍ତି। ଶୁକ୍ରବାର ବଡଗଡ଼ ଥାନା…

ସାଇବର ଠକେଇ ଜାଲରେ ପୂର୍ବତନ ପୋଲିସ ଡିଜି

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜ୍ୟରେ ଏବେ ପୁଣି ସକ୍ରିୟ ହେଲେଣି ସାଇବର ଅପରାଧୀ। ସେମାନେ ଲୋକଙ୍କ ମେଲ୍‌ ଆଇଡି ପାସ୍‌ଓ୍ବାଡ୍‌ ଏବଂ ଅନ୍ୟ ସାଇଟ୍‌କୁ ହ୍ୟାକ୍‌ କରି ଲକ୍ଷାଧିକ ଟଙ୍କା ଦାବି କରୁଛନ୍ତି। ଏପରିକି ଟଙ୍କା ନ ଦେଲେ ପର୍ସନାଲ ଡାଟାକୁ ଭାଇରାଲ କରିଦେବାକୁ…

ଏଣିକି ୧୪ ଦିନିଆ କ୍ୱାରାଣ୍ଟାଇନ୍‌: ୭ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ନ ହେଲେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଯାଇପାରିବେ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଗୋଟିଏ ପଟେ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନ୍ୟପକ୍ଷେ ବଢ଼ୁଛି ସଂକ୍ରମିତଙ୍କ ଗଣନା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବରୁ ଥିବା ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ଅବଧିକୁ ୨୧ ଦିନ ବଢ଼ାଇଥିଲେ। ହେଲେ ରବିବାର…

ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ; ସରପଞ୍ଚ-ଏସ୍‌ଏଚ୍‌ଜି-ଜନସାଧାରଣଙ୍କ ପାଇଁ ସମ୍ଭବ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଦୁଇ ମାସ ଧରି ସରକାର ରାଜ୍ୟବାସୀଙ୍କ ସହ କରୋନା ସହ ଯୁଦ୍ଧ ଲଢ଼ି ଆସୁଛନ୍ତି। ଏବେ ରାଜ୍ୟରେ କରୋନା ସ୍ଥିତି ବହୁମାତ୍ରାରେ ନିୟନ୍ତ୍ରଣରେ ରହିଛି। ଗତ ଦୁଇ ସପ୍ତାହରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଥିଲେ ସୁଦ୍ଧା ଏହା ଚିନ୍ତାଜନକ…

ରାଜଧାନୀରେ ଆଜିଠାରୁ ଖୋଲିଲା ପାର୍କ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜଧାନୀରେ ରବିବାରଠାରୁ ପରୀକ୍ଷାମୂଳକ ଭାବେ କିଛି ପ୍ରମୁଖ ପାର୍କ ଖୋଲିଛି। ଦୀର୍ଘ ୬୪ ଦିନ ପରେ ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କକୁ ଆଜିଠାରୁ ଖୋଲାଯାଇଛି। ଏଗୁଡ଼ିକ ସକାଳ ୭ଟାରୁ ଦିନ ୧୦ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା…

ସବୁଠୁ ତତଲା ଟିଟିଲାଗଡ

ଭୁବନେଶ୍ୱର,୨୩।୫(ବ୍ୟୁରୋ)-ରାଜ୍ୟର ୧୨ ସହରର ତାପମାତ୍ର ଶନିବାର ୪୧ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ବଲଙ୍ଗୀର ଜିଲା ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି। ସେହିପରି ତାଳଚେରରେ ୪୩.୮ ଡିଗ୍ରୀ, ଭବାନୀପାଟଣାରେ ୪୪.୨ଡିଗ୍ରୀ, ବଲାଙ୍ଗୀରରେ ୪୩.୫ଡିଗ୍ରୀ, ମାଲକାନଗିରିରେ…

ଉଦ୍ଧାର କାର୍ଯ୍ୟ ଓ ରିଲିଫ ପାଇଁ ପଶ୍ଚିମବଙ୍ଗ ଯିବେ ୩୦୦ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର,୨୩।୫(ବ୍ୟୁରୋ)-ବାତ୍ୟା ଅମ୍ଫନରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମବଙ୍ଗ। ଉଦ୍ଧାର କାର୍ଯ୍ୟ ଓ ରିଲିଫ ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ୩୦୦ ଅଗ୍ନିଶମ କର୍ମଚାରୀ ଓ ୧୦ ଓଡ୍ରାଫ ଟିମ ସହ ୫୦୦ ଜଣ କର୍ମଚାରୀ ଶୁକ୍ରବାର ରାତିରୁ ପଶ୍ଚିମବଙ୍ଗ ଅଭିମୁଖେ ଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?