ମେଟ୍ରୋ

କୁପନ ଅଫର ଅଛି କହି ମହିଳାଙ୍କ ଆକାଉଣ୍ଟରୁ ୬୦ହଜାର ଠକେଇ

କଟକ ରୋଡ,୨୪ା୬(ଡି.ଏନ୍‌.ଏ): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ମହିଳା ସାଇବର ଠକେଇର ଶିକାର ହୋଇ ୬୦ ହଜାର ଟଙ୍କା ହରାଇଥିବା ବୁଧବାର ଅଭିଯୋଗ ହୋଇଛି। ସୂଚନା ମୁତାବକ, ଏହି ଥାନା ଅଧୀନ ଜୟଦୁର୍ଗା ନଗରରେ ରହୁଥିବା ମଧୁମିତା ପଟ୍ଟନାୟକଙ୍କ ନିକଟକୁ ମଙ୍ଗଳବାର…

ଓଡ଼ିଶାରେ ପୁଣି ହେବ ଆଣ୍ଟିବଡି ଟେଷ୍ଟ

ଭୁବନେଶ୍ୱର, ୨୪।୬(ବ୍ୟୁରୋ) – ଓଡ଼ିଶାରେ ପୁଣି ଆଣ୍ଟିବଡି ଟେଷ୍ଟ ହେବ। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚତ୍ବ ଆଣ୍ଟିବଡି ଟେଷ୍ଟ କିଟ୍‌। ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଦ୍ୱାରା ଅନୁମୋଦିତ ଏହି କିଟ୍‌ ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ…

CORONAVIRUS UPDATE: ଆଉ ୧୩୫ କରୋନା ଆକ୍ରାନ୍ତ ସୁସ୍ଥ, ଏଯାବତ୍‌ ମୋଟ୍‌ ଆରୋଗ୍ୟ ହେଲେଣି ୪,୧୨୩

ଭୁବନେଶ୍ୱର,୨୪ା୬(ବ୍ୟୁରୋ): ବୁଧବାର ଅପରାହ୍ନରେ ଆଉ ୧୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୪,୧୨୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଗଞ୍ଜାମରୁ ୪୯…

ସଂକ୍ରମଣ ହେଲେ ବଞ୍ଚାଇବା କଷ୍ଟକର, କରୋନା କାଳରେ ବୟସ୍କଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହୁଅନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): କରୋନା ସଂକ୍ରମଣ ତାଲିକାରେ ଭାରତ ୪ର୍ଥ ସଂକ୍ରମିତ ରାଷ୍ଟ୍ର ପାଲଟିଲାଣି। ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ଏକ ସପ୍ତାହ ମଧ୍ୟରେ ଭାରତ ୩ୟ ସ୍ଥାନକୁ ପହଞ୍ଚିଯିବ। ଓଡ଼ିଶାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାରରୁ ଅଧିକ। ଜୁଲାଇ ଶେଷ…

ରାଜଧାନୀରୁ ପୁଣି ଚିହ୍ନଟ ହେଲେ ୨୨ କରୋନା ପଜିଟିଭ୍‌: ଅଛନ୍ତି ୧୬ ବେସରକାରୀ ହସ୍ପିଟାଲ୍‌ କର୍ମଚାରୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ରାଜଧାନୀରେ ବୁଧବାର ଆଉ ୨୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨୦କୁ ବୃଦ୍ଧି ପାଇଛି। ସେଥିରୁ ୧୧୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୩ ଆକ୍ଟିଭ୍‌ କେସ୍‌ ରହିଛି। ସେହିଭଳି…

ଭୁବନେଶ୍ୱରର ବ୍ଳୁ ହୁଇଲ୍‌ ହସ୍ପିଟାଲ୍‌ ସିଲ୍‌

ଭୁବନେଶ୍ୱର,୨୪।୬(ବ୍ୟୁରୋ): ରାଜଧାନୀ ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହୁଇଲ୍‌ ହସ୍ପିଟାଲକୁ ବୁଧବାର ସିଲ୍‌ କରିଦିଆଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏହି ହସ୍ପିଟାଲକୁ ବିଏମ୍‌ସି ପକ୍ଷରୁ ସିଲ୍‌ କରିଦିଆଯାଇଛି। ଏଥିସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ବିଏମ୍‌ସି…

ଜମି ଦେବାକୁ କହି ୧୬ ଲକ୍ଷ ଟଙ୍କା ଠକେଇ: ସାଇନାଥ ଇନ୍‌ଫ୍ରାଟେକ୍‌ ବିଲ୍ଡର ଗିରଫ

ଭୁବନେଶ୍ୱର,୨୪ା୬(ବ୍ୟୁରୋ): ଜମି ଦେବାକୁ କହି ୧୬ ଲକ୍ଷ ୮୦ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ସାଇନାଥ ଇନ୍‌ଫ୍ରାଟେକ୍‌ ବିଲ୍ଡର ସଂସ୍ଥାର ମୁଖ୍ୟଙ୍କୁ ଗିରଫ କରିଛି। ସେ ହେଲେ ଚନ୍ଦ୍ରଶେଖରପୁର ଓଏସ୍‌ଏଚ୍‌ଜି କଲୋନୀ ପ୍ଲଟ ନଂ-ଏଚ୍‌ଆଇଜି ୧୭/୧ରେ…

୨୫,୨୬ରେ ଝଡ଼ତୋଫାନ ସମ୍ଭାବନା

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବର୍ଷା ଲାଗି ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେଉଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ ପରିମାଣ ବର୍ଷା ହେବାର ସମ୍ଭାବନା…

୩ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୩।୬(ବ୍ୟୁରୋ): ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗୀର ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…

ରଥଯାତ୍ରା ନେଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହେଉଛି। କରୋନା କଟକଣା ମଧ୍ୟରେ ଏହି ଯାତ୍ରା ଶୃଙ୍ଖଳିତ ଭାବେ କରାଯାଉଥିବାରୁ ମହାପ୍ରଭୁଙ୍କୁ ରଥରେ ଦର୍ଶନ ଲାଗି ଭକ୍ତଙ୍କୁ ବାରଣ କରାଯାଇଛି। ତେବେ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାର୍ଦ୍ଦିକ ଶୁଭେଚ୍ଛା…

ଭୁବନେଶ୍ୱରରେ ଗଡ଼ିବନି ରଥ

ଭୁବନେଶ୍ୱର,୨୩।୬(ବ୍ୟୁରୋ): କରୋନା ପାଇଁ ଭୁବନେଶ୍ୱରରେ ଏଥର ଗଡ଼ିବନି ରଥ। ମାଉସୀ ଘର ଯିବେନି ଠାକୁର। ମନ୍ଦିର ପରିସରରେ ଅସ୍ଥାୟୀ ଜନ୍ମବେଦୀ କରାଯାଇ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ। କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ରାଜଧାନର ଇସ୍କନ ମନ୍ଦିର…

ରାଜ୍ୟ ବାହାରର ୮ ଶ୍ରମିକଙ୍କୁ କରୋନା

ଭୁବନେଶ୍ୱର, ୨୩।୬(ବ୍ୟୁରୋ): କଟକଣା କୋହଳ ହେବା ପଠାରୁ ରାଜଧାନୀ ଭୁବନେଶ୍ୱରକୁ ବାହାର ରାଜ୍ୟରୁ ଦଳଦଳ ହୋଇ ଶ୍ରମିକ ଆସୁଛନ୍ତି। ସବୁ ନିୟମକୁ ଜଳାଞ୍ଜଳି ଦେଇ ଅମାନିଆ କଣ୍ଟ୍ରାକ୍ଟର ସେମାନଙ୍କୁ କାମରେ ଲଗାଉଛନ୍ତି। ବିଶେଷକରି କରୋନା ହଟ୍‌ସ୍ପଟ ରାଜ୍ୟ ପଶ୍ଚିମବଙ୍ଗରୁ ଅଧିକ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?