ଜମି ଦେବାକୁ କହି ୧୬ ଲକ୍ଷ ଟଙ୍କା ଠକେଇ: ସାଇନାଥ ଇନ୍‌ଫ୍ରାଟେକ୍‌ ବିଲ୍ଡର ଗିରଫ

ଭୁବନେଶ୍ୱର,୨୪ା୬(ବ୍ୟୁରୋ): ଜମି ଦେବାକୁ କହି ୧୬ ଲକ୍ଷ ୮୦ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ସାଇନାଥ ଇନ୍‌ଫ୍ରାଟେକ୍‌ ବିଲ୍ଡର ସଂସ୍ଥାର ମୁଖ୍ୟଙ୍କୁ ଗିରଫ କରିଛି। ସେ ହେଲେ ଚନ୍ଦ୍ରଶେଖରପୁର ଓଏସ୍‌ଏଚ୍‌ଜି କଲୋନୀ ପ୍ଲଟ ନଂ-ଏଚ୍‌ଆଇଜି ୧୭/୧ରେ ରହୁଥିବା ଉପେନ୍ଦ୍ର କୁମାର ସେନାପତି (୪୦)। ତାଙ୍କ ବିରୋଧରେ ଥାନାରେ ପୋଲିସ କେସ୍‌ ନଂ-୬୩୧/୧୯ ଦଫା ୪୨୦ ରୁଜୁ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ଉପେନ୍ଦ୍ର ୨୦୧୪ରେ ନୟାପଲ୍ଲୀ ଆଇଆର୍‌ସି ଭିଲେଜ ଏନ୍‌-୪ରେ ସାଇନାଥ ଇନ୍‌ଫ୍ରାଟେକ୍‌ ନାମକ ଏକ ବିଲ୍ଡର ସଂସ୍ଥା ଖୋଲିଥିଲେ। ଏହି ସଂସ୍ଥା ସୁଲଭ ମୂଲ୍ୟରେ ଜମି ଯୋଗାଇ ଦେବା ପାଇଁ ଲୋଭନୀୟ ବିଜ୍ଞାପନ ଦେଇଥିଲେ। ମଞ୍ଚେଶ୍ୱର ଇଡକୋ କଲୋନୀର ହରିହର ପଟ୍ଟନାୟକ ଉକ୍ତ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ଏହି ସଂସ୍ଥା ବାଲିଅନ୍ତାରେ ଏକ ଜମି ଦେବାକୁ କହି ୨୦୧୫ ମସିହାରେ ହରିହରଙ୍କଠାରୁ ୧୬ ଲକ୍ଷ ୮୦ ହଜାର ଟଙ୍କା ନେଇଥିଲେ। ଏହାପରେ ସମ୍ପୃକ୍ତ ସଂସ୍ଥା ଚୁକ୍ତି ଅନୁଯାୟୀ ଜମି ଯୋଗାଇ ନ ଥିଲେ। ଏନେଇ ୨୦୧୯ ଡିସେମ୍ବର ୧ରେ ହରିହର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରିବା ପରେ ବିଲ୍ଡର ଉପେନ୍ଦ୍ର ଫେରାର ହୋଇଯାଇଥିଲେ। ଦୀର୍ଘଦିନ ପରେ ସୋମବାର ଉପେନ୍ଦ୍ର ଚନ୍ଦ୍ରଶେଖରପୁରସ୍ଥିତ ଘରେ ଲୁଚିଥିବା ଖବର ପାଇ ପୋଲିସ ସେଠାରେ ଚଢାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ସେଲ୍ଫି ନେଇ ଗାଧୋଇବା ହେଲା କାଳ, ଭାସିଗଲେ ୩ ଯୁବକ

କଟକ,୫।୭(ପ୍ରଭୂକଲ୍ୟାଣ ପାଲ୍‌): ସେଲ୍ଫି ଓ ମସ୍ତି ନିଶା ହେଲା କାଳ। କଟକ ନରାଜରେ ଘଟିଛି ଏକ ଅଘଟଣ। ହଠାତ୍‌ ପାଣି ମାଡ଼ି ଆସି ନରାଜ ପୁରୁଣା ନଦୀ…

ବାଇକ୍‌ ସହ ଲୁଟିନେଇଥିଲେ ଟଙ୍କା, ପୋଲିସ ୫ ଜଣଙ୍କୁ ଗିରଫ କରି ତାଙ୍କଠାରୁ…

ରିଷିଡ଼ା/ମ.ରାମପୁର,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ନିକଟସ୍ଥ ଅରନଝରଣ ଘାଟିଠାରେ ୩ତାରିଖ ଶୁକ୍ରବାର ୫ଜଣ ଦୁର୍ବୃତ୍ତ ଏକ ଗାଡ଼ିରେ ଆସି ବଗବେଡ଼ା ଗାଁର ହେମସାଗର ଦେହେରିଆ ଓ…

SIRରେ କଟିଲା ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ନାଁ

ଭୁବନେଶ୍ୱର,୫ା୭: ରାଜ୍ୟରେ SIR ପ୍ରକ୍ରିୟାରେ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ କଟିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌ ଗୋପାଳନ।…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି, ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର,୫ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗର ୫୦ କିମି ଦୂରରେ ଅବପାତ ହୋଇଥିବାବେଳେ ଚାନ୍ଦବାଲିର ଉତ୍ତରପୂର୍ବ ଦିଗର ୬୦ କିମି ଦୂରରେ କେନ୍ଦ୍ରୀଭୂତ…

ଶୋଇଥିବାବେଳେ ହତ୍ୟା: ବ୍ୟବଚ୍ଛେଦ ପାଇଁ ଖଟିଆରେ ବୁହା ହୋଇ ଆସିଲା ମୃତଦେହ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୫ା୭(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ନିରାକାର ପରିଡ଼ାଭ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗ୍ରାମରେ ଗତ ଜୁଲାଇ ୩ ତାରିଖ ରାତିରେ ଶୋଇଥିବାବେଳେ ଏକ…

ଡରାଇଲା IMD ର ଆକଳନ: ଓଡ଼ିଶାକୁ ରେଡ୍‌ ଆଲର୍ଟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ୱର, ୫ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଶନିବାର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ବାଣୀବିହାର ଡ୍ରେନ୍‌ରେ ଭାସିଗଲେ ଯୁବକ, ଅଗ୍ନିଶମ ବାହିନୀର ଚାଲିଛି ଖୋଜାଖୋଜି

ଭୁବନେଶ୍ୱର, ୪।୭: ରାଜଧାନୀରେ ବର୍ଷା ଆରମ୍ଭ ହେଉ ହେଉ ଏକ ଅଘଟଣ ଘଟିଛି। ଭୁବନେଶ୍ୱରର ବାଣୀବିହାର ଅଞ୍ଚଳରେ ଥିବା ପ୍ରମୁଖ ଡ୍ରେନ୍‌ରେ ପ୍ରବଳ ସ୍ରୋତରେ ଭାସି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri