ମେଟ୍ରୋ

ଏନ୍‌ଇଇଟି ପାଇଁ ୪ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୧୧ା୯ (ବ୍ୟୁରୋ)-ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଏନ୍‌ଇଇଟି ପରୀକ୍ଷା ପାଇଁ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ୪ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ପ୍ରଥମଟି ଖରିଆର ରୋଡ୍‌ରୁ ଅପରାହ୍ନ ୪ଟାରେ ବାହାରି ରାତି ୧୦ଟା ୩୦ରେ ସମ୍ବଲପୁରରେ ପହଞ୍ଚିବ।…

ବିଏମ୍‌ସିରୁ ଆଜି ୪୧୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୧।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୧୨ ଜଣ ଚିହ୍ନଟ ହୋଇଥିବାବେଳେ ୩୦୧ ଲୋକାଲ କଣ୍ଟାକ୍ଟ କେସ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୪୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ଆଜି ସର୍ବାଧିକ ୪୦୬୧ କରୋନା ଆକ୍ରାନ୍ତ ସୁସ୍ଥ: ଜାଣନ୍ତୁ କେଉଁ ଜିଲାରୁ କେତେ ସୁସ୍ଥ

ଭୁବନେଶ୍ୱର,୧୧।୯(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୪୦୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୪୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୪୨୫, ସୁନ୍ଦରଗଡରୁ ୨୬୭, ବରଗଡରୁ ୨୪୪, ମୟୂରଭଞ୍ଜରୁ ୨୪୦, ବାଲେଶ୍ୱରରୁ ୧୮୭, ଯାଜପୁରରୁ ୧୮୫, କେନ୍ଦ୍ରାପଡାରୁ ୧୭୯, ଅନୁଗୋଳରୁ…

ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କରୋନା

ଭୁବନେଶ୍ୱର,୧୧।୯(ବ୍ୟୁରୋ)-ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହୋମ ଆଇସୋଲେଶନରେ ଥିବା ପ୍ରକାଶ କରିଛନ୍ତି। ଯେଉଁ ମାନେ ତାଙ୍କ ସଂସ୍ପର୍ଶରେ…

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ୧୪ରୁ ଆରମ୍ଭ

ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟରେ ମାଟ୍ରିକ୍‌ ଏବଂ ଓପନ୍‌ ସ୍କୁଲ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ। ଚଳିତ ବର୍ଷ ୨୨, ୬୪୯ ଜଣ ଛାତ୍ରୀଛାତ୍ର ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ସେହିଭଳି ଓପନ୍‌ ସ୍କୁଲ୍‌ର ୧୨,୯୩୯ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ମାଟ୍ରିକ୍‌…

୧୩ରେ ଭୁବନେଶ୍ୱର ୟୁନିଟ-୧ ହାଟ ବନ୍ଦ

ଭୁବନେଶ୍ୱର, ୧୧।୯(ବ୍ୟୁରୋ): ନିଟ୍‌ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଆସନ୍ତା ୧୩ ତାରିଖରେ ୟୁନିଟ-୧ ହାଟକୁ ୬ ଘଣ୍ଟା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛି। ଦିନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହାଟ ଭିତର…

କରୋନା କବଳରେ ଆଉ ଜଣେ ମନ୍ତ୍ରୀ

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ମନ୍ତ୍ରୀ, ବିଧାୟକ ଏବଂ ଏମ୍‌ପି। ଶୁକ୍ରବାର ରାଜ୍ୟର ଆଉ ଜଣେ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ହେଲେ ରାଜ୍ୟ ମହିଳା…

୧୩ରେ ଏନ୍‌ଇଇଟି, ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ଗୁରୁବାର ଭୁବନେଶ୍ୱରରେ ଏକ ବୈଠକ ବସିଥିଲା। ବିଏମ୍‌ସି କମିଶନର…

ଅକ୍ଟୋବର ପହିଲାରୁ ଖୋଲିବ ଇକୋ-ଟୁର୍‌ ସେଣ୍ଟର

ଭୁବନେଶ୍ୱର,୧୧। ୯(ବ୍ୟୁରୋ): କରୋନା କଟକଣା ପାଇଁ ୬ମାସ ଧରି ବନ୍ଦ ରହିଥିବା ରାଜ୍ୟର ପରିବେଶ ପର୍ଯ୍ୟଟନସ୍ଥଳୀ ବା ଇକୋ-ଟୁରିଜମ୍‌ ସେଣ୍ଟର ଅକ୍ଟୋବର ୧ରୁ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୮ଟି ସେଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ପରିବେଶ ପର୍ଯ୍ୟଟନସ୍ଥଳୀକୁ…

୧୮ରୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ: ଏବେ ନୂଆ ଆବେଦନ ମନା

ଭୁବନେଶ୍ୱର ୧୧।୯(ବ୍ୟୁରୋ): ମାର୍ଚ୍ଚ ୨୫ରୁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ଲର୍ନିଂ ଲାଇସେନ୍ସ (ଏଲ୍‌ଏଲ୍‌) ପୁନର୍ବାର ଆରମ୍ଭ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ଗୁରୁବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆସନ୍ତା ୧୮ରୁ…

୪ହଜାର ଛୁଇଁବ ଦୈନିକ ସଂକ୍ରମଣ: ରାଜ୍ୟରେ ୮୦% ଆକ୍ରାନ୍ତ ଲକ୍ଷଣବିହୀନ

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଉଥିବା ସମୟରେ ଆଶ୍ୱସ୍ତିକର ଖବର ଆସିଛି। ଚଳିତ ମାସ ଶେଷବେଳକୁ ସଂକ୍ରମଣ କମିବା ଆରମ୍ଭ କରିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ଆଶାବ୍ୟକ୍ତ କରିଛନ୍ତି। ତେବେ କେବେଠୁ କମିବ ତାହା ନିର୍ଦ୍ଦିଷ୍ଟ ଭାବେ…

ରାଜ୍ୟରେ ୬୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା, ଆଜି ୧୪ ଜଣଙ୍କ ଜୀବନ ଯାଇଛି

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ କେବଳ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?