ଦୀପ୍ତିପଦ୍ମା ବେସିକ୍ ସାଇନ୍ସ ଟପ୍ପର
ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି) ପରିଚାଳିତ ବେସିକ୍ ସାଇନ୍ସ କଲେଜ +୩ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଯାଜପୁର ଜିଲା ବିଞ୍ଝାରପୁରର ଦୀପ୍ତିପଦ୍ମା ମଲ୍ଲିକ ୯୦.୧୬ ପ୍ରତିଶତ ନମ୍ବର ରଖି…
ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଷଷ୍ଠ ସେମିଷ୍ଟର ପରୀକ୍ଷାଫଳ ପ୍ରକାଶିତ: ବିଜ୍ଞାନରେ ସାଗରିକା, ବାଣିଜ୍ୟରେ ଇପ୍ସା ଟପ୍ପର
ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ): ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଯୁକ୍ତ୩ (ସ୍ନାତକ) କଲେଜର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ୬ଷ୍ଠ ସେମିଷ୍ଟର ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିସହ ବିଜ୍ଞାନ, ବାଣିଜ୍ୟ ବିଭାଗର ଦ୍ବିତୀୟ ଓ ଚତୁର୍ଥ ସେମିଷ୍ଟର ବ୍ୟାକ୍ ପେପର୍ ପରୀକ୍ଷା ଫଳ…
ନଭେମ୍ବରର ସବୁ ଶନିବାର ସରକାରୀ ଅଫିସ ଛୁଟି
ଭୁବନେଶ୍ୱର, ୩୧।୧୦(ବ୍ୟୁରୋ): ରାଜ୍ୟ ସରକାର ଆସନ୍ତା ମାସରେ ମଧ୍ୟ ସବୁ ଶନିବାର ସରକାରୀ ଅଫିସ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସେଥିରେ…
ଲଘୁଚାପ: ଓଡ଼ିଶାରେ ପ୍ରଭାବ ନାହିଁ
ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୩୧ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ। ଓଡିଶାରେ ଏହାର କୌଣସି ପ୍ରଭାବ ରହିବ ନାହିଁ। ତାହା ୪୮ ଘଣ୍ଟା ମଧ୍ୟରେ…
ନଭେମ୍ବରରେ ଖୋଲିବ ସ୍କୁଲ
ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ନଭେମ୍ବରରେ ସ୍କୁଲ ଖୋଲିବ। ଏନେଇ ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ସଂକ୍ରାନ୍ତରେ ପ୍ରସ୍ତାବ ପଠାଯାଇଛି। ଅନୁମୋଦନ ପରେ ସ୍କୁଲ ଖୋଲିବା ନେଇ…
ରାଜ୍ୟରେ ସୁସ୍ଥ ହେଲେ ୧୮୦୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୩୦ା୧୦(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୧୮୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୩୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୪୮, ନୂଆପଡାରୁ ୧୦୦, ମୟୂରଭଞ୍ଜରୁ ୯୪, ଅନୁଗୋଳରୁ ୮୧, ସୁନ୍ଦରଗଡରୁ ୭୬, କେନ୍ଦୁଝରରୁ ୭୪, ବାଲେଶ୍ୱରରୁ ୭୨, ପୁରୀରୁ…
ଭୁବନେଶ୍ୱରରେ ୫୦% ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଣ୍ଟିିବଡ଼ି
ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ)- ଭୁବନେଶ୍ୱରରେ ୫୦% ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ତୃତୀୟ ପର୍ଯ୍ୟାୟ ସେରୋଲୋଜିକାଲ ସର୍ଭେ ତଥ୍ୟରୁ ଏହା ଜଣାପଡ଼ିଛି ବୋଲି ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଶୁକ୍ରବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୁବନେଶ୍ୱରରେ ବର୍ତ୍ତମାନ ୫୦…
ଭୁବନେଶ୍ୱରରୁ ଆଜି ୮୭ ପଜିଟିଭ୍ ଚିହ୍ନଟ : ଲୋକାଲ କେସ ୬୮
ଭୁବନେଶ୍ୱର,୩୦।୧୦(ଡି.ଏନ.ଏ.)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୯ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୬୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୨୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ଓଡ଼ିଶାରେ ହେଉଛି କରୋନା ରି-ଇନ୍ଫେକ୍ସନ
ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ଓଡ଼ିଶାରେ କରୋନା ରି-ଇନ୍ଫେକ୍ସନ ହେଉଛି। ଭୁବନେଶ୍ୱରସ୍ଥିତ ଆଇଏଲ୍ଏସ୍ (ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ)ର ନିର୍ଦ୍ଦେଶକ ଅଜୟ ପରିଡ଼ା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ କରୋନା ରି-ଇନ୍ଫେକ୍ସନ ହେଉଛି, କିନ୍ତୁ ବହୁତ କମ୍। ଆଇଏଲ୍ଏସ୍ରେ କିଛି…
ଆଜି ଆଉ ୧୧ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୩୦୦ ଟପିଲା
ଭୁବନେଶ୍ୱର,୩୦ା୧୦(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୧ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩୦୮କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ୩ ଆକ୍ରାନ୍ତଙ୍କ…
ରାଜ୍ୟରେ ଆଜି ୧୫୪୭ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩୦ା୧୦(ବ୍ୟୁରୋ): ଶୁକ୍ରବାର ମୋଟ୍ ୩୦ ଜିଲାରୁ ୧୫୪୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୮,୬୪୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୮୯୧ ଜଣ…
ରାଜ୍ୟରେ ଅନୁଭୂତ ହେଲାଣି ଶୀତ, ୧୫ ଡିଗ୍ରୀ ତଳେ ୪ ସହରର ତାପମାତ୍ରା
ଭୁବନେଶ୍ୱର,୩୦ା୧୦(ବ୍ୟୁରୋ): ରାଜ୍ୟରୁ ମୌସୁମୀ ଫେରିଯାଇଛି। ମୌସୁମୀ ଫେରିଯିବା ପରେ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଶୀତ ଅନୁଭୂତ ହେଲାଣି। ରାଜ୍ୟରେ ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ସୋନପୁରରେ ତାପମାତ୍ରା ୧୨.୮ ଡିଗ୍ରୀ ରହିଛି। ଯାହାକି ସବୁଠୁ ଥଣ୍ଡା ସହର…

