ନଭେମ୍ବରରେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ନଭେମ୍ବରରେ ସ୍କୁଲ ଖୋଲିବ। ଏନେଇ ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ସଂକ୍ରାନ୍ତରେ ପ୍ରସ୍ତାବ ପଠାଯାଇଛି। ଅନୁମୋଦନ ପରେ ସ୍କୁଲ ଖୋଲିବା ନେଇ ବିଧିବଦ୍ଧ ଘୋଷଣା କରାଯିବ। ସ୍କୁଲ ଖୋଲିବା ପୂର୍ବରୁ କୋଭିଡ ଗାଇଡଲାଇନ ପାଳନ ଉପରେ ଗୁରୁତ୍ୱ ଦିଆଯିବ। କୋଭିଡ ସଂକ୍ରାନ୍ତ ପରବର୍ତ୍ତୀ ସମୀକ୍ଷା ପରେ ବିଧିବଦ୍ଧ ତାରିଖ ଘୋଷଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ସ୍କୁଲ ଖୋଲିବା ନେଇ ଏ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟଭାବେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ପୂଜାଛୁଟି ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ନଭେମ୍ବରରେ କୋଭିଡ ଗାଇଡଲାଇନ ଆସିଲେ ଏନେଇ ସ୍ପଷ୍ଟ ହେବ। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାକୁ କାର୍ଯ୍ୟକାରୀ କରାଯିବ ବୋଲି ସମୀର କହିଛନ୍ତି।
ସୂଚନାଯୋଗ୍ୟ ଯେ, କୋଭିଡ-୧୯ ମହାମାରୀ ଯୋଗୁ ଦୀର୍ଘଦିନ ହେବ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି। ଏଥିଯୋଗୁ ପିଲାମାନଙ୍କ ପାଠପଢା ମଧ୍ୟ ବ୍ୟାହତ ହୋଇଛି। ସ୍କୁଲ କେବେ ଖାଲିବ ଓ ପିଲାମାନେ ପୂର୍ବଭଳି ପାଠ ପଢିବେ ସେ ନେଇ ଅଭିଭାବକମାନେ ଚିନ୍ତାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ଏହି ଆପ୍‌ ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ…

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ପ୍ରଶସ୍ତ’ (PRASHAST) ଆପ୍‌ ମାଧ୍ୟମରେ ସ୍କୁଲ ପିଲାମାନଙ୍କଠାରେ ଶିକ୍ଷଣ ଅକ୍ଷମତା ଏବଂ ଦିବ୍ୟାଙ୍ଗତାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ଚିହ୍ନଟ…

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri