ଯୁକ୍ତ ୨ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ: ଆଗରେ ରହିଛି ରେଭେନ୍ଶା ଜୁନିୟର କଲେଜ
ଭୁବନେଶ୍ୱର,୧୮।୯(ବ୍ୟୁରୋ): ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଚଳିତ ବର୍ଷ ରେଭେନ୍ଶା ଜୁନିୟର କଲେଜ କଳା, ବାଣିଜ୍ୟ ଓ ବିଜ୍ଞାନ ପାଇଁ କଟ୍ ଅଫ୍ ମାର୍କରେ ଆଗରେ ରହିଛି। କଲେଜରେ କଳାରେ ୭୨.୫%...
ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ
ଭୁବନେଶ୍ୱର,୧୮ା୯(ବ୍ୟୁରୋ): ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଘରେ ଶୁକ୍ରବାର ଚଢ଼ାଉ କରିଛି ସିବିଆଇ। ବହୁ ଚର୍ଚ୍ଚିତ ସି-ସୋର ଚିଟ୍ଫଣ୍ଡ ଲିଙ୍କ୍ ମାମଲାରେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ୟୁନିଟ୍-୧ସ୍ଥିତ ବାସଭବନରେ ଏହି ଚଢ଼ାଉ ଜାରି ରହିଛି।
ରାଜ୍ୟରୁ ଆଉ ୧୩ ଜୀବନ ନେଲା କରୋନା, ୬୮୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୩ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୮୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲାରୁ...
CORONAVIRUS UPDATE: ରାଜ୍ୟରୁ ଆଜି ୪୧୮୦ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୧ ହଜାର ଟପିଲା
ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଶୁକ୍ରବାର ମୋଟ୍ ୩୦ ଜିଲାରୁ ୪,୧୮୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧, ୭୧,୩୪୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ...
ରାଜଧାନୀରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ
ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଭୁବନେଶ୍ୱର ଭରତପୁର ଅଞ୍ଚଳରୁ ଶୁକ୍ରବାର ଭୋର୍ରୁ ୯୩ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି। ପୋଲିସ ସୂଚନାନୁଯାୟୀ, ଆଜି ଭୋର୍ରୁ ଭରତପୁର ନିକଟରେ ଏକ...
ମହିଳା ଆଇନଜୀବୀ ଦୀପାଳି ମୃତ୍ୟୁ ମାମଲା: ହାଇକୋର୍ଟରେ ପ୍ରେମିକଙ୍କ ଜାମିନ ଖାରଜ
ଭୁବନେଶ୍ୱର,୧୮।୯ (ବ୍ୟୁରୋ): ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ବିଜୟବିହାରରେ ରହୁଥିବା ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା ମୃତ୍ୟୁ ମାମଲାରେ ପ୍ରେମିକ ବିକ୍ରମ କେଶରୀ ମିଶ୍ରଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ଭୁବନେଶ୍ୱର ଜିଲା ଦୌରାଜଜ୍ କୋର୍ଟରେ ତାଙ୍କ...
୫୧୮୮ ଅମାନିଆ ଗଣିଲେ ତଣ୍ଡ, ୨୧ ଦୋକାନ ସିଲ୍
ଭୁବନେଶ୍ୱର,୧୮।୯ (ବ୍ୟୁରୋ): ଦ୍ୱୈତନଗରୀରେ କରୋନା ବେକାବୁ ପରିସ୍ଥିତିକୁ ଚାଲିଯାଉଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ କୋଭିଡ୍ ନିୟମ ଓ କଟକଣାକୁ କଡାକଡି ପାଳନ କରିବାକୁ ଡିଜିପି ନିର୍ଦ୍ଦେଶ ଦେବା ପରେ ଗୁରୁବାରଠାରୁ କଟକ ଓ ଭୁବନେଶ୍ୱରରେ ଯାଞ୍ଚକୁ ଜୋର୍ଦାର...
ପ୍ରୋଷ୍ଟେଟ୍ ସମସ୍ୟାରେ ପୀଡ଼ିତ ୬୫% ପୁରୁଷ: ଲୁଚାଇଲେ ହୋଇପାରେ ଘାତକ
ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଭାରତୀୟଙ୍କ ମଧ୍ୟରେ ବୃଦ୍ଧିପାଉଛି ବିନାଇନ୍ ପ୍ରୋଷ୍ଟାଟିକ୍ ହାଇପର୍ପ୍ଲାସିଆ(ବିପିଏଚ୍) ଜନିତ ସମସ୍ୟା। ମୂତ୍ରାଶୟର ବାହ୍ୟପଥରେ ବାଧା ସୃଷ୍ଟି କରୁଥିବା ବିପିଏଚ୍ ପ୍ରୋଷ୍ଟେଟ୍ ଏକ ବୟସ ସମ୍ବନ୍ଧିତ ରୋଗ ହୋଇଥିବାବେଳେ ବୟସ୍କ ପୁରୁଷଙ୍କ ମଧ୍ୟରେ ଏହା ଅଧିକ ଦେଖିବାକୁ ମିଳୁଛି। ଭାରତରେ...
ତେଲଙ୍ଗାନା ଏନ୍ଟିପିସି ନେଲା ଓଡ଼ିଶା କୋଇଲା ଖଣି
ଭୁବନେଶ୍ୱର,୧୮ା୯(ବ୍ୟୁରୋ): କେନ୍ଦ୍ର ସରକାର ଓଡିଶାର ମନ୍ଦାକିନୀ-ବି କୋଇଲା ଖଣିକୁ ତେଲଙ୍ଗାନାର ଏନ୍ଟିପିସିକୁ ପ୍ରଦାନ କରିଛନ୍ତି। ତେଲଙ୍ଗାନାର ରାମଗୁଣ୍ଡମ୍ ଠାରେ ଥିବା ଏନ୍ଟିପିସିର ୪ ହଜାର ମେଗାଓ୍ବାଟ୍ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଏହି ଖଣିରୁ କୋଇଲା ଯୋଗାଣ ହେବ। ଟିଆର୍ଏସ୍ ଏମ୍ପି...
୧୧୦୦ କୋଟିର ସହାୟତା ଲୋଡ଼ିଲେ ସରକାର
ଭୁବନେଶ୍ୱର,୧୮ା୯(ବ୍ୟୁରୋ):ଅଗଷ୍ଟରେ ହୋଇଥିବା ବନ୍ୟା କ୍ଷୟକ୍ଷତିି ଭରଣା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ୧୧୦୦ କୋଟି ଟଙ୍କାର ସହାୟତା ଲୋଡିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍କୁ ଏ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିସହିତ...
ରାଜଧାନୀରେ ଚାଞ୍ଚଲ୍ୟ: ଶାବଳରେ ମା’ଙ୍କୁ ହତ୍ୟାକଲେ ଦୁଇ ନାବାଳକ ପୁଅ
ଭୁବନେଶ୍ୱର,୧୭ା୯(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର (ଡି.ଏନ୍.ଏ.) – ସ୍ନେହ ବଦଳରେ ମା’ ନିର୍ଯାତନା ଦେଉଥିଲେ। ମଦ ଓ ନିଶାରେ ବୁଡ଼ି ରହୁଥିବା ମା’ର ଅତ୍ୟାଚାର ଅସହ୍ୟ ହେବାରୁ ଦୁଇ ନାବାଳକ ପୁଅ ନିଷ୍ଠୁର ହୋଇପଡ଼ିଥିଲେ। ଶେଷରେ ଘର ଭିତରେ ଶାବଳରେ ପିଟି ମା’ଙ୍କୁ...
ଆସନ୍ତା ୨୧ ଓ ୨୨ରେ ଅତି ପ୍ରବଳ ବର୍ଷା
ଭୁବନେଶ୍ୱର,୧୭ା୯(ବ୍ୟୁରୋ)-ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୦ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୧ ଓ ୨୨ ତାରିଖରେ ପ୍ରବଳ ବର୍ଷା ହେବ । ୨୧ ତାରିଖରେ ମାଲକାନଗିରି,...
Archives


