ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ପୁଣି ଶନିବାର ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧି ପାଇଛି। ଶୁକ୍ରବାର ରାଜ୍ୟରେ ୨,୯୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟା ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩,୫୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨,୦୨୮ଜଣ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୧,୫୨୬ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୬୫୧ ଓ କଟକରୁୁ ୫୦୧ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୧୩୩, ବାଲେଶ୍ୱର ୨୭୧, ବରଗଡ଼ ୩୧, ଭଦ୍ରକ ୧୫୮, ବଲାଙ୍ଗୀର ୩୧, ବୌଦ୍ଧ ୩୩, ଦେବଗଡ଼ ୮, ଢ଼େଙ୍କାନାଳ ୫୬, ଗଜପତି ୨୪, ଗଞ୍ଜାମ ୨୨, ଜଗତସିଂହପୁର ୧୪୫, ଯାଜପୁର ୨୫୬, ଝାରସୁଗୁଡ଼ା ୧୧, କଳାହାଣ୍ଡି ୨୧, କନ୍ଧମାଳ ୩୮, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୬୫, କୋରାପୁଟ ୬୯, ମାଲକାନଗିରି ୬୧, ମୟୁରଭଞ୍ଜ ୧୯୬, ନବରଙ୍ଗପୁର ୨୨, ନୟାଗଡ଼ ୧୦୦, ନୂଆପଡ଼ା ୨୦, ପୁରୀ ୨୩୩, ରାୟଗଡ଼ା ୬୧, ସମ୍ବଲପୁର ୧୮, ସୁବର୍ଣ୍ଣପୁର ୨୯, ସୁନ୍ଦରଗଡ଼ ୭୧ ଓ ଷ୍ଟେଟ ପୁଲରୁ ୧୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୯୭,୦୬୨ରେ ପହଞ୍ଚିଛି। ସେଥିମଧ୍ୟରୁ ୮,୬୦,୧୪୨ଜଣ ସୁସ୍ଥ ହୋଇଥିବା ବେଳେ ୩୩,୦୧୯ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ରକବାସୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୮।୧(ବ୍ୟୁରୋ):ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଏହାର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏକାଧିକ ଯୋଜନା ଘୋଷଣା କରିଥିଲେ।...

ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ

ଭୁବନେଶ୍ୱର,୨୯।୩: ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥ କାରଣରୁ ତାଙ୍କୁ ବାଣପୁର ସବଜେଲରୁ ଭୁବନେଶ୍ୱରକୁ...

ହନୁମାଙ୍କଡ଼ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଣା: ଟ୍ରାଙ୍କୁଲାଇଜ କରି ଧରାଗଲା

ଭୁବନେଶ୍ୱର/ବାରଙ୍ଗ,୯।୫(ବ୍ୟୁରୋ/ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଚନ୍ଦକା ଥାନା ଅର୍ନ୍ତଗତ ଗିରିଙ୍ଗାପୁଟ ଗ୍ରାମରେ ହନୁମାଙ୍କଡ ଆକ୍ରମଣରେ ଶୁକ୍ରବାର ଜଣେ ବିଧବା ମହିଳାଙ୍କର ମୃତ୍ୟୁ ଘଟିଥିଲା। ସେ ହେଲେ କଅଁଳ...

ଗୁଟ୍‌ଖା କାରଖାନାରେ ଅଗ୍ନିକାଣ୍ଡ: ୧୨ ଉଦ୍ଧାର, ଅନେକ ଫସିଥିବା ସନ୍ଦେହ

ସମ୍ବଲପୁର,୨୦।୧୨(ବ୍ୟୁରୋ): ସମ୍ବଲପୁର ପରଧିଆପାଲି ସ୍ଥିତ ଏକ ଗୁଟ୍‌ଖା କାରଖାନାରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣରେ ୧୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ...

ଓଟିଭି ନାଁରେ ଜମି ହଡ଼ପ ଅଭିଯୋଗ

ଖୋର୍ଦ୍ଧା ଅଫିସ,୨୭।୯: ଓଡ଼ିଶା ଟେଲିଭିଜନ (ଓଟିଭି) କର୍ତ୍ତୃପକ୍ଷଙ୍କ ବିରୋଧରେ ଚାଷଜମି ହଡ଼ପ କେଳେଙ୍କାରୀ ଅଭିଯୋଗ ଆସିଛି। ଶନିବାର ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ବେଗୁନିଆ ବ୍ଲକ ଅନ୍ତର୍ଗତ...

ବାହାର ଲୋକଙ୍କ ପୁରୀ ପ୍ରବେଶରେ କଟକଣା: ଆଜିଠୁ ପିପିଲିରେ ଯାଞ୍ଚ

ପୁରୀ ଅଫିସ,୧୬।୩: ପୁରୀକୁ ପ୍ରତ୍ୟହ ଦେଶ, ବିଦେଶର ବହୁ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି। କିନ୍ତୁ ବର୍ତ୍ତମାନ କରୋନା ଯେଉଁଭଳି ମାଡ଼ି ଚାଲିଛି ସେଥିପାଇଁ ସତର୍କ...

ରେଲ୍‌ଓ୍ବେ ହେଲ୍ପଲାଇନ୍‌ରେ ୩୧୦ ଅଭିଯୋଗର ସମାଧାନ

ଭୁବନେଶ୍ୱର, ୮।୯(ବ୍ୟୁରୋ): ରେଲ୍‌ଓ୍ବେ ହେଲ୍ପଲାଇନ ନମ୍ବର-୧୮୨ରେ ଚଳିତ ବର୍ଷ ୩୧୦ ଅଭିଯୋଗର ସମାଧାନ ହୋଇଛି। ଅଭିଯୋଗ ଆଧାରରେ ୨୩୭ ଜିନିଷପତ୍ର ଓ ମନିପର୍ସ, ୯୬ ମୋବାଇଲ...

କୋଉଠୁ ଆସିଲା ଅଢ଼େଇ ଲକ୍ଷ ଟଙ୍କା ଉତ୍ତର ଦେଇ ନ ପାରିବାରୁ ଗିରଫ ହେଲେ ତହସିଲ୍‌ଦାର

ବାରିପଦା ଅଫିସ/ବାଲେଶ୍ୱର ଅଫିସ,୨୬ା୩- ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ତହସିଲଦାର ଅଭିମନ୍ୟୁ ପଣ୍ଡା ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇଛନ୍ତି। ତାଙ୍କ ଠାରୁ ୨ଲକ୍ଷ ୫୬ ହଜାର...

Advertisement
Archives

Model This Week