ମେଟ୍ରୋ

ବଦଳିଲେ ଭଦ୍ରକ, ଢେଙ୍କାନାଳ ଜିଲାପାଳ

ଭୁବନେଶ୍ୱର,୯।୮: ରାଜ୍ୟ ସରକାର ସୋମବାର ଆଇଏଏସ୍‌ ଏବଂ ଓଏଏସ୍‌ସ୍ତରରେ ଅଦଳବଦଳ କରିଛନ୍ତି। ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ପଞ୍ଚାୟତିରାଜ ନିର୍ଦ୍ଦେଶକ ଥିବା ଉମାକାନ୍ତ ତ୍ରିପାଠୀଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ…

ପାର୍ବଣ ଋତୁ ଲାଗି ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡଲାଇନ: ଜାଣନ୍ତୁ କ’ଣ ରହିଛି ଏଥିରେ

ଭୁବନେଶ୍ୱର,୯।୮(ବ୍ୟୁରୋ): ଆଗକୁ ପାର୍ବଣ ଋତୁ ଆସୁଥିବାରୁ କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ଆଗକୁ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଆଦି ପଡ଼ୁଥିବା ବେଳେ ସରକାର ବିଭିନ୍ନ କଟକଣା ସହିତ…

ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୯ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଧୀରେ ଧୀରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବାରେ ଲାଗିଛି। ସୋମବାରଠାରୁ ରାଜ୍ୟରେ ଥିବା ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଇଞ୍ଜିନିୟରିଂ, ଡିପ୍ଲୋମା, ପଲିଟେକ୍ନିକ…

ମୃତ୍ୟୁରେ ଲାଗୁନି ବ୍ରେକ୍‌: ଆଜି ପୁଣି ୬୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୯ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ହେଁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ପୁଣି ଆଉ ୬୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ…

ଖସିଲା କରୋନା ଗ୍ରାଫ୍‌: ଆଜି ହଜାରେ ତଳେ ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୯ା୮(ବ୍ୟୁରୋ): ଦୀର୍ଘଦିନ ପରେ ରାଜ୍ୟରେ ୧୦୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ସୋମବାର ରାଜ୍ୟରୁ ୮୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୮୭,୯୫୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ…

ଆଜି ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର, ୯।୮(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭର୍ଚୁଆଲରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି…

ବିଦେଶରେ ବି ମିଳିବ ‘କୋରାପୁଟ କଫି’

ଭୁବନେଶ୍ୱର,୮।୮(ବ୍ୟୁରୋ): ଏଣିକି ଦେଶ ବିଦେଶରେ ମହକିବ କୋରାପୁଟର କଫି। ଜିଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶ ବିଦେଶର କୋଣ ଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ପାଇଁ କାର୍ଯ୍ୟ…

ବାପ-ପୁଅ ଚଲାଉଥିଲେ ନକଲି ଜର୍ଦ୍ଦା, ଗୁଟଖା କାରଖାନା

କଟକ ଅଫିସ,୮।୮: କଟକ ସଦର ଥାନା ଅଧୀନ ମୁକାମେଶ୍ୱର ଗ୍ରାମରୁ ରବିବାର ୨ଶହ ବସ୍ତା ନକଲି ଜର୍ଦ୍ଦା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି। ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଦିଲୀପ…

ରାଜ୍ୟରେ ହଜାରେ ଉପରେ ଡେଙ୍ଗୁ ଆକ୍ରାନ୍ତ

ଭୁବନେଶ୍ୱର, ୮।୮(ବ୍ୟୁରୋ): ରାଜ୍ୟରେ କରୋନା ଭୟ ଯାଇ ନ ଥିବାବେଳେ ଡରାଇଲାଣି ଡେଙ୍ଗୁ। ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜାନୁୟାରୀରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ହଜାରେ ଡେଙ୍ଗୁ କେସ୍‌ ରହିଥିବା ଶନିବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.…

ଆଜିଠୁ ବର୍ଷା: ବଜ୍ରପାତ ନେଇ ଆଜି ୧୪ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୮।୮(ବ୍ୟୁରୋ): ରାଜ୍ୟରେ ଆସନ୍ତା ୮, ୧୦ ଓ ୧୧ ତାରିଖରେ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସହିତ ବଜ୍ରପାତ ହେବ। ରବିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଦେବଗଡ଼…

ମୋଦି ସରକାର ଅସହିଷ୍ଣୁ: କଂଗ୍ରେସ

ଭୁବନେଶ୍ୱର,୮ା୮(ବ୍ୟୁରୋ): ଭାରତ ବର୍ଷର ସର୍ବଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାରରୁ ରାଜୀବ ଗାନ୍ଧୀଙ୍କ ନାମ କାଟିବା ନେଇ ରାଜ୍ୟ କଂଗ୍ରେସ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ମୋଦି ସରକାରର ଅସହିଷ୍ଣୁତା ବୋଲି କଂଗ୍ରେସ କହିଛି।…

ଶଟ୍‌ଡାଉନ୍‌ରେ ଚାଲିଥିଲା ବେପାର: ସିଲ୍‌ ହେଲା ୪ ନମ୍ବର ମାଛ ମାର୍କେଟ

ଭୁବନେଶ୍ୱର,୮ା୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୪ ନମ୍ବର ମାଛ ମାର୍କେଟକୁ ରବିବାର ସିଲ୍‌ କରାଯାଇଛି । ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ମାଛ ମାର୍କେଟକୁ ସିଲ୍‌ କରିଛି ବିଏମ୍‌ସି। ଏହା ସହ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri