ଥାନାରେ ପୋଲିସ-ଭାଜପା ମହିଳା ମୋର୍ଚ୍ଚା ଧସ୍ତାଧସ୍ତି

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଶୁକ୍ରବାର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ କ୍ୟାପିଟାଲ ଥାନା ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରାଯାଇଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଥାନା ଅଧିକାରୀଙ୍କୁ ମହିଳା ମୋର୍ଚ୍ଚା ତରଫରୁ ଏକ ଏତଲା ପ୍ରଦାନ କରାଯାଇଛି। ମହିଳା ମୋର୍ଚ୍ଚା ଅଭିଯୋଗ କରିଛି, ବେସରକାରୀ ଶିକ୍ଷାନୁଷ୍ଠାନ ସତ୍ତ୍ୱେ ଉକ୍ତ ଅନୁଷ୍ଠାନକୁ ମନ୍ତ୍ରୀ ନିଜ କ୍ଷମତାର ଅପବ୍ୟବହାର କରି ଲକ୍ଷାଧିକ ଟଙ୍କାର ସରକାରୀ ଅନୁଦାନ ଦେବା, ଅଭିଯୁକ୍ତ ଗୋବିନ୍ଦ ସାହୁ ପୋଲିସ ବାରାକରୁ ଖସିଯିବା ପଛରେ ମନ୍ତ୍ରୀଙ୍କ ହାତ ରହିଛି। ମମିତା ହତ୍ୟାକାଣ୍ଡଙ୍କୁ ନେଇ ମନ୍ତ୍ରୀଙ୍କ ବିରୋଧରେ ବହୁ ପ୍ରମାଣ ଓ ଅଭିଯୋଗ ଥିବା ସତ୍ତ୍ୱେ ପୋଲିସ କେବଳ ଗୋବିନ୍ଦ ସାହୁଙ୍କୁ ଗିରଫକରି ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବାର ଷଡ଼ଯନ୍ତ୍ର କରୁଛି। ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଇନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏସବୁ ଅନୈତିକ କାର୍ଯ୍ୟକଳାପର ଖୁଲାସା ହୋଇଯିବା ଭୟରେ ପୂର୍ବ ଯୋଜନା ଅନୁଯାୟୀ ଷଡ଼ଯନ୍ତ୍ର କରି ମମିତାଙ୍କୁ ହତ୍ୟା କରାଯାଇଛି। ଗୋବିନ୍ଦ ସାହୁ ଅଭିଯୁକ୍ତ ହେଲେ, ମନ୍ତ୍ରୀ ମିଶ୍ର ହେଉଛନ୍ତି ମମିତା ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଅଭିଯୋଗ କରିଛି। ଅପରପକ୍ଷରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ଭୁବନେଶ୍ୱରରୁ କାହାଣୀ ତିଆରି ହେଉଛି ବୋଲି କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା କହିଛନ୍ତି। ଏକ ପ୍ରେସ୍‌ ବାର୍ତ୍ତାରେ ସେ କହିଛନ୍ତି ମମିତାଙ୍କ ଲାପ୍‌ଟପ୍‌, ମୋବାଇଲ୍‌ ଓ ପେନ୍‌ଡ୍ରାଇଭ୍‌ରେ ଅନେକ ତଥ୍ୟ ରହିଛି, ଏସବୁ କୁଆଡ଼େ ଗଲା। ତାହାକୁ ସାର୍ବଜନୀନ କରାଯାଉ ବୋଲି ସେ ଦାବି କରିଛନ୍ତି।
ଥାନାରେ ଭାଜପାର ଧସ୍ତାଧସ୍ତି ଘଟଣାକୁ ନେଇ ବିଜେଡି ମୁଖପାତ୍ର ଈପ୍ସିତା ସାହୁ କହିଛନ୍ତି, ନିଜର ସ୍ଥିତି ଜାହିର ପାଇଁ ଭାଜପା ଏବେ ସ୍ପର୍ଶକାତର ମାମଲାରେ ନିମ୍ନମାନର ରାଜନୀତି କରୁଛି। ପୀଡ଼ିତା କିମ୍ବା ତାଙ୍କ ପରିବାର କିଭଳି ନ୍ୟାୟ ପାଇବେ ସେ ଦିଗରେ ଚିନ୍ତା କରିବା ବଦଳରେ ହଜାର ହଜାର ଛାତ୍ରୀଛାତ୍ରଙ୍କୁ ବଦନାମ ପାଇଁ ଅପଚେଷ୍ଟା ଚଳାଇଛି। ମମିତା ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଆଉ କେତେଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ପୋଲିସ ଏହାର ତଦନ୍ତ ଜାରି ରଖିଛି। ଏଭଳି ହୀନ ରାଜନୀତିର ଜବାବ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଠିକଣା ସମୟରେ ଦେବେ। ପୀଡ଼ିତା ପରିବାରକୁ ଉଚିତ ନ୍ୟାୟ ମିଳିବ। ରାଜ୍ୟ ପୋଲିସ ଓ ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିବା ପରିବର୍ତ୍ତେ ଭାଜପା ନେତାମାନେ ଗଣମାଧ୍ୟମରେ ନିଜର ମୁହଁ ଦେଖାଇବା ପାଇଁ ରାଜଧାନୀରେ ଯେଭଳି ଏଫ୍‌ଆଇଆର୍‌ ଡ୍ରାମା କରିଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଈପ୍ସିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?