ଚାଷୀ ସମସ୍ୟା, ପକ୍କାଘର ବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣିଲା ଭାଜପା
ଭୁବନେଶ୍ୱର,୩୦ା୬(ବ୍ୟୁରୋ): ଦୀର୍ଘଦିନ ଧରି ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଉ ନ ଥିବା ଭାଜପା ନିଜର ରଣନୀତି ପରିବର୍ତ୍ତନ କରିଛି। ରାଜ୍ୟରେ ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବିରେ ଭାଜପା ପକ୍ଷରୁ ଜୁଲାଇ ୧ ଏବଂ ୨ରେ...
ଆଜିଠୁ ଶିଶୁଙ୍କୁ ପିସିଭି ଟିକା
ଭୁବନେଶ୍ୱର, ୩୦।୬(ବ୍ୟୁରୋ):ଶିଶୁଙ୍କୁ ନିମୋକୋକାଲ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ଦେବ ନିମୋକୋକାଲ କଞ୍ଜୁଗେଟ୍ ଟିକା (ପିସିଭି)। ଶିଶୁଙ୍କ ନିୟମିତ ଟିକାକରଣରେ ଏହାକୁ ସାମିଲ କରାଯାଇଥିବାବେଳେ ବୁଧବାରଠାରୁ ସାରା ରାଜ୍ୟରେ ଟିକାକରଣ ଆରମ୍ଭ ହେବ। ଭୁବନେଶ୍ୱର ୟୁନିଟ୍-୪ ସ୍ବାସ୍ଥ୍ୟ କେନ୍ଦ୍ରରେ...
ନୂଆ ବନ୍ଦର ବିଲ୍କୁ ଓଡ଼ିଶାର ବିରୋଧ
ଭୁବନେଶ୍ୱର,୩୦ା୬(ବ୍ୟୁରୋ):ଭାରତୀୟ ବନ୍ଦର ଆଇନ-୧୯୦୮କୁ ବଦଳାଇ ନୂତନ ଆଇନ ଆଣିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ କେନ୍ଦ୍ର ସରକାର ଭାରତୀୟ ବନ୍ଦର ବିଲ୍ -୨୦୨୧ ଚିଠା (ଡ୍ରାଫ୍ଟ) ପ୍ରସ୍ତୁତ କରିଛନ୍ତି। ଏହା ଉପରେ ମତାମତ ଦେବାକୁ ବନ୍ଦର,...
କୋଭିଡ୍ ନିୟମ କଡ଼ାକଡ଼ି ପାଳନ କର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯।୬(ବ୍ୟୁରୋ): କୋଭିଡ୍ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା ଅବସରରେ ମଙ୍ଗଳବାର ସେ ସଂକ୍ରମଣ ହାର ଅଧିକ ଥିବା ଜିଲାରେ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...
ପରଲୋକରେ ଉପେନ୍ଦ୍ର କୁମାର ପାହାଡ଼ସିଂହ
ଭୁବନେଶ୍ୱର,୨୯।୬(ବ୍ୟୁରୋ): ପରଲୋକରେ ଆକାଶବାଣୀର ପୂର୍ବତନ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡସିଂହ। ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ତାଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି। ତେବେ ୯୦ ଦଶକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଥିଲେ ସେ। ଗୁରୁ ଗମ୍ଭୀର ସ୍ବରରେ...
ଜୁଲାଇରେ ମାଟ୍ରିକ ଅଫଲାଇନ୍ ପରୀକ୍ଷା, ୫ରୁ ଫର୍ମ ଫିଲ୍ଅପ୍
କଟକ ଅଫିସ,୨୯।୬: ମାଟ୍ରିକ ପରୀକ୍ଷାଫଳକୁ ନେଇ ଏବେ ସାରା ରାଜ୍ୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) ପକ୍ଷରୁ ଅଫ୍ଲାଇନ୍ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯାଇଛି। ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ରମାନେ ଅଫ୍ଲାଇନ୍ରେ ପରୀକ୍ଷା...
ରାଜ୍ୟରୁ ପୁଣି ୪୦ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୯।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉଥିଲା। ମଙ୍ଗଳବାର କରୋନା ଆଉ ୪୦ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୯୭୦କୁ ବୃଦ୍ଧି ପାଇଛି। ଏହି...
ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ : ଖୋର୍ଦ୍ଧାକୁ କାଟିଲା ବାଲେଶ୍ୱର
ଭୁବନେଶ୍ୱର,୨୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଆଜି ରାଜ୍ୟରେ ୨,୬୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୭ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୧୨୩ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା...
ରାଜ୍ୟରେ ପୁଣି ଟିକା ଅଭାବ
ଭୁବନେଶ୍ୱର, ୨୯।୬(ବ୍ୟୁରୋ): ରାଜ୍ୟରେ ପୁଣି ଟିକା ଅଭାବ ଦେଖାଦେଲାଣି। ଟିକା କମ୍ ଥିବାରୁ ଆଗକୁ ଟିକାକରଣରେ ମଧ୍ୟ ବାଧା ସୃଷ୍ଟି ହେବାର ଆଶଙ୍କା ଉପୁଜିଲାଣି। ତେଣୁ ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ତୁରନ୍ତ ଅଧିକ ଟିକା ଯୋଗାଇବାକୁ ରାଜ୍ୟ ସ୍ବାସ୍ଥ୍ୟ...
୧୦୬ କୋଟି ଟଙ୍କାର ଜାଲ୍ ବିଲ୍ ର଼୍ୟାକେଟ
ଭୁବନେଶ୍ୱର,୨୯।୬(ବ୍ୟୁରୋ): ନିଜେ କିଛି କିଣାବିକା କରୁ ନ ଥିଲେ। ଜାଲ୍ କାଗଜପତ୍ରରେ କମ୍ପାନୀ କରି ଜାଲ୍ ବିଲ୍ ପ୍ରସ୍ତୁତ କରୁଥିଲେ। ଉକ୍ତ ଜାଲ୍ ବିଲ୍ ମାଧ୍ୟମରେ ଅଭିନବ ଉପରେ ଜିଏସ୍ଟି ଠକେଇ କରୁଥିଲେ। ରାଜ୍ୟ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ଓ୍ବିଙ୍ଗ୍ ବିଭିନ୍ନ...
ରେଡ୍ ଜୋନ୍ ଉପରେ ନଜର
ଭୁବନେଶ୍ୱର,୨୯।୬(ବ୍ୟୁରୋ): ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ତଥାପି ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନାହିଁ। ଆସନ୍ତା ଜୁଲାଇ ପହିଲାରେ ଆଂଶିକ ଲକ୍ଡାଉନ ଅବଧି ଶେଷ ହେବ। ସଂକ୍ରମଣ ହାର ୫ ପ୍ରତିଶତ ତଳେ ଥିବା ‘ଗ୍ରୀନ୍ ଜୋନ୍’...
ରାସ୍ତାକୁ ଓହ୍ଲାଇଲେ ଅସନ୍ତୁଷ୍ଟ
ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୨୯।୬: ମାଟ୍ରିକ ପରୀକ୍ଷା ଫଳକୁ ନେଇ ଏବେ ସାରା ରାଜ୍ୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମୂଲ୍ୟାୟନରେ ଅନିୟମିତତା ଅଭିଯୋଗ କରି ସୋମବାର ଛାତ୍ରୀଛାତ୍ର, ଅଭିଭାବକମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ, ଧାରଣା କରିବା ସହିତ ରାସ୍ତା...
Archives


