ନଭେମ୍ବର ୮ରୁ କଟକ ବାଲିଯାତ୍ରା
ଭୁବନେଶ୍ୱର, ୧୦ା୯(ବ୍ୟୁରୋ): ଦୁଇବର୍ଷ ପରେ ଆସନ୍ତା ନଭେମ୍ବର ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କଟକର ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା। ଏହାକୁ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଶୁକ୍ରବାର ଲୋକସେବା ଭବନଠାରେ…
ଉତ୍ତମ ସମାରିଟାନ ନାମ ସୁପାରିସ କରିବ ପୋଲିସ
ଭୁବନେଶ୍ୱର, ୧୦।୯(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ିଚାଲିଛି। ଦୁର୍ଘଟଣାଗ୍ରସ୍ତଙ୍କୁ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚାଇବାରେ ବିଳମ୍ବ ହେଉଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଦୁର୍ଘଟଣାରେ ଆହତଙ୍କୁ ସହାୟତା କରିବା ଲାଗି ଆଗେଇ ଆସୁଥିବା ବ୍ୟକ୍ତିଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ସକାଶେ ରାଜ୍ୟ…
ଓଡ଼ିଶା ରାଜନୀତି ସରଗରମ
ଭୁବନେଶ୍ବର,୧୦ା୯(ବ୍ୟୁରୋ): ଦୀର୍ଘଦିନ ଧରି ଶାସକ ବିଜେଡି ଏବଂ ବିରୋଧୀ ଭାଜପା ମଧ୍ୟରେ ରାଜନୈତିକ ଆକ୍ଷେପ ଓ ପ୍ରତି ଆକ୍ଷେପ ସେତେଟା ଦେଖିବାକୁ ମିଳୁ ନ ଥିଲା। ହେଲେ କିଛିଦିନ ହେଲା ଉଭୟ ଦଳର ଆଚରଣରେ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ…
ଜି. ରାଜେଶ ଖଣି ନିର୍ଦ୍ଦେଶକ
ଭୁବନେଶ୍ୱର୧୦,ା୯(ବ୍ୟୁରୋ): ରାଜ୍ୟ ସରକାର ଆଇଏଫଏସ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଶୁକ୍ରବାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସିସିଏଫ୍(ନୋଡାଲ) ଜି. ରାଜେଶଙ୍କୁ ଖଣି ନିର୍ଦ୍ଦେଶକ ଭାବେ…
ଯୁକ୍ତ୨ ନାମଲେଖା ପାଇଁ ଆଉ ଥରେ ସୁଯୋଗ
ଭୁବନେଶ୍ୱର, ୧୦।୯(ବ୍ୟୁରୋ): ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକରେ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଶନିବାର ଶେଷ ହେଉଛି। ଏପରି ସ୍ଥିତିରେ ପ୍ରଥମ ପର୍ଯ୍ୟାୟରୁ ବଞ୍ଚତ୍ତ ଛାତ୍ରୀଛାତ୍ରଙ୍କ ପାଇଁ ରାଜ୍ୟ ସରକାର ଆଉ ଥରେ ସୁଯୋଗ ଦେଇଛନ୍ତି। ଦଶମ ବା ହାଇସ୍କୁଲ ସାର୍ଟିଫିକେଟ୍…
ପ୍ରଫେସର ପ୍ରଭାତ କୁମାର ରାଉଳ ହେଲେ ଓୟୁଏଟିର ନୂତନ କୁଳପତି
ଭୁବନେଶ୍ୱର,୯।୯(ବ୍ୟୁରୋ): ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା(ଓୟୁଏଟି)ର ନୂତନ କୂଳପତି ଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତିନି ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ତେବେ ପ୍ରଫେସର…
କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ଏପରି କହିଲେ ବିଜେଡି, କଂଗ୍ରେସ
ଭୁବନେଶ୍ୱର,୯।୯(ବ୍ୟୁରୋ): ୫ କେନ୍ଦ୍ରମନ୍ତ୍ରୀ ଆଜି ଓଡ଼ିଶା ଆସୁଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏତେ ସଂଖ୍ୟାରେ କେନ୍ଦ୍ରମନ୍ତ୍ରୀ ଏକକାଳୀନ ଓଡ଼ିଶା ଆସିବାକୁ ନେଇ ପ୍ରତିକ୍ରିୟା ରଖଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ବିଜେଡି କହିଛି,…
ବ୍ରାଣ୍ଡ ନାଁରେ ନକଲି ଔଷଧ: ଚାଲିଛି ଚଢ଼ାଉ
ଭୁବନେଶ୍ୱର,୯।୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ନାମୀଦାମୀ କମ୍ପାନି ନାରେ ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ । ଏହି ଅଭିଯୋଗ ପରେ ରାଜଧାନୀର ବିଭିନ୍ନ ମେଡିସିନ ଷ୍ଟୋରରେ ଡ୍ରଗ କଣ୍ଟ୍ରୋଲ ବିଭଗର ଚଢ଼ାଉ କରାଯାଇଛି । ରସୁଲଗଡ ସ୍ଥିତ ସ୍ବସ୍ତିକ ଡ୍ରଗ ହାଉସରେ…
ସକ୍ରିୟ ରହିଛି ଲଘୁଚାପ: ଜାରି ହେଲା ଅରେଞ୍ଜ ଓ୍ବାର୍ନିଂ
ଭୁବନେଶ୍ୱର,୯।୯(ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଆଗାମୀ ୩୬ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୁଳ ସମୁଦ୍ର ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ…
ଆଜି ରାଜ୍ୟରୁ ୨୫୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୯ା୯(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୫୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୯,୭୨୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୪୯ ଜଣ ଚିହ୍ନଟ ହୋଇଥିବା…
ଜମି କିଣାଇଦେବା ନାଁରେ ୧୭ ଲକ୍ଷ ଠକେଇ: ୧୧ ମାସ ପରେ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୯।୯(ବ୍ୟୁରୋ): ଜମି କିଣାଇଦେବା ନାଁରେ ୧୭ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜଣେ ଦଲାଲଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେ ହେଲେ ପଶ୍ଚିମବଙ୍ଗରେ ରହୁଥିବା କଟକ ଜିଲା ମାହାଙ୍ଗା ଥାନା…
ରାଜସ୍ବ ଆଦାୟରେ ଲକ୍ଷ୍ୟପୂରଣ ନେଇ ଆଶଙ୍କା
ଭୁବନେଶ୍ୱର,୯।୯(ବ୍ୟୁରୋ): ବିଏମ୍ସି ଅନ୍ଲାଇନ୍ରେ ସମସ୍ତ ପ୍ରକାର ଟିକସ ପଇଠ କରିବା ନେଇ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାଦ୍ୱାରା ଜନସାଧାରଣ ଦେଉଥିବା ଟିକସ ଆଉ ବାଟମାରଣା ହେବ ନାହିଁ। ହେଲେ ଅଫ୍ଲାଇନ୍ ହେଉ ଅବା ଅନ୍ଲାଇନ୍ କେଉଁଥିରେ ବି ବିଏମ୍ସି ଧାର୍ଯ୍ୟ ଲକ୍ଷ୍ୟ…

