ମେଟ୍ରୋ

୧ରୁ ଯୁକ୍ତ୨ ପ୍ରାକ୍ଟିକାଲ: ହବ୍‌ ସେଣ୍ଟରକୁ ଗଲା ପ୍ରଶ୍ନପତ୍ର

ଭୁବନେଶ୍ୱର, ୩୧ା୧(ବ୍ୟୁରୋ): ସିଏଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୧ ତାରିଖରୁ ଆରମ୍ଭ ହେବ। ସୋମବାର ରାଜ୍ୟର ସମସ୍ତ ହବ୍‌ ସେଣ୍ଟରକୁ ଉଭୟ ପ୍ରାକ୍ଟିକାଲ ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ପଠାଯାଇଛି। ୧୦ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା…

ବକୁଳ ଫାଉଣ୍ଡେଶନକୁ ‘ମୋଷ୍ଟ ଇନୋଭେଟିଭ୍‌ ଲାଇବ୍ରେରି’ ପୁରସ୍କାର

ଭୁବନେଶ୍ୱର, ୩୧।୧(ବ୍ୟୁରୋ):ହାଇଦ୍ରାବାଦଠାରେ ଚାଲିଥିବା ହାଇଦ୍ରାବାଦ ସାହିତ୍ୟ ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆ ରିଡିଂ ଅଲମ୍ପିଆଡ୍‌ର ୫ମ ସଂସ୍କରଣର ‘ମୋଷ୍ଟ ଇନୋଭେଟିଭ୍‌ ଲାଇବ୍ରେରି’ ବର୍ଗରେ ବକୁଳ ଫାଉଣ୍ଡେଶନକୁ ପୁରସ୍କୃତ କରାଯାଇଛି। ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଏବଂ ଦୁଇ…

ଦିବ୍ୟାଙ୍ଗଙ୍କ ଶିକ୍ଷାଦାନ ପାଇଁ ରହିବେ ସ୍ବତନ୍ତ୍ର ଶିକ୍ଷକ

ଭୁବନେଶ୍ୱର, ୩୧।୧(ବ୍ୟୁରୋ):ରାଜ୍ୟରେ ଦିବ୍ୟାଙ୍ଗ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇଦେବା ପାଇଁ ସ୍ବତନ୍ତ୍ର ଶିକ୍ଷକ ନିୟୋଜିତ ହେବେ। ଜାତୀୟ ଶିକ୍ଷାନୀତି(ଏନ୍‌ଇପି) ୨୦୨୦ର ଏକ ଅଂଶ ଭାବେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ନିକଟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ,…

ବିଏମ୍‌ସି ଡେପୁଟି କମିଶନରଙ୍କ ନାଁରେ ଅଭିନେତ୍ରୀଙ୍କ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର,୩୧।୧(ବ୍ୟୁରୋ):ବିଏମ୍‌ସି ଦକ୍ଷିଣ-ପଶ୍ଚିମ ଜୋନ୍‌ ଡେପୁଟି କମିଶନର ଯୋଗେଶ୍ୱର ନାୟକଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ସେ ଘରେ ପଶି ଅସଦାଚରଣ ସହ ବ୍ଲାକମେଲ୍‌ କରୁଥିବା ନେଇ ଜଣେ ଅଭିନେତ୍ରୀ ଶ୍ରୀଲିଙ୍ଗରାଜ ଥାନାରେ ତାଙ୍କ ନାମରେ ଏତଲା ଦେଇଛନ୍ତି। ଅଭିଯୋଗ ଆଧାରରେ ପୋଲିସ…

ମହିଳାଙ୍କୁ ନିଯୁକ୍ତି ସୁଯୋଗ ଦେଇଛି କାଜୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୧(ବ୍ୟୁରୋ):ଭାରତ ସରକାରଙ୍କ କୋଚିନ୍‌ସ୍ଥିତ କାଜୁ ଓ କୋକୋ ଉନ୍ନୟନ ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ କାଜୁ ସମ୍ପର୍କିତ ୨ ଦିନିଆ ଜାତୀୟ ସମ୍ମିଳନୀ ସୋମବାର ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଉଦ୍‌ଘାଟିତ ହୋଇଛି। ଏହି…

ସ୍ନାତକରେ ପାଠ୍ୟକ୍ରମ ଭାବେ ସାମିଲ ହେବ ଏନ୍‌ସିସି

ଭୁବନେଶ୍ୱର, ୩୧।୧(ବ୍ୟୁରୋ):ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟରେ ଏନ୍‌ସିସିକୁ ସ୍ନାତକ(ୟୁଜି)ରେ ପାଠ୍ୟକ୍ରମ ଭାବେ ସାମିଲ କରାଯିବ। ୟୁଜିସିର ମଡେଲ ସିଲାବସ୍‌ ଆଧାରରେ ୟୁଜି ସ୍ତରରେ ଏନ୍‌ସିସିକୁ ଜେନେରାଲ ଇଲେକ୍ଟିଭ୍‌ କୋର୍ସ ଭାବେ ପଢ଼ାଯିବ। ଏ ନେଇ ସୋମବାର ଉଚ୍ଚଶିକ୍ଷା ବିଭାଗ…

ସରକାରୀ କର୍ମଚାରୀଙ୍କୁ ମିଳିବ ପଦୋନ୍ନତି

ଭୁବନେଶ୍ୱର,୩୧ା୧(ବ୍ୟୁରୋ):ପଦୋନ୍ନତି ଠିକ୍‌ ସମୟରେ ମିଳୁ ନ ଥିବାରୁ ଅନେକ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ପଦୋନ୍ନତି ପାଇଁ ବହୁ କର୍ମଚାରୀ ଅପେକ୍ଷା କରି ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଫେବୃୟାରୀ ୧ରୁ ୩ ତାରିଖ ପର୍ଯ୍ୟନ୍ତ ପଦୋନ୍ନତି…

ଚର୍ଚ୍ଚାରେ ହତ୍ୟାର କାରଣ

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ୍‌, ୩୧ା୧:ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟାର କାରଣ ଏଯାବତ୍‌ ସ୍ପଷ୍ଟ ହୋଇ ନାହିଁ। କ୍ରାଇମ୍‌ବ୍ରାଞ୍ଚ ରବିବାରଠାରୁ ପହଞ୍ଚତ୍ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା,…

‘ଭୁଲ ବୁଝାମଣା ସମାଧାନ ପରେ ଏବେ ଏକାଠି ରହିବୁ’

ଭୁବନେଶ୍ୱର,୩୦।୨(ବ୍ୟୁରୋ): ଶେଷର ସମାଧାନ ହୋଇଛି ଲୋକପ୍ରିୟ କଣ୍ଠଶୀଳ୍ପି ହ୍ୟୁମାନ୍‌ ସାଗରଙ୍କ ଘରୋଇ ବିବାଦ। ଉଭୟ ହ୍ୟୁମାନ୍‌ ଏବଂ ତାଙ୍କ ସ୍ତ୍ରୀ ଶ୍ରୀୟା ଏବେ ଏକାଠି ରହିବେ। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ସବୁ ମହଲରେ ଖୁସି ଦେଖାଦେଇଛି। ଏହାକୁ…

ମନ୍ତ୍ରୀଙ୍କୁ ମାରି ଚାକିରିରୁ ବିଦା ହେଲେ ଏଏସ୍‌ଆଇ ଗୋପାଳ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଚନ୍ଦ୍ର ଦାସଙ୍କୁ ସୋମବାର ଚାକିରିରୁ ବିଦା କରାଯାଇଛି। ଝାରସୁଗୁଡ଼ା ଏସ୍‌ପି ଚାକିରିରୁ ତାଙ୍କୁ ବରଖାସ୍ତ କରିଛନ୍ତି। ତେବେ ଗୋପାଳଙ୍କୁ ରବିବାରଠାରୁ ଅଟକ ରଖାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୋମବାର…

ମୋ ସ୍ବାମୀ ମନ୍ତ୍ରୀଙ୍କ ପିଏସ୍‌ଓ ନ ଥିଲେ: ଜୟନ୍ତୀ

ଭୁବନେଶ୍ବର,୩୦।୧(ବୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଗୁଳିକାଣ୍ଡ ଘଟଣାକୁ ନେଇ କ୍ରାଇବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଗୁଳିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଏଏସ୍‌ଆଇ ଏକାକୀ ଗୁଳି କରିଥିବା ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିରେ ଗୋପାଳ ଦାସଙ୍କ ସ୍ତ୍ରୀ ଜୟନ୍ତୀ ଦାସ…

ନିରଞ୍ଜନ ପୂଜାରୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଦାୟିତ୍ୱ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଦାୟିତ୍ୱ ବଣ୍ଟନ କରିଛନ୍ତି। ସୂଚନାଯୋଗ୍ୟ, ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦେହାନ୍ତ ପରେ ଏହି ଦାୟିତ୍ୱ ନିରଞ୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?