ମେଟ୍ରୋ

ଘୁଞ୍ଚିଲା ଗୋପାଳଙ୍କ ମେଡିକାଲ ଟେଷ୍ଟ ଶୁଣାଣି

ଭୁବନେଶ୍ୱର,୨୮।୨(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଶୁଣାଣି ଘୁଞ୍ଚିଛି। ସୋମବାର ଝାରସୁଗୁଡା ଜିଲା ଓ ଦୌରା ଅଦାଲତରେ ଏ ନେଇ ଶୁଣାଣି ହୋଇପାରି ନାହିଁ। ଏହି ଶୁଣାଣି ଆସନ୍ତା ମାର୍ଚ୍ଚ…

୩ ଜିଲାରେ ସୁନା ଖଣି

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ଓଡ଼ିଶାର ୩ଟି ଜିଲାରେ ସୁନାଖଣି ରହିଥିବା ସୋମବାର ବିଧାନସଭାରେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ସୂଚନା ଦେଇଛନ୍ତି। ବିଜେଡି ବିଧାୟକ ସୁଧୀର ସାମଲଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ଦେବଗଡ଼, କେନ୍ଦୁଝର ଏବଂ…

‘କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ଦକ୍ଷତା ବିକାଶ ହୋଇପାରିବ’

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ସୋମବାର କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ସରକାରୀ ପଲିଫେଷ୍ଟ ଓ ଆଇଟିଆଇ ଫେଷ୍ଟକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଉଦ୍‌ଘାଟନ କରିଛନ୍ତି। ପ୍ରତିଯୋଗୀ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ସ୍ବାସ୍ଥ୍ୟ ହିଁ ସମ୍ପଦ।…

ରାଜ୍ୟରେ ନିଯୁକ୍ତି ପାଇବେ ୫ ହଜାର ଡାକ୍ତର

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ଖୁବ୍‌ଶୀଘ୍ର ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ୫ ହଜାର ଡାକ୍ତର ନିଯୁକ୍ତି ପାଇବେ ବୋଲି ସୋମବାର ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲା ରାଇରଙ୍ଗପୁରକୁ ବି ଡାକ୍ତର ଦିଆଯିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଆଇପିଏଚ୍‌ସି ନିୟମ…

୨୦୨୫ ସୁଦ୍ଧା ଜାହାଜରେ ହେବ ବାଲିଯାତ୍ରା

ଭୁବନେଶ୍ୱର,୨୭।୨(ବ୍ୟୁରୋ):କଳିଙ୍ଗ ସାହିତ୍ୟ ମହୋତ୍ସବ ରବିବରେ ଶେଷ ହୋଇଛି। ସ୍ଥାନୀୟ ଏକ ହୋଟେଲରେ ୩ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ପ୍ରାୟ ୭୦ରୁ ଅଧିକ ଅଧିବେଶନ ଓ ବିଭିନ୍ନ ବିଭାଗରେ ପ୍ରାୟ ୨୦ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଉଦ୍‌ଯାପନୀ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ…

ବଦଳି ସତ୍ତ୍ୱେ କ୍ୱାର୍ଟର୍ସ ଛାଡ଼ୁନାହାନ୍ତି ପୋଲିସ ବାବୁ

ଭୁବନେଶ୍ୱର,୨୭।୨(ବ୍ୟୁରୋ):ପୋଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କୁ ରହିବା ପାଇଁ ସରକାରଙ୍କ ପକ୍ଷରୁ ବାସ ଉପଯୋଗୀ କ୍ୱାର୍ଟର୍ସ ଯୋଗାଇ ଦିଆଯାଉଛି। ତେବେ ଭୁବନେଶ୍ୱର ଓ କଟକରେ କାର୍ଯ୍ୟ କରୁଥିବା ପୋଲିସ ବାବୁମାନେ ଅନ୍ୟ ଜିଲାକୁ ବଦଳି ହେବା ପରେ ମଧ୍ୟ ଉକ୍ତ…

ବାୟୋଟେକ୍ନୋଲୋଜିରେ ପୁଞ୍ଜିନିବେଶ ପାଇଁ ଓଡ଼ିଶାର ଆମନ୍ତ୍ରଣ

ଭୁବନେଶ୍ୱର, ୨୭।୨(ବ୍ୟୁରୋ):ହାଇଦ୍ରାବାଦରେ ଚାଲିଥିବା ଆନ୍ତର୍ଜାତିକ ‘ବାୟୋ-ଏସିଆ’ ସମ୍ମିଳନୀ ରବିବାର ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟ ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏଥିରେ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବାୟୋଟେକ୍ନୋଲୋଜି ବିକାଶ ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ…

୫ଦିନ ପରେ ତାପମାତ୍ରା ଆହୁରି ବଢ଼ିବ

ଭୁବନେଶ୍ୱର, ୨୭ା୨(ବ୍ୟୁରୋ):ରାଜ୍ୟରେ ବଢୁଛି ତାତି। କିଛି ସ୍ଥାନରେ ପାରଦ ୩୮ ଡିଗ୍ରୀ ପାର୍‌ କଲାଣି। ଆଗାମୀ ୪ରୁ ୫ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ। ତେବେ ୫ ଦିନ ପରେ ରାଜ୍ୟରେ ତାପମାତ୍ରା ଆହୁରି ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ…

ତଦନ୍ତ ନବଙ୍କ ପରିବାର ସପକ୍ଷରେ ନା ଗୋପାଳଙ୍କୁ ପାଗଳ ସଜାଇବାକୁ

ଭୁବନେଶ୍ବର, ୨୭ା୨(ବ୍ୟୁରୋ):ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଶାସକ ଦଳ ପକ୍ଷରୁ ବିରୋଧୀ ଦଳ ପ୍ରତି ଆକ୍ଷେପ କରାଯାଉଥିବା ଦେଖାଯାଉଛି। ବିଜେଡି ନେତା, ବିଧାୟକ ଓ କାର୍ଯ୍ୟକର୍ତ୍ତାମାନେ ବିରୋଧୀଙ୍କ ବିପକ୍ଷରେ…

ବୁଲାକୁକୁରଙ୍କୁ ହଟାଇବା ନିର୍ଦ୍ଦେଶକୁ ବିରୋଧ

ଭୁବନେଶ୍ୱର, ୨୭।୨(ବ୍ୟୁରୋ):ହାଇଦ୍ରାବାଦରେ ୪ ବର୍ଷର ଶିଶୁପୁତ୍ରକୁ ବୁଲାକୁକୁର ଝୁଣି ମାରିଦେବା ଘଟଣା ପରେ ଓଡ଼ିଶାରେ ରାସ୍ତାକଡ଼ରୁ ବୁଲା କୁକୁରଙ୍କୁ ହଟାଇବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ମନ୍ତ୍ରୀ…

ଦେଓମାଳୀ, କୋଟିଆରେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର, (ବ୍ୟୁରୋ)/ପଟାଙ୍ଗୀ (ଡି.ଏନ୍‌.ଏ.), ୨୭ା୨:ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲାର ଦେଓମାଳୀ ଓ କୋଟିଆ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଦେଓମାଳୀ ଠାରେ ଇକୋ ଟୁରିଜିମ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ…

ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ: ଓଇଆର୍‌ସି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ(ଓଇଆର୍‌ସି) ଚେୟାରମ୍ୟାନ୍‌ ହେବେ ସୁରେଶ ମହାପାତ୍ର। ରବିବାର ତାଙ୍କର ନୂଆ ନିଯୁକ୍ତି ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇଏସ୍‌ ଅଫିସର ସୁରେଶ ଏବେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅଛନ୍ତି। ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?