ମେଟ୍ରୋ

ଦୋଳ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୭।୩(ବ୍ୟୁରୋ): ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଏହି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ଲେଖିଛନ୍ତି, ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ ଆଶୀର୍ବାଦରୁ…

ଅନ୍‌ଲାଇନ ପାଠ୍ୟକ୍ରମ ଜ୍ଞାନ, କୌଶଳ, ରୋଜଗାର ଦେବ: ଧର୍ମେନ୍ଦ୍ର

ଭୁବନେଶ୍ବର, ୭ା୩(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭିଡିଓ କନ୍‌ଫରେନ୍ସରେ ଆଇଆଇଟି, ମାଡ୍ରାସ ଦ୍ୱାରା ଇଲେକ୍ଟ୍ରୋନିକ୍ସ ସିଷ୍ଟମ ବିଭାଗରେ ବିଏସ୍‌ସି ପାଇଁ ପ୍ରସ୍ତୁତ ଅନ୍‌ଲାଇନ ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଭଳି ପଦକ୍ଷେପ ଯୁବଶକ୍ତିଙ୍କୁ ଏକବିଂଶ ଶତାବ୍ଦୀର ଜ୍ଞାନ, କୌଶଳ ଏବଂ ରୋଜଗାର ସହ…

ବଢୁଛି ବିଜେଡି-ଭାଜପା ବାକ୍‌ଯୁଦ୍ଧ

ଭୁବନେଶ୍ବର, ୭ା୩(ବ୍ୟୁରୋ):ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ପୁଣି ଭାଜପା ଏବଂ ବିଜେଡିର ଶୀର୍ଷନେତାଙ୍କ ମଧ୍ୟରେ ଦୋଷ ଦିଆନିଆ ଆରମ୍ଭ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଏକ କାର୍ଯ୍ୟକ୍ରମ କରି ଯୁବମୋର୍ଚ୍ଚା ନେତା ଓ କର୍ମୀଙ୍କୁ ଗିରଫ…

ରାସ୍ତାକଡ଼ ଗଛ କାଟିବାକୁ ଅନ୍‌ଲାଇନ ଅନୁମତି ଜରୁରୀ

ଭୁବନେଶ୍ୱର, ୭।୩ (ବ୍ୟୁରୋ):ଏଣିକି ରାସ୍ତା କଡ଼ରୁ ଗଛ କାଟିବାକୁ ହେଲେ ଅନ୍‌ଲାଇନ୍‌ରେ ଅନୁମତି ନେବାକୁ ହେବ। ମନଇଚ୍ଛା ଗଛ କାଟିହେବ ନାହିଁ କିମ୍ବା ଅଫ୍‌ଲାଇନ୍‌ରେ ଅନୁମତି ଦିଆଯିବ ନାହିଁ। ସେହିପରି ଗଛ କାଟିବା ପରେ ସେଠାରେ ପଡୁଥିବା ନିର୍ମାଣାଧୀନ ଭଗ୍ନାବଶେଷ କିମ୍ବା…

ଘରୋଇ ହିଂସା ଅଭିଯୋଗ ସର୍ବାଧିକ

ଭୁବନେଶ୍ୱର,୭।୩(ବ୍ୟୁରୋ):ମହିଳାମାନେ ଅନେକ ସମୟରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସେହିଭଳି ବିଭିନ୍ନ କାରଣରୁ ସେମାନେ ଅଭିଯୋଗ କରିବାକୁ ମଧ୍ୟ କୁଣ୍ଠିତ ହୋଇଥାନ୍ତି। ଫଳରେ ସେମାନେ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ନ୍ୟାୟ ପାଇବାକୁ ଯାଇ କିଛି ମହିଳା ଶୋଷଣର ଶିକାର ହେଉଥିବା…

କପିଳେଶ୍ୱର ମନ୍ଦିର ତାଲା ଭାଙ୍ଗିଲେ ମହିଳା

ପୁରୁଣା ଭୁବନେଶ୍ୱର,୭ା୩(ଡି.ଏନ୍‌.ଏ.):ଦୀର୍ଘ ୧୦ଦିନ ହେବ ଶ୍ରୀକପିଳେଶ୍ୱର ମନ୍ଦିର ବନ୍ଦ ରହିଥିବା ବେଳେ ଠାକୁର ଉପବାସ ରହଛନ୍ତି। ସୋମବାର ଅପରାହ୍ନରେ କପିଳେଶ୍ୱର ଗ୍ରାମର କେତେଜଣ ମଲିଆ ସେବାୟତ ସଦସ୍ୟା ଏବଂ କେତେକ ଶ୍ରଦ୍ଧାଳୁ ତାଲା ଭାଙ୍ଗି ମନ୍ଦିରକୁ ପ୍ରବେଶ କରିଥିଲେ। ଏହି ଅବସରରେ…

ର଼୍ୟାକେଟ୍‌ରେ ଫସିଛନ୍ତି ପୋଲିସ

ଭୁବନେଶ୍ୱର,୭।୩(ବ୍ୟୁରୋ):ନକଲି ମାଲିକ ଓ ଜାଲ ଦସ୍ତାବିଜ୍‌ରେ ଜମି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ର଼୍ୟାକେଟ୍‌ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ମାଷ୍ଟରମାଇଣ୍ଡ ଆଦିତ୍ୟ ସାହୁ ଓ ତାଙ୍କ ସହଯୋଗୀ ସବିତା ଦାସ ଗିରଫ…

୧୦ ମହିଳାଙ୍କୁ ‘ଏମ୍‌ପାଓ୍ବାର ଅଫ୍‌ ଓ୍ବିମେନ’ ସମ୍ମାନ

ଭୁବନେଶ୍ୱର, ୭।୩(ବ୍ୟୁରୋ):ଦିଶା ଓଡ଼ିଶା ଫାଉଣ୍ଡେଶନ ପକ୍ଷରୁ ଭୁବନେଶ୍ୱର ଏଲ୍‌ଆଇସି ଛକସ୍ଥିତ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସୋମବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୧୦ଜଣ ମହିଳାଙ୍କୁ ‘ଏମ୍‌ପାଓ୍ବାର ଅଫ୍‌…

ଅନୁସୂଚିତ ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ବିଭାଗ କରିବାକୁ ପରାମର୍ଶ

ଭୁବନେଶ୍ୱର, ୭।୩ (ବ୍ୟୁରୋ):ଓଡ଼ିଶାରେ ଅନୁସୂଚିତ ଜନଜାତିଙ୍କ ଅଧିକାର, ସୁରକ୍ଷା ଓ କଲ୍ୟାଣ ଦିଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି। ସେହିପରି ରାଜ୍ୟରେ ୨୩ ପ୍ରତିଶତ ଜନଜାତି ଥିବାବେଳେ ସେମାନଙ୍କ ବିକାଶ, ସୁରକ୍ଷା ପାଇଁ ସ୍ବତନ୍ତ୍ର ବିଭାଗ ନାହିଁ।…

ନେ ନେ ନେ… ରଙ୍ଗ ଟିକେ ଦେଲି…

ଭୁବନେଶ୍ୱର,୭।୩(ବ୍ୟୁରୋ):ନେ ନେ ନେ… ରଙ୍ଗ ଟିକେ ଦେଲି.., ଓ୍ବାନ୍ସ ଇନ୍‌ ଇୟର ଏଗେନ୍‌ ଆନାଦର୍‌ ହୋଲି…। ବର୍ଷକ ପରେ ପୁଣି ଆସିଛି ରଙ୍ଗର ପର୍ବ ହୋଲି। ପରସ୍ପରକୁ ରଙ୍ଗ ବୋଳି ଦେହ, ମନ, ପରିବେଶକୁ ରଙ୍ଗିନ କରିବା ପାଇଁ ଆସିଛି ମଉକା।…

ଆସନ୍ତା ଶିକ୍ଷାବର୍ଷରୁ ଖୋଲିବ ଶିଶୁଶ୍ରେଣୀ

ଭୁବନେଶ୍ୱର,୭।୩(ବ୍ୟୁରୋ):ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଶିଶୁଶ୍ରେଣୀ ବ୍ୟବସ୍ଥା। ଆସନ୍ତା ଶିକ୍ଷା ବର୍ଷରୁ ଏହା ଲାଗୁ ହେବ। ପ୍ରଥମ ପର୍ଯ୍ୟାୟରେ ୨ହଜାର ସ୍କୁଲରେ ଏହି ଶ୍ରେଣୀ ଖୋଲିବା ସହ ପିଲାଙ୍କ ନାମଲେଖା ହେବ। ଏବେ ଶିଶୁମାନେ ପ୍ରଥମେ ଅଙ୍ଗନଓ୍ବାଡ଼ି ଓ ପରେ ପ୍ରଥମ…

ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଇଫ୍‌କୋର ୧ କୋଟି ଟଙ୍କା ପ୍ରଦାନ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଇଣ୍ଡିଆନ୍‌ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ୍‌ ଲିଃ (ଇଫ୍‌କୋ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରାଯାଇଛି। ମଙ୍ଗଳବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଇଫ୍‌କୋର ବରିଷ୍ଠ ଅଧିକାରୀମାନେ ସାକ୍ଷାତ୍‌ କରି ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?