ମେଟ୍ରୋ

ଆଉଏକ ସେଲ୍‌ କମ୍ପାନୀର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଫୁଟବଲ୍‌ ବେଟିଂ/ଗେମିଙ୍ଗ୍‌ ଆପ୍‌ (18football.com)ରେ ଦେଶବ୍ୟାପୀ ହୋଇଥିବା ୧ହଜାର କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆଉଜଣେ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରିଛି। ଅଭିଯୁକ୍ତ ହେଲେ ରାଜସ୍ଥାନ ଉଦୟପୁର ଅଞ୍ଚଳର ନବୀନ ପୋରିୱାର। ଅଭିଯୁକ୍ତ…

୧୦ ବର୍ଷରେ ୭୮୪ ହାତୀ ମୃତ

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ହାତୀବଂଶ ଧୀରେ ଧୀରେ ଲୋପ ହୋଇଯିବ। ଖାଦ୍ୟ, ପାନୀୟ ଓ ବାସସ୍ଥଳୀ ଅଭାବରୁ ଏହି ବିଶାଳକାୟ ଜୀବ ଜନବସତିମୁହାଁ ହେଉଛନ୍ତି। ଫଳରେ ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ କାରଣରୁ ହାତୀ ମୃତ୍ୟୁମୁଖରେ ପଡୁଛନ୍ତି। କେବଳ ହାତୀ ନୁହେଁ ଏହି…

ଦାଦନ ଦୁର୍ଦ୍ଦଶା: ରୁଲିଂ ଦେଲେ ବାଚସ୍ପତି

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ଧରିତ୍ରୀରେ ଗତ ୧୧ ତାରିଖରେ ପ୍ରକାଶିତ ‘ତେଲଙ୍ଗାନାରେ ଓଡ଼ିଆ ଦାଦନଙ୍କ ଦୁର୍ଦ୍ଦଶା, ଝିଅକୁ ବନ୍ଧକ ରଖି ସ୍ବାମୀଙ୍କ ମୃତଦେହ ଆଣିଲେ ସ୍ତ୍ରୀ’ ଶୀର୍ଷକ ଖବରକୁ ନେଇ ମଙ୍ଗଳବାର ବିଧାନସଭାରେ କଂଗ୍ରେସ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛି। ବାଚସ୍ପତିଙ୍କ ରୁଲିଂ ଦାବି…

ଆଇସିୟୁରେ ବାପା, ପାରିବାରିକ ବିବାଦ ମାମଲା ଶୀଘ୍ର ସାରିବାକୁ ବର୍ଷାଙ୍କୁ ଅନୁଭବଙ୍କ ଟୁଇଟ୍‌

କଟକ ଅଫିସ,୧୪ା୩: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ କଳହ ଏଯାବତ ସମାଧାନ ହୋଇପାରିନାହିଁ। ମାମଲା କୋର୍ଟରେ ଥିବା ବେଳେ ଏହା ନୂଆ ଏକ ମୋଡ଼…

ରାଜ୍ୟର ୧୫ ଜିଲାରେ ୫୭ ସେତୁ ଲାଗି ୨୮୭.୮୨ କୋଟି ମଞ୍ଜୁର, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ବର, ୧୪ା୩(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରି ଭାରତ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ଅନ୍ତର୍ଗତ ଓଡିଶାର ୧୫ ଜିଲାରେ ୫୭ଟି ସେତୁ ର୍ନିମାଣ ପାଇଁ ଅନୁମୋଦନ ମିଳିଛି। ଏହାସହ ୨୮୭.୮୨ କୋଟି ଟଙ୍କା ମଧ୍ୟ…

ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ମାଟ୍ରିକ ଡ୍ରପ୍‌ଆଉଟ୍‌ ପିଲା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର, ୧୪ା୩(ବ୍ୟୁରୋ): ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ମାଟ୍ରିକ୍‌ ଡ୍ରପଆଉଟ୍‌ ପିଲା । ମଙ୍ଗଳବାର ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପରେ ଉତ୍ତର ରଖି ଏନେଇ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,…

ମୋ ବିଧାୟକ ଅମଳରେ ଏତେ ଲମ୍ବା ଉତ୍ତର କେବେ ଦେଖିନି: ତାରା

ଭୁବନେଶ୍ୱର,୧୪ା୩(ବ୍ୟୁରୋ):ସୋମବାର ବିଧାନସଭା ପ୍ରଶ୍ନକାଳରେ ଏକ ଭିନ୍ନ ପରିବେଶ ଦେଖିବାକୁ ମିଳିଥିଲା। ଅର୍ଥମନ୍ତ୍ରୀଙ୍କ ଉତ୍ତରରେ ପ୍ରଶ୍ନକର୍ତ୍ତାଙ୍କ ସମେତ ବିଧାନସଭାର ଅନ୍ୟ ସଦସ୍ୟମାନେ ବୋର ହୋଇ ଯାଇଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଦ୍ୱିତୀୟ ପ୍ରଶ୍ନ ନଂ. ୨୧୨ରେ ପଚାରିଥିଲେ,…

ଋଣରେ ଓଡ଼ିଶା ତଳଆଡୁ ୧ ନମ୍ବର: ମନ୍ତ୍ରୀ

ଭୁବନେଶ୍ୱର,୧୪ା୩(ବ୍ୟୁରୋ):ରାଜ୍ୟରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ମୁଣ୍ଡପିଛା ଋଣଭାର ୨୨,୦୪୨ ଟଙ୍କା ରହିଥିବା ବେଳେ ମୁଣ୍ଡପିଛା ଆୟ ରହିଛି ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା। ୧୯୯୯-୨୦୦୦ ବେଳକୁ ମୁଣ୍ଡପିଛା ଋଣ ୪,୯୧୮ ଥିବା ବେଳେ ଆୟ ଥିଲା ୧୩,୦୧୨…

ପୋଲିସ ସରକାରଙ୍କ ଗୋଡ଼ାଣିଆ: ଭାଜପା

ଭୁବନେଶ୍ୱର,୧୪ା୩(ବ୍ୟୁରୋ):ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଛି। ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ଏବେ ବି ଅସ୍ପଷ୍ଟ। ଗୋବିନ୍ଦଙ୍କ ଆତ୍ମହତ୍ୟା ଓ ଆଇନଶୃଙ୍ଖଳାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି।…

୪୦.୫୫% ପରିବାର ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ

ଭୁବନେଶ୍ୱର, ୧୪।୩(ବ୍ୟୁରୋ):ରାଜ୍ୟରେ ୪୦.୫୫% ପରିବାର ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆତ୍ମଶକ୍ତି ଟ୍ରଷ୍ଟ ଏବଂ ଏହାର ସହଯୋଗୀ ସଙ୍ଗଠନ ସମୂହ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ପକ୍ଷରୁ ଏହି…

୧୦ ବର୍ଷରେ ଜେଲରେ ୫୪୬ କଏଦୀଙ୍କ ଯାଇଛି ଜୀବନ

ଭୁବନେଶ୍ୱର,୧୪ା୩(ବ୍ୟୁରୋ): ଜେଲ୍‌ ଭିତରେ ବଢ଼ୁଛି ବିଚାରାଧୀନ କଏଦୀ ଓ ଦୋଷୀ ସାବ୍ୟସ୍ତ କଏଦୀଙ୍କ ମୃତ୍ୟୁ। ଗତ ୧୦ ବର୍ଷ ଭିତରେ ଜେଲରେ ୫୪୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଏହି ସମୟ ଭିତରେ ପ୍ରାୟ ୫୧ ଜଣଙ୍କର ଜୀବନ ପୋଲିସ ହାଜତରେ…

ରାଜ୍ୟରେ ୧.୫୭ ଲକ୍ଷ ବାଂଲାଦେଶୀ

ଭୁବନେଶ୍ୱର,୧୪ା୩(ବ୍ୟୁରୋ):ରାଜ୍ୟରେ ବାଂଲାଦେଶୀ ଭର୍ତ୍ତି ହୋଇଗଲେଣି। ୧୧ ଜିଲାରେ ୧ ଲକ୍ଷ ୫୭ ହଜାର ୪୩୨ ଜଣ ବାଂଲାଦେଶୀ ଶରଣାର୍ଥୀ ରହୁଛନ୍ତି। ଅନୁଗୋଳ ଜିଲାରେ ୧୫, ବାଲେଶ୍ୱରରେ ୭୫, ଭଦ୍ରକ ୨୦୦, ଯାଜପୁର ୩୭୯, କଳାହାଣ୍ଡି ୯୦, କେନ୍ଦ୍ରାପଡ଼ା ୪୪୧, ଖୋର୍ଦ୍ଧା ୪,୬୫୩,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri