ଅନ୍ତର୍ଜାତୀୟ

ଚାଇନାରେ ବିବାହ ପାଇଁ ରାଜି ନାହାଁନ୍ତି ଯୁବପିଢି; ଚଳିତବର୍ଷ ୪୦ହଜାର ଯୋଡି ବିବାହ କରିଥିବାବେଳେ ୧ଲକ୍ଷ ୨୭ହଜାର ଦମ୍ପତିଙ୍କ ହୋଇଛି ଛାଡପତ୍ର

ବେଜିଂ,୧୩।୭: ଚାଇନାର ଯୁବପିଢି ବିବାହ ପାଇଁ ରାଜି ନୁହଁନ୍ତି। ତେଣୁ ସେଠାରେ ପଞ୍ଜିକରଣ ହେଉଥିବା ବିବାହ ହାରରେ ରେକର୍ଡ ସଂଖ୍ୟକ ହ୍ରାସ ଘଟିଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଦର୍ଶାଯାଇଛି ଯେ, ଚାଇନାର ଅର୍ଥନୈତିକ ସଙ୍କଟ, ବେରୋଜଗାରୀ, କର୍ପୋରେଟ ଯେକ୍ଷତ୍ରରେ ଛଟେଇ ଯୋଗୁ…

ବାଇଡେନଙ୍କୁ କୋକେନ ଦେଉଛନ୍ତି ଅଜ୍ଞାତ ଲୋକ: ଟ୍ରମ୍ପଙ୍କ ଅଭିଯୋଗ…

ଓ୍ବାଶିଂଟନ,୧୩।୭ : ହ୍ବାଇଟ ହାଉସରେ ନିକଟରେ ମିଳିଥିବା କୋକେନ ସମ୍ପର୍କରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଅଭିଯୋଗ କରିଛନ୍ତି। ସେ କହିଛନ୍ତି କିଛି ଅଜ୍ଞାତ ବ୍ୟକ୍ତି ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କୋକେନ ଦେଉଛନ୍ତି। କେବଳ ଏତିକି…

ତୃତୀୟ ବିଶ୍ୱ ଯୁଦ୍ଧ ମୁହାଁ ପୃଥିବୀ…

ମସ୍କୋ,୧୩।୭ : ନାଟୋ ଶିଖର ସମ୍ମିଳନୀରେ ୟୁକ୍ରେନ ପାଇଁ ଏକ ସୁରକ୍ଷା ପ୍ୟାକେଜ ସ୍ବାକ୍ଷରିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହଯୋଗୀ ଦିମିତ୍ରୀ ମେଡଭେଡେଭ ଚେତାବନୀ ଦେଇଛନ୍ତି ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧର ନିକଟତର ହେବାକୁ ଯାଉଛି।…

୨୦୩୦ ସୁଦ୍ଧା ମନୁଷ୍ୟଙ୍କୁ ଚନ୍ଦ୍ରକୁ ପଠାଇବ ଚାଇନା…

ବେଜିଂ,୧୩।୭ : ପୃଥିବୀର ସମସ୍ତ ଦେଶ ଏବେ ଚନ୍ଦ୍ରକୁ ଯିବାକୁ ଚାହୁଁଛନ୍ତି। ଆମେରିକା ୫୦ ବର୍ଷ ପୂର୍ବେ ମନୁଷ୍ୟକୁ ଚନ୍ଦ୍ରକୁ ପଠାଇଥିଲା। ଭାରତ ଚନ୍ଦ୍ରାୟଣ-୩ ମିଶନ ମାଧ୍ୟମରେ ନିଜର ରୋଭରକୁ ଚନ୍ଦ୍ରକୁ ପଠାଇବାକୁ ଚାହୁଁଛି। ଏଥି ସହିତ ଚାଇନା ମନୁଷ୍ୟଙ୍କୁ ଚନ୍ଦ୍ରକୁ…

ପରିବେଶ ପାଇଁ କ୍ଷତିକାରକ ଡିସପୋଜେବଲ ଇ-ସିଗାରେଟ: ଆମେରିକାରେ ପ୍ରତି ମାସରେ ବିକ୍ରି ହେଉଛି ୧.୧୯କୋଟି ଇ-ସିଗାରେଟ

ସାରା ବିଶ୍ୱରେ ଡିସପୋଜେବଲ ଇ-ସିଗାରେଟ ଏବଂ ଇଲେକ୍ଟ୍ରିକ ଭେପ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ଇ-ବର୍ଜ୍ୟବସ୍ତୁ ସାରା ଦେଶରେ ଚିନ୍ତା ବଢାଇଛି। ଏହି ଇ-ସିଗାରେଟକୁ କେବଳ ଥରେ ବ୍ୟବହାର କରିହେବ ତେଣୁ ସବୁଆଡେ ଏହାର ବହୁଳ ବ୍ୟବହାର ଦେଖାଯାଉଛି।…

ସ୍ବିଡେନରେ କୁରାନ ଜଳେଇବା ଘଟଣା: ଜାତିସଂଘରେ ପାକିସ୍ତାନକୁ ସମର୍ଥନ କଲା ଭାରତ, ବିରୋଧ କଲା ଆମେରିକା

ନ୍ୟୁୟର୍କ,୧୩।୭: ସ୍ବିଡେନରେ କୁରାନ ଜଳେଇବା ଘଟଣାରେ ପାକିସ୍ତାନକୁ ସମର୍ଥନ କରିଛି ଭାରତ। ଜାତିସଂଘର ମାନବାଧିକାର ପରିଷଦରେ ଏହି ଘଟଣାରେ ଭାରତ ପାକିସ୍ତାନକୁ ସମର୍ଥନ କରିଛି। କୁରାନ ଜଳେଇବା ଘଟଣାକୁ ବିରୋଧ କରି ପାକିସ୍ତାନ ଜାତିସଂଘରେ ୟୁଏନଏଚଆରସିରେ ଏକ ପ୍ରସ୍ତାବ ଦେଇଥିଲା। ଯାହାର…

‘ଗ୍ଲୋବାଲ ସାଉଥ-ନର୍ଥ ମଧ୍ୟରେ ସେତୁ ହୋଇଛି ଭାରତ’, ଫ୍ରାନ୍ସିସି ଖବର କାଗଜକୁ ଏମିତି କହିଲେ ମୋଦି

ନୂଆଦିଲ୍ଲୀ/ପ୍ୟାରିସ,୧୩।୭: ଫ୍ରାନ୍ସ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନଙ୍କୁ ସାକ୍ଷାତ୍‌ କରିବେ। ପ୍ରଧାନମନ୍ତ୍ରୀ ତାଙ୍କ ସହ ଡିନର ଫଲିଟିକ୍ସ ବି କରିବାର ଅଛି। ଇତିମଧ୍ୟରେ ମୋଦି ଫ୍ରାନ୍ସର ଏକ ଖବର କାଗଜ ଲେସ ଇକୋସକୁ…

ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନର ୧୨ଯବାନ ଶହୀଦ

ଇସଲାମବାଦ,୧୩।୭: ପାକିସ୍ତାନର ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି। ବାଲୁଚିସ୍ତାନର ସୁଇ ଜିଲାରେ ପାକିସ୍ତାନୀ ସୈନିିକଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀ ଆକ୍ରମଣରେ ତିନିଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ…

ଆମେରିକା ଓ୍ବାରେଣ୍ଟରେ ବ୍ରିଟେନ୍‌ରେ ଗିରଫ ହେଲେ ଭାରତୀୟ; ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍‌ ଅଭିଯୋଗ

ଲଣ୍ଡନ,୧୩।୭: ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍‌ ମାମଲାରେ ଜଣେ ଭାରତୀୟ ନାଗରିକଙ୍କ ଉପରେ ଆମେରିକା ୱାରେଣ୍ଟ ଜାରି କରିଛି। ଆମେରିକାର ଓ୍ବାରେଣ୍ଟ ଜାରି କରିବା ପରେ ବ୍ରିଟେନ ତାଙ୍କୁ ଗିରଫ କରି ଲଣ୍ଡନ କୋର୍ଟରେ ହାଜର କରିଛି। ମାନବିକ ଅଧିକାର ମାମଲା…

ଅଗଷ୍ଟ ୧୪ରେ ଶେଷ ହେବ ଶେହବାଜ ସରକାରଙ୍କ କାର୍ଯ୍ୟକାଳ

ଇସଲାମବାଦ,୧୩।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଅଗଷ୍ଟ ୧୪ରେ ଶେଷ ହେବାକୁ ଯାଉଛି। ଏନେଇ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନ ଆୟୋଗ ଆଗାମୀ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ…

ଦୁନିଆର ସବୁଠାରୁ ପୁରୁଣା ଗ୍ୟାସିୟରକୁ ଆବିଷ୍କାର କଲେ ବୈଜ୍ଞାନିକ

ଜୋହାନ୍ସବର୍ଗ,୧୩।୭:ବୈଜ୍ଞାନିକମାନେ ଦକ୍ଷିଣ ଆଫ୍ରିକାରୁ ଦୁନିଆର ସର୍ବ ପୁରାତନ ଗ୍ଲାସିୟର ଅଂଶକୁ ଆବିଷ୍କାର କରିଛନ୍ତି। ଏହି ଗ୍ଲାସିୟର ୨୯୦କୋଟି ବର୍ଷ ପୁରୁଣା ଏବଂ ଏହାକୁ ସୁନା ଭଣ୍ଡାରର ଚଟାଣ ତଳୁ ଆବିଷ୍କୃତ କରାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ଅତୀତରେ ଏହି ମାଳଦ୍ୱୀପରେ ବରଫ…

ଲେଖକ ମିଲେନ କୁନ୍ଦେରାଙ୍କ ୯୪ବର୍ଷରେ ଦେହାନ୍ତ

ପ୍ୟାରିସ,୧୩।୭:କମ୍ୟୁନିଷ୍ଟ ବିରୋଧରେ ଲେଖି ନିଜ ଦେଶଚେକୋସ୍ଲୋଭାକିଆରୁ ବତାଡିତ ହୋଇଥିଲେ ଲେଖକ ମିଲେନ କୁନ୍ଦେରା। ବୁଧବାର ପ୍ୟାରିସରେ ତାଙ୍କର ମୃତ୍ୟୁ ହୋଇଛି। ସର୍ବାଧିକାରୀବାଦୀ ଶାସନରେ ମିଲେନ ନିର୍ବାସିତ ବ୍ୟଙ୍ଗକାର ଭାବରେ ମାନ୍ୟତା ପାଇଲେ। ତାଙ୍କର ଉପନ୍ୟାସ ‘ଦି ଅନବିଏରେଏବୁଲ ଲାଇଟନେସ ଅଫ୍‌ ବିଙ୍ଗ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?