ବାଇଡେନଙ୍କୁ କୋକେନ ଦେଉଛନ୍ତି ଅଜ୍ଞାତ ଲୋକ: ଟ୍ରମ୍ପଙ୍କ ଅଭିଯୋଗ…

ଓ୍ବାଶିଂଟନ,୧୩।୭ : ହ୍ବାଇଟ ହାଉସରେ ନିକଟରେ ମିଳିଥିବା କୋକେନ ସମ୍ପର୍କରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଅଭିଯୋଗ କରିଛନ୍ତି। ସେ କହିଛନ୍ତି କିଛି ଅଜ୍ଞାତ ବ୍ୟକ୍ତି ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କୋକେନ ଦେଉଛନ୍ତି। କେବଳ ଏତିକି ନୁହେଁ, ସେ ଏହା ମଧ୍ୟ କହିଛନ୍ତି ଏହି କୋକେନ ବାଇଡେନଙ୍କ ପାଇଁ ହେଉ କିମ୍ବା ନିଶା ସେବନ କରୁଥିବା ତାଙ୍କ ପୁଅ ହଣ୍ଟର୍‌ ପାଇଁ ଉଦ୍ଦିଷ୍ଟ ଥିଲା।

ଉଲ୍ଲେଖନୀୟ କଥା ହେଉଛି, ୱେଷ୍ଟ ୱିଙ୍ଗର ତଳ ମହଲା ପ୍ରବେଶ ଦ୍ୱାର ନିକଟରେ ଧଳା ପଦାର୍ଥ ମିଳିଥିଲା। ୱିଙ୍ଗର ବହୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ କୋକେନ ମିଳିଥିଲା। ଏଠାରେ ହ୍ବାଇଟ ହାଉସ ପରିଦର୍ଶନ କରୁଥିବା ଅତିଥିମାନଙ୍କୁ ମୋବାଇଲ ଜମା କରିବାକୁ ପଡିଥାଏ। ଧଳା ପଦାର୍ଥ ଏକ ଛୋଟ, ଜିପର୍‌ ବ୍ୟାଗରେ ମିଳିଥିଲା।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ହ୍ବାଇଟ ହାଉସରେ ମିଳୁଥିବା କୋକେନ କେବଳ ଏକ ଛୋଟ ଅଂଶ। ଆମେରିକାର ରାଷ୍ଟ୍ରପତିଙ୍କ ଭାଷଣ ସୂଚାଇ ଦେଇଛି ସେ ଡ୍ରଗ୍ସର ପ୍ରଭାବରେ ଅଛନ୍ତି। ଆପଣ ଦେଖିପାରିବେ ବାଇଡେନ ଭାଷଣ ଆରମ୍ଭରେ ଟିକିଏ ଠିକ ଥାନ୍ତି। ଭାଷଣର ଶେଷ ପର୍ଯ୍ୟନ୍ତ, ଭଲ ଭାବେ କହି ପାରନ୍ତି ନାହୀଁ। ସେ ମଞ୍ଚରୁ ଓହ୍ଲାଇବା ପାଇଁ ମଧ୍ୟ ରାସ୍ତା ଖୋଜି ପାରନ୍ତି ନାହିଁ । ଏଥିରୁ ଜଣାପଡୁଛି ହ୍ବାଇଟ ହାଉସରେ କିଛି ଚାଲିଛି।

ଆଜି ଯେତେବେଳେ ଆମେ ଆଣବିକ ଅସ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷ ସହିତ କାରବାର କରୁଛୁ, ସେତେବେଳେ ଆମର ରାଷ୍ଟ୍ରପତି ଏଭଳି କାର୍ଯ୍ୟ କରିବା ନିନ୍ଦା ଜନକ। ସେ ଏହି ପଦବୀରେ ରହିବା ଅତ୍ୟନ୍ତ ବିପଜ୍ଜନକ ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ଭଞ୍ଜନଗରରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, କୁଲାଡରେ ଗୁହାଳ ଘର ଭୁଶୁଡ଼ି ୧୫ରୁ ଅଧିକ ଛେଳି ମୃତ

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ଦିନ ହେବ ଅପରାହ୍ନ ଏବଂ ରାତିରେ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

ଜିଆର୍‌ପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୭।୮: ଚର୍ଚ୍ଚିତ ଜିଆର୍‌ପି (GRP) କନଷ୍ଟେବଳ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ କୋର୍ଟଙ୍କ ପକ୍ଷରୁ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାରେ ପୂର୍ବରୁ…

କେଉଁ ଦଳରେ ଯୋଗଦେବେ ହାର୍ଦ୍ଦିକ ପାଣ୍ଡ୍ୟା? କେତେ ମୂଲ୍ୟରେ…ଅଶ୍ୱିନ୍ କଲେ ବଡ଼ ଖୁଲାସା

ଚେନ୍ନାଇ,୭।୮: ଆଇପିଏଲ୍ ୨୦୨୬ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଅନ୍ୟ କୌଣସି ଦଳରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଜାରି ରହିଛି। କିଛି ଲୋକଙ୍କ ମତରେ…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ଜିଲାପାଳ କହିଲେ ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ…

ଝରିଗାଁ,୭ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଏକ ଆଦବାସୀ ବହୁଳ ଅଞ୍ଚଳ ଅଟେ। ସରକାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ତଥା ଗୁଣାତ୍ମକ ଶିକ୍ଷା ଦେବା ନେଇ…

ସାଉଦି-ତୁର୍କି ଓ ପାକିସ୍ତାନ ଭିତରେ ବଡ଼ ଡିଲ୍‌, ଭାରତକୁ ପଡିପାରେ ବଡ଼ ପ୍ରଭାବ!

ନୂଆଦିଲ୍ଲୀ, ୭।୮: ସାଉଦୀ ସେନା ଏବଂ ସରକାର ସହ ଜଡ଼ିତ ସୂତ୍ରରୁ AFP ସୂଚନା ଦେଇଛି ଯେ ସାଉଦୀ ଆରବ, ତୁର୍କୀ ଏବଂ ପାକିସ୍ତାନ ଶୁକ୍ରବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri