ଅନ୍ତର୍ଜାତୀୟ

ବଳାତ୍କାର ଅଭିଯୋଗକୁ ଖଣ୍ଡନ କଲେ ଟ୍ରମ୍ପ, କହିଲେ ଏହା ଶସ୍ତା-ହାସ୍ୟାସ୍ପଦ କାହାଣୀ…

ଓ୍ବାଶିଂଟନ,୪।୫ : ଲେଖିକା ଇ. ଜିନ କାରୋଲଙ୍କ ଦ୍ୱାରା ହୋଇଥିବା ବଳାତ୍କାର ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଚାରର ସମ୍ମୁଖୀନ ହୋଇଛନ୍ତି। ଟ୍ରମ୍ପ ମାନହଟ୍ଟନ ଫେଡେରାଲ ଖଣ୍ଡପୀଠରେ ରେକର୍ଡ ହୋଇଥିବା ଏକ ଭିଡିଓ ବୟାନରେ ବଳାତ୍କାର ଅଭିଯୋଗକୁ ଖଣ୍ଡନ…

ଦେଢ଼ ଗୁଣା ବଢ଼ିଛି ଖବରଦାତାଙ୍କୁ ହତ୍ୟା ମାମଲା: ୨୦୨୨ରେ ୬୭ ଜଣଙ୍କ ହତ୍ୟା…

ଜେନେଭା,୪।୫ : ଖବରଦାତାଙ୍କ ହତ୍ୟା ମାମଲା ସାରା ବିଶ୍ୱରେ ଦେଢ଼ ଗୁଣ ବୃଦ୍ଧି ପାଇଛି। ୨୦୨୨ମସିହାରେ, ୬୭ ଗଣମାଧ୍ୟମ ପ୍ରତିନିଧୀଙ୍କୁ ହତ୍ୟା କରାଯାଇଛି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ବୁଧବାର ବିଶ୍ୱ ପ୍ରେସ ସ୍ବାଧୀନତା ଦିବସ ଅବସରରେ ଏହି…

ଶନିବାର କିଙ୍ଗ ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକ: ଖର୍ଚ୍ଚ ହେବ ୧୦୨୧ କୋଟି…

ଲଣ୍ଡନ,୪।୫ : ବ୍ରିଟେନରେ ରାଜା ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତି ଚାଲିଛି। କିଙ୍ଗ ଚାଲର୍‌ସ ତୃତୀୟଙ୍କର ଲଣ୍ଡନରେ ୬ ମେ ଶନିବାରରେ ରାଜ୍ୟାଭିଷେକହେବ। ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରଠାରୁ ରାଜା ଚାଲର୍‌ସଙ୍କ ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ,…

ଜିହାଦ ପାଇଁ ପାକିସ୍ତାନରେ ପାଣ୍ଠି ସଂଗ୍ରହ କରୁଛି ଜୈଶ ଆତଙ୍କବାଦୀ ସଂଗଠନ…

ଇସଲାମାବାଦ,୪।୫ : ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଥିବା ଜୈଶ-ଇ-ମହମ୍ମଦ ପେଶୱାର ଏବଂ ଅନ୍ୟାନ୍ୟ ସହରରେ ଜିହାଦ ପାଇଁ ପାଣ୍ଠି ସଂଗ୍ରହ କରିଛି। ୟୁରୋପୀୟ ଟାଇମ୍ସ ରିପୋର୍ଟ କରିଛି, ଜୈଶ ସଦସ୍ୟମାନେ ଚଳିତ ବର୍ଷ ଏପ୍ରିଲରେ ଖାଇବର ପସ୍ତୁନଖ୍ବା…

ୟୁକ୍ରେନ ପାଇଁ ୩୦୦ ନିୟୁତ ଡଲାରର ସାମରିକ ସହାୟତା ପ୍ୟାକେଜ ଘୋଷଣା କଲା ଆମେରିକା…

ଓ୍ବାଶିଂଟନ,୪।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। ଭାରୀ ଅସ୍ତ୍ରଶସ୍ତ୍ର ଯୋଗାଇ ଶକ୍ତିଶାଳୀ ରୁଷିଆ ସାମନାରେ ଆମେରିକା ଦୁର୍ବଳ ୟୁକ୍ରେନକୁ ସାହାଯ୍ୟ କରୁଛି। ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ବୁଧବାର ପୁଣି…

ଜେଲେନସ୍କିଙ୍କୁ ହତ୍ୟା କରିବା ଛଡା ଅନ୍ୟ କିଛି ବିକଳ୍ପ ନାହିଁ: ଧମକ ଦେଲା ରୁଷିଆ…

ମସ୍କୋ,୪।୫ : ରୁଷିଆ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ ପରେ ରୁଷି ଅତ୍ୟନ୍ତ କ୍ରୋଧିତ ହୋଇଛି। ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଡଭେଡେଭ ୟୁକ୍ରେନ ଉପରେ ଏତେ ରାଗିଛନ୍ତି, ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା କରିବାକୁ…

ବୋଲସୋନାରୋଙ୍କ ଘରେ ପୋଲିସ ଚଢ଼ାଉ

ବ୍ରାସିଲିଆ,୪ା୫: ବ୍ରାଜିଲର ଫେଡେରାଲ ପୋଲିସ ବୁଧବାର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ଘରେ ଚଢ଼ାଉ କରିବା ସହ ତାଙ୍କ ଫୋନ୍‌କୁ ଜବତ କରିଛି। ଏଥିସହିତ ତାଙ୍କର ଘନିଷ୍ଠ କୁହାଯାଉଥିବା ମୁାଉରୋ ସିଡ୍‌ଙ୍କୁ ଗିରଫ କରାଯାଇଛି। ବୋଲସୋନାରୋଙ୍କୁ ଫେଡେରାଲ ପୋଲିସ ମୁଖ୍ୟାଳୟରେ ହାଜର…

ଅଜୟ ବଙ୍ଗା ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ

ଓ୍ବାଶିଂଟନ୍‌,୪ା୫: ଭାରତୀୟ-ଆମେରିକୀୟ ବିଜ୍‌ନେସ୍‌ ଲିଡର ଅଜୟ ବଙ୍ଗାଙ୍କୁ ବୁଧବାର ବିଶ୍ୱବ୍ୟାଙ୍କର ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ସେ ଏହି ପଦରେ ୫ ବର୍ଷ କାର୍ଯ୍ୟ କରିବେ। ଉକ୍ତ ବୈଶ୍ୱିକ ଆର୍ଥିକ ସଂସ୍ଥାର ନେତୃତ୍ୱ ନେବାରେ ବଙ୍ଗା ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ।…

ଅଧିକାର ମାଗୁଛନ୍ତି ହଲିଉଡ୍‌ ଲେଖକ

ଓ୍ବାଶିଂଟନ୍‌,୪ା୫ : ବୃହତ୍‌ ଷ୍ଟୁଡିଓ ତଥା ଷ୍ଟ୍ରିମିଂ ସର୍ଭିସ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଲାଏନ୍ସ ଅଫ୍‌ ମୋଶନ ପିକ୍ଚର୍ସ ଆଣ୍ଡ୍‌ ଟେଲିଭିଜନ୍‌ ପ୍ରଡ୍ୟୁସର୍ସ (ଏଏମ୍‌ପିଟିପି) ଏବଂ ୟୁନିୟନ୍‌ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ହଲିଉଡ୍‌ ଫିଲ୍ମ ଓ ଟିଭି ଶୋ’…

ପେନ୍‌ସନ ଆଇନ ପ୍ରତ୍ୟାହାର କର

ପ୍ୟାରିସ୍‌,୪ା୫: ଫ୍ରାନ୍ସରେ ନୂଆ ପେନ୍‌ସନ ଆଇନ ପ୍ରତିବାଦରେ ଆନ୍ଦୋଳନ ଜାରି ରହିଥିବାବେଳେ ମେ’ ୧ ଶ୍ରମିକ ଦିବସରେ ଟ୍ରେଡ୍‌ ୟୁନିୟନ୍‌ଗୁଡ଼ିକ ବଡ଼ ବିକ୍ଷୋଭ କରିଛନ୍ତି। ରାଜଧାନୀ ପ୍ୟାରିସ୍‌ ସମେତ ଅନ୍ୟ ସହରଗୁଡ଼ିକର ରାସ୍ତାରେ ସରକାର ବିରୋଧୀ ବିକ୍ଷୋଭ ବ୍ୟାପକ ହୋଇଥିବାବେଳେ ଆନ୍ଦୋଳନକାରୀଙ୍କ…

ପୁଟିନଙ୍କୁ ହତ୍ୟା ଉଦ୍ୟମ: ଅଭିଯୋଗ ଆଣିଲା ରୁଷିଆ

ମସ୍କୋ,୩।୫: ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ରୁଷିଆ ଅଭିଯୋଗ କରିଛି। ରୁଷିଆ କହିଛି, ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ପାଇଁ ମସ୍କୋ ଉପରେ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଛି। ହେଲେ ରୁଷିଆ…

ଥରିଲା ଆଫଗାନିସ୍ତାନ

କାବୁଲ,୩ା୫: ଆଫଗାନିସ୍ତାନରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ଅନୁଯାୟୀ, ଆଫଗାନିସ୍ତାନର ସ୍ଥାନୀୟ ସମୟ ଅପରାହ୍ନ ୩ଟା ୨୧ରେ କମ୍ପନ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ମାପ କରାଯାଇଛି। ଖବର ଲେଖାହେବା ସୁଦ୍ଧା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri