ଅନ୍ତର୍ଜାତୀୟ

ଆମକୁ ମିଳୁନି ଦିନକୁ ଦୁଇଥର ଖାଦ୍ୟ: କିମ୍‌ଙ୍କ ଝିଅଙ୍କ ମେଦବହୁଳତା ନେଇ ଲୋକେ ଅସନ୍ତୁଷ୍ଟ…

ପ୍ୟୋଙ୍ଗୟାଙ୍ଗ,୨୨।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ଝିଅ ମଧ୍ୟ ଗଣମାଧ୍ୟମର ହେଡଲାଇନରେ ଅଛନ୍ତି। ବାସ୍ତବରେ, ଗତ ସପ୍ତାହରେ, ଯେତେବେଳେ ଉତ୍ତର କୋରିଆ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା…

ସମଲିଙ୍ଗୀ ସମ୍ପର୍କ ରଖିଲେ ମିଳିବ ମୃତ୍ୟୁ ଦଣ୍ଡାଦେଶ…

କାମ୍ପଲା,୨୨।୩ : ଆଫ୍ରିକୀୟ ଦେଶ ଉଗାଣ୍ଡାର ସଂସଦ ଏକ ବିଲ ପାରିତ କରିଛି ଯେଉଁଥିରେ ସମଲିଙ୍ଗୀ ସମ୍ପର୍କକୁ ପ୍ରକାଶ କରିବା ଅପରାଧ ବୋଲି ଘୋଷଣା କରାଯାଇଛି। ଏହି ବିଲରେ ସମଲିଙ୍ଗୀ ସମ୍ପର୍କ ରଖିଲେ ମୃତ୍ୟୁ ଦଣ୍ଡାଦେଶ କରିବାକୁ ବ୍ୟବସ୍ଥା ରଖାଯାଇଛି। ଏହା…

ସଂସଦକୁ ବିଭ୍ରାନ୍ତ କରିଥିଲି, ହେଲେ ଉଦ୍ଦେଶ୍ୟ ମନ୍ଦ ନ ଥିଲା: ବୋରିସ ଜନସନ…

ଲଣ୍ଡନ,୨୨।୩ : ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସ୍ବୀକାର କରିଛନ୍ତି ଯେ ସେ ’ପାର୍ଟିଗେଟ’ ମାମଲାରେ ସଂସଦକୁ ବିଭ୍ରାନ୍ତ କରିଛନ୍ତି। ତେବେ ଜନସନ ଏହା ମଧ୍ୟ କହିଛନ୍ତି ଯେ ଅଜାଣତରେ ଏହା ତାଙ୍କ ତରଫରୁ ଘଟିଛି। ତାଙ୍କର ଉଦ୍ଦେଶ୍ୟ ମନ୍ଦ…

୨୦୦ କୋଟି ଲୋକଙ୍କୁ ମିଳୁନି ପାନୀୟ ଜଳ : ଜାତିସଂଘ ରିପୋର୍ଟ…

ଜେନେଭା,୨୨।୩ : ବିଶ୍ୱରେ ଜଳ ଅଭାବ ଯୋଗୁ ବହୁ ଦେଶ ସଙ୍କଟ ଦେଇ ଗତି କରୁଛନ୍ତି। ଏହା ଯୋଗୁ ସମ୍ପୃକ୍ତ ଦେଶରେ ସମସ୍ୟା ବଢ଼ିବାରେ ଲାଗିଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୦ କୋଟି ଲୋକ ଅର୍ଥାତ ବିଶ୍ୱ…

ଭାରତ ସମେତ ୭ ଦେଶରେ ଭୂକମ୍ପ, ପାକିସ୍ତାନରେ ୧୩ ମୃତ-୨୦୦ରୁ ଅଧିକ ଆହତ: ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା… …

ନୂଆଦିଲ୍ଲୀ/ଇସଲାମାବାଦ/କାବୁଲ,୨୨।୩ : ଭାରତ ସମେତ ୭ ଦେଶରେ ଭୂକମ୍ପ ଅନୁଭୁତ ହୋଇଛି। ଆଫଗାନିସ୍ତାନରେ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୂତ ହୋଇଥିବାବେଳେ ପାକିସ୍ତାନ, ଚାଇନା ସମେତ ଅନ୍ୟ କେତେକ ଦେଶରେ ଦୀର୍ଘ ସମୟ ଧରି କମ୍ପୁଥିଲା। ପାକିସ୍ତାନରେ ଇସଲାମାବାଦ ସମେତ ପଞ୍ଜାବ, ଖାଇବର…

ଶାନ୍ତି ଆଣିବ ଚାଇନା ଯୋଜନା: ପୁଟିନ୍‌

କିଭ୍‌/ମସ୍କୋ,୨୨ା୩: ଚାଇନାର ଶାନ୍ତି ଯୋଜନା ୟୁକ୍ରେନ୍‌ ଯୁଦ୍ଧର ସମାଧାନ ପାଇଁ ଆଧାର ଯୋଗାଇପାରେ। କିନ୍ତୁ ଏଥିପାଇଁ ପାଶ୍ଚାତ୍ୟକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ମଙ୍ଗଳବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ୩ ଦିନିଆ ମସ୍କୋ ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି…

ବଢ଼ୁଛି କାଣ୍ଡିଡା ଅରିସ୍‌ ଫଙ୍ଗାଲ୍‌ ସଂକ୍ରମଣ

ଓ୍ବାଶିଂଟନ୍‌,୨୨ା୩: ଆମେରିକାରେ ପ୍ରାଣଘାତୀ କାଣ୍ଡିଡା ଆରିସ୍‌ ଫଙ୍ଗାଲ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ ପ୍ରିଭେନ୍‌ଶନ୍‌ (ସିଡିସି) ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ୨୦୧୯ରେ ଦେଶରେ ମୋଟ ୪୭୬ କାଣ୍ଡିଡା ଅରିସ…

ଭାରତରେ ମାନବାଧିକାର ଉଲ୍ଲଂଘନର ଅସଂଖ୍ୟ ଦୃଷ୍ଟାନ୍ତ

ଓ୍ବାଶିଂଟନ,୨୨ା୩: ଭାରତରେ ମାନବାଧିକାର ସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ଦେଶରେ ଧର୍ମୀୟ ସଂଖ୍ୟାଲଘୁ, ବିରୋଧୀ ଓ ଖବରଦାତାମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ ସୋମବାର ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି। ବିଭାଗୀୟ ମୁଖ୍ୟ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ…

ଇମ୍ରାନଙ୍କୁ ଜାମିନ…

ଇସଲାମାବାଦ,୨୧।୩ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଲାହୋର ହାଇକୋର୍ଟ ତାଙ୍କୁ ଦୁଇଟି ଆତଙ୍କବାଦ ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଗତ ସପ୍ତାହରେ ଇସଲାମାବାଦର ନ୍ୟାୟିକ କମ୍ପ୍ଲେକ୍ସ ବାହାରେ ହିଂସା ଘଟଣାରେ ଆତଙ୍କବାଦ ସମେତ…

୫୩ ଦେଶରେ ୧୦୨ ଚାଇନା ପୋଲିସ ଷ୍ଟେଶନ: କରାଯାଉଛି ଗୁପ୍ତଚରୀ…

ବେଜିଂ,୨୧।୩ : ବିଶ୍ୱବ୍ୟାପୀ ନିଜର ଉପସ୍ଥିତି ଜାହିର କରିବା ପାଇଁ ଚାଇନା ଏକ ନୂତନ ରଣନୀତି ଆପଣେଇଛି। ସେପ୍ଟେମ୍ବର ୨୦୨୨ ରେ, ସ୍ପେନର ନାଗରିକ ଅଧିକାର ଗୋଷ୍ଠୀର ଏକ ରିପୋର୍ଟରୁ ଜଣାପଡିଛି ଯେ ଚାଇନ ବିଭିନ୍ନ ଦେଶରେ ଚାଇନିଜ ଓଭରସିଜ ପୋଲିସ…

ଉହାନ ଲ୍ୟାବର କରୋନା ଲିଙ୍କ୍‌ ଯାଞ୍ଚ: ବିଲ୍‌ରେ ଦସ୍ତଖତ କଲେ ବାଇଡେନ…

ଓ୍ବାଶିଂଟନ,୨୧।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଉହାନ ଲ୍ୟାବର କରୋନା ଲିଙ୍କ୍‌ ଯାଞ୍ଚ ବିଲରେ ଦସ୍ତଖତ କରିଛନ୍ତି। ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ ଆମକୁ କରୋନାର ଉତ୍ପତ୍ତିର ମୂଳରେ ପହଞ୍ଚିବାକୁ ପଡିବ । ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି…

ଆମେରିକାରେ ବି ତୋସାଖାନା ଦୁର୍ନୀତି: ଟ୍ରମ୍ପ କୋଟି କୋଟି ଟଙ୍କାର ଉପହାର ନେଇଥିବା ଅଭିଯୋଗ…

ଓ୍ବାଶିଂଟନ,୨୧।୩ : ଆମେରିକାରେ ମଧ୍ୟ ପାକିସ୍ତାନ ପରି ତୋସାଖାନା ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଥିବାବେଳେ କୋଟି କୋଟି ଟଙ୍କାର ଉପହାର ହଡ଼ପ କରି ନେଇଛନ୍ତି। ଏକ ରିପୋର୍ଟରେ କୁହାଯାଇଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri