ଅନ୍ତର୍ଜାତୀୟ

ବିଶ୍ୱର ଅଦ୍ଭୁତ ଭିଡିଓ ଜାରି କଲା ନାସା

ଓ୍ବାଶିଂଟନ,୨୩ା୪: ବ୍ରହ୍ମାଣ୍ଡ ବିଷୟରେ ଜାଣିବା, ବୁଝିବା ଏବଂ ପଢ଼ିବା ଏକ ରହସ୍ୟ ଆବିଷ୍କାର କରିବା ପରି। ନାସାର ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲ ହେଉଛି ଯେଉଁମାନେ ରହସ୍ୟ ଭିତରକୁ ଗଭୀର ଭାବରେ ବୁଡ଼ିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଭଣ୍ଡାର। ସ୍ପେସ ଏଜେନ୍ସି ନାସାର…

ଭାରତ ଯାତ୍ରା ପୂର୍ବରୁ ହୋମୱାର୍କ କରିବା ଆବଶ୍ୟକ: ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୩।୪: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଆସନ୍ତା ମାସରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଗସ୍ତ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଜଣାପଡିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯାତ୍ରା ଆରମ୍ଭ କରିବା ପୂର୍ବରୁ ତାଙ୍କୁ…

ସେନା ଶିବିର ନିକଟରେ କାର ବୋମା ବିସ୍ଫୋରଣ: ୧୦ ମୃତ…

ବମାକୋ,୨୩।୪ : କେନ୍ଦ୍ରୀୟ ମାଲିର ଏକ ସାମରିକ ବେସ ନିକଟରେ ହୋଇଥିବା ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ମାଲି ସେନାର ମୁଖପାତ୍ର କର୍ନେଲ ସୋଲେମେନ ଡେମ୍ବଲେ ଆସୋସିଏଟେଡ ପ୍ରେସକୁ କହିଛନ୍ତି ମୋପାଟି ଅଞ୍ଚଳର…

ଜାପାନରେ ପ୍ରଥମଥର ପାଇଁ ଗର୍ଭପାତ ଔଷଧକୁ ମିଳିଲା ମଞ୍ଜୁରୀ

ଟୋକିଓ,୨୩।୪: ଜାପାନରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ ଦେଶରେ ପ୍ରଥମ ଥର ପାଇଁ ଗର୍ଭପାତ ଔଷଧକୁ ଅନୁମୋଦନ କରିଛି। ଜାପାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଜାପାନର ପ୍ୟାନେଲ ବ୍ରିଟେନର ଲାଇନ୍‌ଫାର୍ମା ଇଣ୍ଟରନ୍ୟାଶନାଲ ଲିମିଟେଡ ଦ୍ୱାରା ନିର୍ମିତ ଗର୍ଭପାତ ଔଷଧ ‘ମେଫିଗୋ ପିଲ୍‌’…

୮୦ ବର୍ଷ ପରେ ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବୁଡ଼ିଥିବା ଜାପାନ ଜାହାଜ

ଓ୍ବାଶିଂଟନ,୨୩ା୪:  ପ୍ରଥମ ବିଶ୍ୱଯୁଦ୍ଧ ପରେ ଦୁନିଆର ସବୁଠାରୁ ବିନାଶକାରୀ ଯୁଦ୍ଧ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ଏହି ଯୁଦ୍ଧରେ ଜାପାନ, ଜର୍ମାନୀ ଏବଂ ପୋଲାଣ୍ଡ ଭଳି ଦେଶରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଏଥିରେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ରୁଷିଆ…

ଜୟଶଙ୍କରଙ୍କୁ ଏକ ବିଶେଷ ଉପହାର ଦେଲେ ଗୁଆନା ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୩।୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବେ ଦକ୍ଷିଣ ଆମେରିକୀୟ ଦେଶ ଗସ୍ତରେ ଅଛନ୍ତି। ଶନିବାର ଗୁଆନାରେ ତାଙ୍କର ସମକକ୍ଷ ହୟୁ ଡଟଙ୍କ ସହ ୫ମ ଭାରତ-ଗୁଆନା ମିଳିତ କମିଟି ବୈଠକରେ ସହଯୋଗ କରିଥିଲେ। ଏହି ସମୟରେ ସେ ରାଷ୍ଟ୍ରପତି…

କାହିଁକି ଟଙ୍କା ଦେଇ ଟୁଇଟର ବ୍ଲୁ ଟିକ କିଣୁଛନ୍ତି ଲୋକେ

ଓ୍ବାଶିଂଟନ,୨୩।୪: ଏଇ କିଛିଦିନ ହେବ ଚର୍ଚ୍ଚାରେ ଥିଲା କି ବଡ ବଡ ଲୋକଙ୍କର ଟୁଇଟରରୁ ବ୍ଲୁ ଟିକକୁ ହଟାଇ ଦିଆଯାଇଛି। ଏମାନଙ୍କ ମଧ୍ୟରେ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶାହାରୁଖ ଖଁା,ସଲମାନ ଖାଁ, ସଚ୍ଚିନ ତେନ୍ଦୁଲକର, ଅମିତାଭ ବଚ୍ଚନ…

ଗୁଆନା ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ନୂଆଦିଲ୍ଲୀ,୨୩।୪: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁଆନା ଗସ୍ତରେ ଅଛନ୍ତି। ଶନିବାର ସେ ଗୁଆନାର ପ୍ରଧାନମନ୍ତ୍ରୀ ମାର୍ଗ ଫିଲିପଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ଦେଶର ନେତାଙ୍କ ସାକ୍ଷାତକାର ସମୟରେ ଶକ୍ତି, ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରତିରକ୍ଷା ସହଯୋଗ ଭଳି ପ୍ରସଙ୍ଗ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪: ପ୍ରାର୍ଥୀ ନାମାଙ୍କନ ତାଲିକା ଦୌଡରେ ଡିସାଣ୍ଟିସଙ୍କୁ ପଛରେ ପକାଇଲେ ଟ୍ରମ୍ଫ

ଓ୍ବାଶିଂଟନ,୨୩।୪: ଓ୍ବାର୍ଲ ଷ୍ଟ୍ରିଟ ଜର୍ନାଲର ସର୍ବେକ୍ଷଣ ହିସାବରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଆଗାମୀ ରାଷ୍ଟ୍ରପତି ନାମାଙ୍କନ ଦୌଡରେ ଫ୍ଲୋରିଡାର ଗଭର୍ନର ରନ ଡିସାଂଟିସଙ୍କୁ ପଛରେ ପକାଇ ଦେଇଛନ୍ତି। ସର୍ଭେରୁ ଜଣାପଡିଛି କି ଟ୍ରମ୍ଫ ଅଧିକାଂଶ ପ୍ରାଇମେରି ଇଲେକ୍ଟୋରେଟର ସମର୍ଥନରେ…

ମୋବାଇଲରେ ଯାଞ୍ଚ୍‌ କରାଯିବ ଜରୁରୀକାଳୀନ ଆଲର୍ଟ ସିଷ୍ଟମ: ବ୍ରିଟେନ ଲୋକେ କଲେ ବିରୋଧ…

ଲଣ୍ଡନ,୨୩।୪ : କୋଟି କୋଟି ମୋବାଇଲରେ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ବ୍ରିଟେନରେ ରବିବାର ଅପରାହ୍ନ ୩ଟାରେ ଯାଞ୍ଚ କରାଯିବ। ଏହି ସମୟରେ, ସମସ୍ତ ଫୋନରେ ଏକାସାଙ୍ଗରେ ଏକ ଆଲାର୍ମ ବାଜିବ। ସମାନ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ଜାପାନ, କାନାଡା, ନେଦରଲାଣ୍ଡ ଏବଂ…

ଆମେରିକାରେ ନିଖୋଜ ଥିବା ଦୁଇ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩ା୪: ଆମେରିକାରେ ଦୁଇଜଣ ଭାରତୀୟ ଛାତ୍ର ନିଖୋଜ ଥିଲେ, ବର୍ତ୍ତମାନ ହ୍ରଦରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରିପୋର୍ଟରୁ ପ୍ରକାଶ ଯେ, ସିଦ୍ଧ ଶାହା(୧୯) ଏବଂ ଆର୍ଯ୍ୟନ ବୈଦ୍ୟ(୨୦) ଏପ୍ରିଲ ୧୫ରେ ଇଣ୍ଡିଆନପଲିସ ସହରର ଦକ୍ଷିଣ-ପଶ୍ଚିମଠାରୁ…

କିଛି ଘଣ୍ଟାରେ ୨ ଥର ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୩ା୪: ଇଣ୍ଡୋନେସିଆରେ ରବିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଆଜି ସକାଳେ ଇଣ୍ଡୋନେସିଆରେ ଲଗାତର ଦୁଇଟି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଯଥାକ୍ରମେ ୬.୧ ଏବଂ ୫.୮ ଥିଲା। ୟୁଏମ୍‌ଏସ୍‌ସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri