ସ୍ବତନ୍ତ୍ର, ନିରପେକ୍ଷ ନିର୍ବାଚନ ପାଇଁ ଆମେରିକାକୁ ଆଶ୍ୱାସନା ଦେଲେ କକର, କହିଲେ ପାକ୍-ଆମେରିକା ସହଭାଗୀତା ମହତ୍ୱପୂର୍ଣ୍ଣ
ଇସଲାମାବାଦ,୧୭।୮: ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାର-ଉଲ-ହକ କକର ଆମେରିକାକୁ ଦେଶରେ ସ୍ବତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାକୁ ନିଶ୍ଚିତ କରିଛନ୍ତି। ଅଗଷ୍ଟ ୧୨ରେ କାର୍ଯ୍ୟକାଳ ଶେଷ ହୋଇଥିବାରୁ ପାକିସ୍ତାନରେ ଆସନ୍ତା ମାସରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ରହିଛି। ବୁଧବାର ବିଳମ୍ବିତ…
୩ ଦେଶ ମଧ୍ୟରେ ଶୁକ୍ରବାର ବସିବ ବୈଠକ
ଓ୍ବାଶିଂଟନ୍,୧୭।୮: ଶୁକ୍ରବାର କ୍ୟାମ୍ପ ଡେବିଡରେ ହେବାକୁ ଥିବା ତ୍ରିପାକ୍ଷିକ ସମ୍ମିଳନୀରେ ସଂଯୁକ୍ତ ରାଜ୍ୟ ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ଯୋଗଦେବେ। ଆଶା କରାଯାଉଛି ଯେ, ଚାଇନା ବିରୋଧ ସତ୍ତ୍ୱେ ଏହି ସମୟରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ପାଇଁ ଏକ…
ଦକ୍ଷିଣ କୋରିଆର ଦାବି, ମହାକାଶରୁ ଶତ୍ରୁ ଉପରେ ନଜର ରଖିବ ନର୍ଥ କୋରିଆ
ସିଓଲ,୧୭।୮: ଉତ୍ତର କୋରିଆ ଏକ ଗୁଇନ୍ଦା ସାଟେଲାଇଟ ଲଞ୍ଚ କରିବାକୁ ଯାଉଛି। ଦକ୍ଷିଣ କୋରିଆର ଜଣେ ସାଂସଦ ଦେଶର ଗୁଇନ୍ଦା ଏଜେନ୍ସି ସୂତ୍ରକୁ ଆଧାର କରି ଏହି ସୂଚନା ଦେଇଛନ୍ତି କି ଉତ୍ତର କୋରିଆ ଅଗଷ୍ଟ ଶେଷ ସପ୍ତାହରେ ଅଥବା ସେପ୍ଟେମ୍ବର…
ମହିଳାଙ୍କୁ କବରରେ ଜୀବନ୍ତ ପୋତିଥଲେ ଲୋକ, ୧୧ଦିନ ପରେ ଘଟିଲା ଏପରି ଘଟଣା…
ବ୍ରାଜିଲ୍,୧୭।୮: ଜୀବନ୍ତ ମହିଳାଙ୍କୁ କବର ଦେଇଦେଲେ ଲୋକେ। ଅନେକ ଦିନ ଧରି ସେ କଫିନ ଭିତରେ ଜୀବିତ ଅବସ୍ଥାରେ ଥିଲେ। କଫିନରେ ଥିବା ଭିତରେ ମହିଳା ଜଣକ ବାହାରକୁ ବାହାରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। ପରେ, ତାଙ୍କର କ୍ରନ୍ଦନ ଶୁଣି…
ବିମାନର ବାଥରୁମରେ ଖସିପଡି ପାଇଲଟଙ୍କ ମୃତ୍ୟୁ, ପନାମା ବିମାନବନ୍ଦରରେ ଜରୁରୀ ଅବତରଣ କରାଇଲେ ସହ-ପାଇଲଟ
ପନାମା,୧୭।୮: ମିୟାମି-ଚିଲି ଅଭିମୁଖେ ଯାଉଥିବା ବିମାନର ପାଇଲଟ ବାଥରୁମରେ ଖସିପଡି ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ପରେ ମଙ୍ଗଳବାର ରାତିରେ ସହ-ପାଇଲଟ ଦ୍ୱାରା ବିମାନକୁ ପନାମାରେ ଜରୁରୀ ଅବତରଣ କରାଯାଇଥିଲା। ସୂଚନାନୁସାରେ, ହୃତ୍ଘାତ ହେତୁ ପାଇଲଟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ…
ୟୁକ୍ରେନ ବନ୍ଦର ଉପରେ ଋଷର ଆକ୍ରମଣକୁ କଡା ନିନ୍ଦା କଲା ଆମେରିକା
ଓ୍ବାଶିଂଟନ୍,୧୭।୮: ୟୁକ୍ରେନ ବନ୍ଦର ଉପରେ ଆକ୍ରମଣ କରିଛି ଋଷ। ରୁଷର ଆକ୍ରମଣକୁ କଡା ନିନ୍ଦା କରିଛି ଆମେରିକା। ଆମେରିକା କହିଛି, ଏହା ଗ୍ରହଣୀୟ ନୁହେଁ। ଆମେରିକା ମସ୍କୋକୁ କୃଷ୍ଣ ସାଗର ଶସ୍ୟ ଚୁକ୍ତିକୁ ପୁଣି ଫେରିବାକୁ ପରାମର୍ଶ ଦେଇଛି। ଆମେରିକାର ବୈଦେଶିକ…
କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି ବିନା ପ୍ରେସକିପସନରେ କିଣିପାରିବେ ଗର୍ଭପାତ ଔଷଧ
ଓ୍ବାଶିଂଟନ୍,୧୭।୮: ବିନା ପ୍ରେସକିପସନରେ କିଣି ପାରିବେ ଗର୍ଭପାତ ଔଷଧ। ଏମ ମାମଲାର ଶୁଣାଣି କରି ରାୟ ପ୍ରଦାନ କରିଛି ଆମେରିକାରେ ଫେଡେରାଲ କୋର୍ଟ। କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଗର୍ଭପାତ ଔଷଧ ଉପରେ ନୂଆ ପ୍ରତିବନ୍ଧକ ଲଗାଯିବ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ସୁପ୍ରିମକୋର୍ଟର…
ଆସୁଛି ଭୟଙ୍କର ଝଡ଼
ଓ୍ବାଶିଂଟନ,୧୭ା୮: ଆଗାମୀ ଦିନରେ ଏକ ଭୟଙ୍କର ଝଡ଼ ‘ହିଲାରୀ’ ଦକ୍ଷିଣ କାଲିଫର୍ନିଆ ଆଡ଼କୁ ମୁହାଁଇବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ମେକ୍ସିକୋ ଉପକୂଳରେ ସୃଷ୍ଟି ହୋଇଥିବା ଝଡ଼ ଏହି ସପ୍ତାହ ଶେଷରେ…
ଭାରତକୁ ଚାଉଳ-ଚିନି ମାଗିଲା ନେପାଳ…
କାଠମାଣ୍ଡୁ,୧୭।୮ : ଆଗାମୀ ପାର୍ବଣ ଋତୁରେ ଖାଦ୍ୟ ସାମଗ୍ରୀର ଅଭାବର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବରେ ନେପାଳ ସରକାର ଧାନ, ଚାଉଳ ଏବଂ ଚିନି ଯୋଗାଣକୁ ସହଜ କରିବାକୁ ଭାରତକୁ ଅନୁରୋଧ କରିଛନ୍ତି। ବାଣିଜ୍ୟ ଓ ଯୋଗାଣ ମନ୍ତ୍ରଣାଳୟର ଯୁଗ୍ମ…
ଆଜି ସ୍ବାଧୀନତା ଦିବସ ପାଳୁଛି ଇଣ୍ଡୋନେସିଆ, ଏମିତି ଅଭିନନ୍ଦନ ଜଣାଇଲା ଗୁଗ୍ଲ ଡୁଡ୍ଲ
ଜାକର୍ତ୍ତା,୧୭ା୮: ଗୁଗ୍ଲ ଡୁଡ୍ଲ ଇଣ୍ଡୋନେସିଆର ୭୮ ତମ ସ୍ବାଧୀନତା ଦିବସକୁ କଳାକାର ଡାଏଲା ମହାରାଣୀଙ୍କ ଏକ ବିଶେଷ ଫଟୋ ସହିତ ଅଭିନନ୍ଦନ ଜଣାଇଛି। ଇଣ୍ଡୋନେସିଆ ଆନୁଷ୍ଠାନିକ ଭାବରେ ୧୭ ଅଗଷ୍ଟ ୧୯୪୫ରେ ଡଚ୍ ଶାସନରୁ ସ୍ବାଧୀନତା ଲାଭ କରିଥିଲା। ଗୁଗ୍ଲ ଏକ…
ଗ୍ରେନେଡ ଆକ୍ରମଣରେ ୩ ପୋଲିସ ଆହତ
କରାଚୀ,୧୭ା୮: କରାଚୀରେ ଏକ ପୋଲିସ ଗାଡ଼ି ଉପରକୁ ଅଜଣା ବ୍ୟକ୍ତି ହ୍ୟାଣ୍ଡ ଗ୍ରେନେଡ୍ ଫିଙ୍ଗିବା ଦ୍ୱାରା ତିନି ଜଣ ପାକିସ୍ତାନୀ ପୋଲିସ ଆହତ ହୋଇଛନ୍ତି। କରାଚୀର ସିନିୟର ପୋଲିସ ଅଧୀକ୍ଷକ (ଏସ୍ଏସ୍ପି) ଗୁରୁବାର କହିଛନ୍ତି, ସଚ୍ଚାଲ କରାଚୀରେ ଏକ ପୋଲିସ ଗାଡ଼ି…
୬୪ ପ୍ରତିଶତ ଭୋଟର ଟ୍ରମ୍ପଙ୍କୁ ଭୋଟ ଦେବାକୁ ଅମଙ୍ଗ…
ଓ୍ବାଶିଂଟନ,୧୭।୮ : ପ୍ରତିଦିନ ନୂଆ ନୂଆ ଅଭିଯୋଗ ପରେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନମାନଙ୍କ ମଧ୍ୟରେ ନିଜର ସ୍ଥିତିକୁ ନେଇ ଗର୍ବ ଅନୁଭବ କରୁଛନ୍ତି। ତେବେ ଆସୋସିଏଟେଡ ପ୍ରେସର ଏକ ନୂତନ ସର୍ଭେ ଅନୁଯାୟୀ, ପ୍ରାୟ ୬୪ ପ୍ରତିଶତ…
Archives


