ଅନ୍ତର୍ଜାତୀୟ

ମଦ ବୋତଲରେ ଗାନ୍ଧିଜୀଙ୍କ ଛବି

ଜେରୁଜେଲମ୍‌,୪ା୭(ପି.ଟି.): ଇସ୍ରାଏଲ୍‌ର ୭୧ତମ ସ୍ବାଧୀନତାର ସ୍ମାରକୀ ସ୍ବରୂପ ସ୍ଥାନୀୟ ଏକ କମ୍ପାନୀ ଏହାର ମଦବୋତଲରେ ମହାତ୍ମା ଗାନ୍ଧୀଙ୍କ ଛବି ରଖି ବିବାଦୀୟ ହୋଇପଡ଼ିଛି। ଏହାଦ୍ୱାରା ଭାରତ ସରକାର ତଥା ଭାରତୀୟଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ସମ୍ପୃକ୍ତ କମ୍ପାନୀ କ୍ଷମାପ୍ରାର୍ଥନା କରିଛି।...

ଆମେରିକା ରାଷ୍ଟ୍ରପତି ଦୌଡ଼: ଡେମୋକ୍ରାଟ ଦଳର ୨ୟ ସ୍ଥାନରେ କମ୍‌ଲା ହାରିସ୍‌

ଓ୍ବାଶିଂଟନ,୪ା୭(ପି.ଟି.): ଆମେରିକାରେ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟ ଦଳରୁ ୨୦ରୁ ଊର୍ଦ୍ଧ୍ୱ ଆଶାୟୀ ରହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ କମ୍‌ଲା ହାରିସ୍‌ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିବା ସଦ୍ୟ ପ୍ରକାଶିତ ଜନମତ ସର୍ଭେରୁ ଜଣାପଡିଛି। ପ୍ରଥମ ଡେମୋକ୍ରାଟ୍‌...

ବିଏଲ୍‌ଏ ଆତଙ୍କବାଦୀ ସଂଗଠନ : ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୪ା୭(ପି.ଟି.): ବେଲୁଚିସ୍ତାନ ଲିବରେଶନ ଆର୍ମି (ବିଏଲ୍‌ଏ)କୁ ଆମେରିକା ବିଶ୍ୱ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି। ବେଲୁଚିସ୍ତାନରେ ପାକିସ୍ତାନୀ ଶାସନକୁ ବିରୋଧ କରୁଥିବା ଏହି ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଆମେରିକାର ଘୋଷଣାକୁ ଅଯଥାର୍ଥ ବୋଲି କହିଛି। ୨୦୦୬ରେ ପାକିସ୍ତାନ ବିଏଲ୍‌ଏକୁ ନିଷିଦ୍ଧ...

ଜଟିଳ ହେଉଛି ଲିବ୍ୟା ସଙ୍କଟ

ତ୍ରିପୋଲି,୪ା୭: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଲିବ୍ୟା ସଙ୍କଟ। ଉତ୍ତର ଆଫ୍ରିକାର ଏହି ଦେଶକୁ ସର୍ବାଧିକ ସମୟ ଶାସନ କରିଥିବା ଏକଚ୍ଛତ୍ରବାଦୀ ମୁଆମାର ଅଲ୍‌-ଗଦ୍ଦାଫିଙ୍କ ୨୦୧୧ରେ ପତନ ହେବା ପରଠୁ ସେଠାରେ ହିଂସା ଓ ବିଭାଜନ ଲାଗିରହିଛି। ସରକାରଙ୍କ...

ଆମାଜନ୍‌ ସିଇଓଙ୍କ ମହଙ୍ଗା ଛାଡ଼ପତ୍ର: ସ୍ତ୍ରୀଙ୍କୁ ଦେବାକୁ ପଡ଼ିବ ୩୮ ଶହ କୋଟି ଡଲାର

ସାନ୍‌ ଫ୍ରାନ୍ସିସ୍‌କୋ,୩।୭: ଆମାଜନ ସିଇଓ ଜେଫ୍‌ ବେଜୋସ୍‌ ପୃଥିବୀର ସବୁଠାରୁ ମହଙ୍ଗା ଛାଡ଼ପତ୍ର ଦେବେ। ଏଥିପାଇଁ ସ୍ତ୍ରୀ ମୈକେଜି ବେଜୋସଙ୍କୁ ସେ ୩୮ ଶହ କୋଟି ଡଲାର କ୍ଷତିପୂରଣ ଦେବେ। ଦୁହିଁଙ୍କର ବିବାହ ପ୍ରାୟ ୨୬ ବର୍ଷ ତଳେ ହୋଇଥିଲା।...

ସୁପ୍ରିମ୍‌କୋର୍ଟଙ୍କ ରାୟ ଆଗରେ ନୋଇଁଲେ ଟ୍ରମ୍ପ୍‌: ୨୦୨୦ ଜନଗଣନାରେ ରହିବନି ନାଗରିକତା ପ୍ରଶ୍ନ

ଓ୍ବାଶିଂଟନ,୩।୭: ଆମେରିକା ସୁପ୍ରିମ୍‌କୋର୍ଟଙ୍କ ରାୟ ଆଗରେ ରାଷ୍ଟ୍ରପ୍ରତି ଡୋନାଲ୍ଡ ଟ୍ରମ୍ପ୍‌ ନୋଇଁବାକୁ ବାଧ୍ୟ ହୋଇଛନ୍ତି। ଫଳରେ ଏଣିକି ୨୦୨୦ରେ ଆମେରିକାରେ ହେବାକୁଥିବା ଜନଗଣନାରେ ନାଗରିକତା ପ୍ରଶ୍ନକୁ ବାଦ୍‌ ଦିଆଯିବ। ୧୯୫୦ ଜନଗଣନା ପରେ ପ୍ରଥମଥର ପାଇଁ ଟ୍ରମ୍ପ୍‌ ସରକାର ୨୦୨୦...

ଲାହୋର ବିମାନବନ୍ଦରରେ ଗୁଳିଚାଳନା: ଦୁଇ ମୃତ

ଲାହୋର, ୩।୭: ପାକିସ୍ତାନର ଲାହୋର ବିମାନବନ୍ଦରରେ ଅଚାନକ ଗୁଳିଚାଳନା କରାଯାଇଛି। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଗୁଳିଚାଳନା କରିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ବିଷୟରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଶରଣାର୍ଥୀ ଶିବିରରେ ଏୟାର ଷ୍ଟ୍ରାଇକ୍‌: ୪୪ ମୃତ

ତ୍ରିପୋଲି,୩।୭: ଲିବିୟାର ଏକ ପ୍ରବାସୀ କେନ୍ଦ୍ର ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୪୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ଆମେରିକା ବି ମାନିଲା:ପାକିସ୍ତାନରେ ରହୁଛି ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌

ଓ୍ବାଶିଂଟନ୍‌, ୩।୭: ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌ ପାକିସ୍ତାନରେ ହିଁ ଅଛି ବୋଲି ଆମେରିକା ଯାଞ୍ଚ୍‌ ଏଜେନ୍ସି ଏଫବିଆଇ ଲଣ୍ଡନର ଏକ ଅଦାଲତରେ ଦାବି କରିଛି। ଦାଉଦ ପାକିସ୍ତାନରେ ରହୁଥିବାର ସମସ୍ତ ପ୍ରମାଣ ରହିଛି। ସେ କରାଚିରେ ରହି ନିଜ...

ପାକିସ୍ତାନରେ ପୁଣି ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ

ଇସଲମାବାଦ, ୩।୭:ପାକିସ୍ତାନର ସିନ୍ଧଠାରେ ଆଉ ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଜୁନ୍‌ ୨୯ରେ ଘରୁ ଟ୍ୟୁସନ ଯିବା ବାଟରେ ତାଙ୍କୁ କେହି ଅପହରଣ କରିନେଇଥିବା ପାକିସ୍ତାନ ହିନ୍ଦୁ ଓ୍ବେଲ୍‌ଫେୟାର୍‌ ସେବା ଟ୍ରଷ୍ଟ ସଭାପତି ସଞ୍ଜେଶ ଧାଞ୍ଜା...

ସୀମା ଲଂଘିଲା ଇରାନ

ତେହେରାନ୍‌,୩ା୭: ୟୁରାନିୟମ୍‌ ଉତ୍ପାଦନ କ୍ଷେତ୍ରରେ ସୀମା ଲଂଘିଛି ଇରାନ। ୨୦୧୫ରେ ବିଶ୍ୱ ଶକ୍ତିଗୁଡ଼ିକ ସହ ଚୁକ୍ତି ଅନୁସାରେ ନିର୍ଦ୍ଧାରିତ ପରିମାଣ ୩୦୦ କେ.ଜି.ଠାରୁ ଅଧିକ ୟୁରାନିୟମ୍‌ ଉତ୍ପାଦନ କରିଛି ପଶ୍ଚିମ ଏସିଆର ଏହି ଇସ୍‌ଲାମିକ୍‌ ରାଷ୍ଟ୍ର। ୩.୬୭%ରୁ ଊର୍ଦ୍ଧ୍ୱ ୟୁରାନିୟମ୍‌...

ଆଫଗାନୀସ୍ତାନରୁ ଆମେରିକା ସୈନ୍ୟ ହଟିବେ;ଗୋଇନ୍ଦା ବିଭାଗ ପୂର୍ବ ଭଳି ଜାରି ରଖିବ କାର୍ଯ୍ୟ: ଟ୍ରମ୍ପ୍‌

ଓ୍ବାଶିଂଟନ,୨।୭: ତାଲିବାନ୍‌ ଏବଂ ଆମେରିକା ମଧ୍ୟରେ ଶାନ୍ତି ପ୍ରୟାସ ଜାରି ରହିଛି। ଏହା ଅନ୍ତର୍ଗତ ଆମେରିକା ଆଫଗାନୀସ୍ତାନରୁ ସୈନ୍ୟ ହଟାଇବା ପାଇଁ ଯୋଜନା କରିଛି। ତେବେ ଆମେରିକା ଗୋଇନ୍ଦା ବିଭାଗ ପୂର୍ବଭଳି ଆଫଗାନୀସ୍ତାନରେ କାର୍ଯ୍ୟ ଜାରି ରଖିବ ବୋଲି ରାଷ୍ଟ୍ରପ୍ରତି...

Advertisement
Archives

Model This Week

Why Dharitri