୪ ରୁଷିଆ ନାଗରିକଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଇଲା ଆମେରିକା
ଓ୍ବାଶିଂଟନ୍,୧୮।୮: ଆମେରିକାର ଜୋ ବାଇଡେନ ସରକାର ଗୁରୁବାର ରୁଷିଆର ଚାରିଜଣ ନାଗରିକଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଚାରି ଜଣ ବ୍ୟକ୍ତି ୨୦୨୦ରେ ରୁଷିଆର ବିରୋଧୀଦଳର ନେତା ଆଲେକ୍ସୀ ନବଲନିଙ୍କୁ ବିଷ ଦେବାରେ ସାମିଲ ଥିଲେ। ଏହି ଚାରି...
୨ ଝିଅଙ୍କୁ ବଳାତ୍କାର: ବାପାଙ୍କୁ ୭୦୨ ବର୍ଷ ଜେଲ୍
କ୍ୱାଲାଲୁମ୍ପୁର,୧୮।୮: ନିଜର ଦୁଇ ନାବାଳିକା ଝିଅଙ୍କୁ ବଳାତ୍କାର ଅଭିଯୋଗରେ କୋର୍ଟ ଜଣେ ମାଲେସୀୟଙ୍କୁ ୭୦୨ ବର୍ଷ ଜେଲ ସହ ୨୩୪ ବେତ ପାହାର ଦଣ୍ଡାଦେଶ ଶୁଣାଇଛନ୍ତି। ସାଉଥ୍ ଚାଇନା ମର୍ନିଂ ପୋଷ୍ଟର ତଥ୍ୟ ଅନୁସାରେ ୫୩ ବର୍ଷୀୟ ଅଭିଯୁକ୍ତ ଜଣଙ୍କ...
ଉଦ୍ଧାରକାର୍ଯ୍ୟ ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ଥ: ୧୨ ନାଇଜେରିଆ ସୈନିକ ମୃତ
ଅବୁଜା,୧୮।୮: ନାଇଜେରିଆର ରାଜଧାନୀ ଅବୁଜାରେ ଏକ ମିଶନରୁ ମୃତ ଓ ଆହତସସୈନିକମାନଙ୍କୁ ନେଇ ଯାଉଥିବା ଏକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସମୟ ମଧ୍ୟରେ ନାଇଜେରିଆର ୧୨ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି। ନାଇଜର ଚୁକୁବା ଗ୍ରାମରେ ସଶସ୍ତ୍ର ଗ୍ୟାଙ୍ଗଙ୍କ ଆକ୍ରମଣରେ...
ନାଇଜେରିଆରେ ସଂଘର୍ଷ: ୩୬ ସୈନ୍ୟଙ୍କ ମୃତ୍ୟୁ
ଆବୁଜା,୧୮।୮:ନାଇଜେରିଆର ଉତ୍ତର ଅଞ୍ଚଳରେ ସଶସ୍ତ୍ର ଉଗ୍ରବାଦୀଙ୍କ ବିରୋଧରେ ଅପରେଶନ ବେଳେ ଆକ୍ରମଣ ଏବଂ ହେଲିକପ୍ଟର ଦୁର୍ଘଟଣାରେ ୩୬ ଜଣ ନାଇଜେରିଆ ସୈନିକଙ୍କ ମୃତ୍ୟୁ ଘଟିଛି। ନାଇଜେରିଆ ସେନା କହିଛି ଯେ, ଉତ୍ତର ଅଞ୍ଚଳରେ ସଶସ୍ତ୍ର ଗ୍ୟାଙ୍ଗ ସହ ସଂଘର୍ଷ ବେଳେ...
ରାସ୍ତାରେ ଦୁର୍ଘଟଣା ହୋଇ ଜଳିଗଲା ବିମାନ: ୧୦ ମୃତ
କ୍ୱାଲାଲୁମ୍ପୁର,୧୭ା୮ ମାଲେସିଆର ଏକ ୪ ଲେନ୍ ବିଶିଷ୍ଟ ରାସ୍ତାରେ ଗୁରୁବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗି ଯାଇଥିଲା। ଫଳରେ ୮ ଯାତ୍ରୀ ନିଆଁରେ ପୋଡି ପ୍ରାଣ ହରାଇଥିବା ବେଳେ ରାସ୍ତାରେ ଯାଉଥିବା ୨...
ବ୍ରିଟେନର ପ୍ରସିଦ୍ଧ ସଂଗ୍ରହାଳୟରେ ଚୋରି, ଭାରତ ସମେତ ବହୁ ପ୍ରାଚୀନ କଳାକୃତି ହେଲା ଗାଏବ
ଲଣ୍ଡନ,୧୭।୮: ବ୍ରିଟେନର ଏକ ସଂଗ୍ରହାଳୟରୁ ବହୁ ମୂଲ୍ୟବାନ ଐତିହାସିକ ବସ୍ତୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ସଂଗ୍ରହାଳୟରେ ଶହ ଶହ ବର୍ଷର ଇତିହାସକୁ ସଂରକ୍ଷିତ କରି ରଖାଯାଇଛି। ଏହା ମଧ୍ୟ ଲଣ୍ଡନର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ସଂଗ୍ରହାଳୟର...
ପାକିସ୍ତାନରେ ମନ୍ତ୍ରୀ ହେବେ ଆତଙ୍କବାଦୀ ୟାସିନ ମଲିଙ୍କ ପତ୍ନୀ
ଇସଲାମାବାଦ,୧୭।୮: ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନଓ୍ବାର-ଉଲ୍-ହକ୍ କାକର କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଆତଙ୍କବାଦ ପାଣ୍ଠି ସଂଗ୍ରହ ମାମଲାରେ ଜେଲରେ ଥିବା ୟାସିନ ମଲିକଙ୍କ ପତ୍ନୀ ମୁଶାଲ ମଲିକଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ପ୍ରଦାନ କରିଛନ୍ତି। ମାନବାଧିକାର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ...
ସମସ୍ତ ରାଜନୈତିକ ଦଳ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ
କାବୁଲ,୧୭।୮: ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ସମସ୍ତ ରାଜନୈତିକ ଦଳ ଉପରେ ପ୍ରତିବନ୍ଧକ ଲଗାଇଛି। ମଧ୍ୟବର୍ତ୍ତୀ ନ୍ୟାୟ ମନ୍ତ୍ରୀ ଶେଖ ମୌଲବୀ ଅବଦୁଲ ହକିମ ଶରାଇ କହିଛନ୍ତି ଯେ, ଦେଶର ସମସ୍ତ ରାଜନୈତିକ ଦଳର କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ରୂପେ ନିଷେଧ...
ଏକ୍ସପ୍ରେସ ୱେ’ରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ: ୧୦ ମୃତ
କୁଆଲାଲମ୍ପୁର,୧୭।୮: ଗୁରୁବାର ମାଲେସିଆର କୁଆଲାଲମ୍ପୁରରେ ଏକ୍ସପ୍ରେସ ୱେ’ରେ ଏକ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମାଲେସିଆର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ଏକ ବୟାନରେ କୁହାଯାଇଛି ଯେ, ବିମାନରେ...
ସ୍ବତନ୍ତ୍ର, ନିରପେକ୍ଷ ନିର୍ବାଚନ ପାଇଁ ଆମେରିକାକୁ ଆଶ୍ୱାସନା ଦେଲେ କକର, କହିଲେ ପାକ୍-ଆମେରିକା ସହଭାଗୀତା ମହତ୍ୱପୂର୍ଣ୍ଣ
ଇସଲାମାବାଦ,୧୭।୮: ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାର-ଉଲ-ହକ କକର ଆମେରିକାକୁ ଦେଶରେ ସ୍ବତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାକୁ ନିଶ୍ଚିତ କରିଛନ୍ତି। ଅଗଷ୍ଟ ୧୨ରେ କାର୍ଯ୍ୟକାଳ ଶେଷ ହୋଇଥିବାରୁ ପାକିସ୍ତାନରେ ଆସନ୍ତା ମାସରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ରହିଛି। ବୁଧବାର...
୩ ଦେଶ ମଧ୍ୟରେ ଶୁକ୍ରବାର ବସିବ ବୈଠକ
ଓ୍ବାଶିଂଟନ୍,୧୭।୮: ଶୁକ୍ରବାର କ୍ୟାମ୍ପ ଡେବିଡରେ ହେବାକୁ ଥିବା ତ୍ରିପାକ୍ଷିକ ସମ୍ମିଳନୀରେ ସଂଯୁକ୍ତ ରାଜ୍ୟ ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ଯୋଗଦେବେ। ଆଶା କରାଯାଉଛି ଯେ, ଚାଇନା ବିରୋଧ ସତ୍ତ୍ୱେ ଏହି ସମୟରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ପାଇଁ...
ଦକ୍ଷିଣ କୋରିଆର ଦାବି, ମହାକାଶରୁ ଶତ୍ରୁ ଉପରେ ନଜର ରଖିବ ନର୍ଥ କୋରିଆ
ସିଓଲ,୧୭।୮: ଉତ୍ତର କୋରିଆ ଏକ ଗୁଇନ୍ଦା ସାଟେଲାଇଟ ଲଞ୍ଚ କରିବାକୁ ଯାଉଛି। ଦକ୍ଷିଣ କୋରିଆର ଜଣେ ସାଂସଦ ଦେଶର ଗୁଇନ୍ଦା ଏଜେନ୍ସି ସୂତ୍ରକୁ ଆଧାର କରି ଏହି ସୂଚନା ଦେଇଛନ୍ତି କି ଉତ୍ତର କୋରିଆ ଅଗଷ୍ଟ ଶେଷ ସପ୍ତାହରେ ଅଥବା...
Archives


