ଅନ୍ତର୍ଜାତୀୟ

‘ଆମେରିକାର ଚେତାବନୀ ପରେ ବଦଳିଲା ସ୍ୱର’, ପୁଣି ଭାରତକୁ ଟାର୍ଗେଟ କଲେ କାନାଡ଼ା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୦।୧୨: ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ତ ସିଂହ ପାନୁ ହତ୍ୟା ମାମଲାରେ ପୁଣି ଭାରତକୁ ଟାର୍ଗେଟ କରିଛନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ବୁଧବାର ସେ କହିଛନ୍ତି ଯେ, ‘ଏହି ମାମଲାରେ ସମ୍ପୃକ୍ତି ନେଇ ଆମେରିକା ଚେତାବନୀ ଦେବା ପରେ ଭାରତର…

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଇମ୍ରାନଙ୍କ ଦଳ

ଇସଲାମାବାଦ,୨୦ା୧୨: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅତି କମ୍‌ରେ ତିନୋଟି ନିର୍ବାଚନମଣ୍ଡଳୀରୁ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ତାଙ୍କ ଦଳ ଘୋଷଣା କରିଛି। ୭୧ ବର୍ଷୀୟ ପୂର୍ବତନ କ୍ରିକେଟର ରାଜନେତା ଏହି ବର୍ଷ ଅଗଷ୍ଟ ମାସରେ…

ଭୁଲ ତଥ୍ୟ ଦେବାରୁ ଗୁଗୁଲ୍ ଉପରେ ୫୦ମିଲିୟନ୍ ଡଲାର ଜରିମାନା ଲଗାଇଲେ କୋର୍ଟ

ନୂଆଦିଲ୍ଲୀ, ୨୦ା୧୨: ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଭୁଲ ପ୍ରସାର କରିବା ତଥ୍ୟ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗରେ ତଥାକଥିତ “ନକଲି” ତଥ୍ୟ ଡିଲିଟ କରିବାରେ ବିଫଳ ହେବାରୁ ଋଷର ଏକ କୋର୍ଟ ବୁଧବାର ଗୁଗୁଲ ଉପରେ ୪.୬ ବିଲିୟନ ରୁବେଲ (୫୦.୮୪ ନିୟୁତ…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ପାଇଲଟ-ଫଟୋଗ୍ରାଫର ମୃତ

ଓ୍ବାଶିଂଟନ,୨୦ା୧୨: ଆମେରିକାର ନ୍ୟୁ ଜର୍ସିରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ଥିବା ପାଇଲଟ ଏବଂ ଫଟୋଗ୍ରାଫରଙ୍କର ମୃତ୍ୟୁ ଘଟିଛି। ଏକ ରିପୋର୍ଟରୁ ପ୍ରକାଶ ଯେ, ଟେଲିଭିଜନ ଆଉଟ୍‌ଲେଟ୍‌ର ଜଣେ ପାଇଲଟ ଏବଂ ଫଟୋଗ୍ରାଫର ଏହି ହେଲିକପ୍ଟରରେ ଥିଲେ। ଏହି ଦୁଇଜଣ…

ହମାସ ନୁହେଁ ଇସ୍ରାଏଲ ଲୋକଙ୍କୁ ବନ୍ଧକ ରଖିଛନ୍ତି ଗାଜା ନାଗରିକଙ୍କ ଭିଡ…

ଜେରୁଜେଲମ,୨୦।୧୨ : ଅକ୍ଟୋବର ୭ ରେ ଗାଜା ସ୍ଥିତ ହମାସ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଇସ୍ରାଏଲ ଉପରେ ପାଞ୍ଚ ହଜାର ରକେଟ ମାଡ କରାଯାଇଥିଲା। ଆକ୍ରମଣକାରୀମାନେ ଗାଜା ସହିତ ଇସ୍ରାଏଲ ସୀମାରେ ଥିବା ବାଡ ଭାଙ୍ଗି ଦେଇଥିଲେ। ଏହା ପରେ ହମାସ…

ସିଙ୍ଗାପୁରରେ କରୋନା ଅଣାୟତ ମୁହାଁ: ସପ୍ତାହ ମଧ୍ୟରେ ୫୬ ହଜାରରୁ ଅଧିକ ଆକ୍ରାନ୍ତ, ମାସ୍କ ପିନ୍ଧିବାକୁ ସରକାରଙ୍କ ନିର୍ଦ୍ଦେଶ…

ସିଙ୍ଗାପୁର,୨୦।୧୨ : କରୋନାର ନୂଆ ଭ୍ୟାରିଆଣ୍ଟ ଜେଏନ.୧ ପୃଥିବୀର ୧୧ଟି ଦେଶରେ ବ୍ୟାପିବାରେ ଲାଗିଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସିଙ୍ଗାପୁରରେ ସବୁଠାରୁ ଖରାପ ପରିସ୍ଥିତି ଦେଖାଦେଇଛି। ଏଠାରେ କରୋନା ଅଣାୟତ ମୁହାଁ ହେବାରେ ଲାଗିଛି। ଯେଉଁଠାରେ ଏକ ସପ୍ତାହ…

ଗାଜା ଷ୍ଟ୍ରିପରେ ଇସ୍ରାଏଲର ଆକ୍ରମଣ: ୪୫ ଜଣଙ୍କର ମୃତ୍ୟୁ, ୧୭ ଦିନ ପୂର୍ବରୁ ଜନ୍ମ ହୋଇଥିବା ଶିଶୁର ବି ଗଲା ଜୀବନ

ଜେରୁଜେଲମ,୨୦।୧୦: ବର୍ତ୍ତମାନ ବିଶ୍ୱ ଦୁଇଟି ବଡ଼ ଯୁଦ୍ଧର ସମ୍ମୁଖୀନ ହୋଇଛି। ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ଅନ୍ୟ ପଟେ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ। ଅକ୍ଟୋବର ୭ରେ ଗାଜା ସ୍ଥିତ ଆତଙ୍କବାଦୀ ଗୋଷ୍ଠୀ ହମାସ ଦ୍ୱାରା ଇସ୍ରାଏଲ ଉପରେ ୫…

ଭୟଙ୍କର ଝଡ଼ ତୋପାଫାନରେ ରନଓ୍ବେରେ ୯୦ଡିଗ୍ରୀ ବୁଲିଗଲା ବିମାନ, ଦେଖନ୍ତୁ ଭିଡିଓ

ବୁଏନୋସ ଆଇରେସ,୨୦।୧୨: ଆର୍ଜେଣ୍ଟିନାରେ ଆସିଥିବା ଏକ ଘୂର୍ଣ୍ଣିବଳୟ ହଇଚଇ ସୃଷ୍ଟି କରିଛି। ଗତ ସପ୍ତାହ ଶେଷରେ, ଏହି କାରଣରୁ ୧୬ ଜଣଙ୍କର ମତ୍ୟୁ ହୋଇଥିଲା। ଝଡ଼ର ପ୍ରବଳ ପବନ ମଧ୍ୟ ରାଜଧାନୀ ବୁଏନୋସ ଆଇରେସରେ ଗଛ ଏବଂ ଲାଇଟ୍‌ପୋଷ୍ଟ ଭାଙ୍ଗି ଦେଇଛି।…

ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷିତ ହେଲେ ଟ୍ରମ୍ଫ

ଓ୍ବାଶିଂଟନ,୨୦।୧୨: ହ୍ବାଇଟ ହାଉସ ରେସ ପାଇଁ ପ୍ରଚାର କରୁଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର କଲରାଡୋ ରାଜ୍ୟର ମୁଖ୍ୟ କୋର୍ଟ କ୍ୟାପିଟାଲ ହିଂସା ମାମଲାରେ ଆମେରିକାର ସମ୍ବିଧାନ ଅନୁଯାୟୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତି…

ଭାରତ ସମେତ ୧୧ ଦେଶରେ କରୋନା ଆତଙ୍କ: ଡବ୍ଲୁଏଚଓର ଚେତାବନୀ, ଜେଏନ.୧କୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଘୋଷିତ…

ଜେନେଭା/ନୂଆଦିଲ୍ଲୀ,୧୯।୧୨ : କରୋନା ମହାମାରୀ ପୁଣି ଥରେ ମୁଣ୍ଡ ଟେକିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଜେଏନ.୧ ଷ୍ଟ୍ରେନ କୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଘୋଷିତ କରିଛି । ଏହା ମଧ୍ୟ କୁହାଯାଇଛି ଏହା ଜନସ୍ବାସ୍ଥ୍ୟ ପାଇଁ ଅଧିକ ବିପଦ ସୃଷ୍ଟି…

ଥରିଲା ଘର କାନ୍ଥ, ଭାଙ୍ଗିଲା କୋଠା: ଚାଇନାର ଭୂକମ୍ପ ଭିଡିଓ ଭାଇରାଲ…

ବେଜିଂ୧୯।୧୨ : ହଠାତ ଜୋରରେ ଝଟକା ଲାଗି ଘରର କାନ୍ଥଗୁଡ଼ିକ ଥରିବାରେ ଲାଗିଲା। ଏହା ସହିତ ବଡ଼ ବଡ଼ କୋଠା ଗୁଡ଼ିକ ଭୁଶୁଡ଼ି ପଡ଼ିଲା। ଯାନବାହନ ଚଳାଚଳ ଆରମ୍ଭ କଲା, ଘରର କାନ୍ଥରେ ଫାଟ ସୃଷ୍ଟି ହେଲା । ଲୋକମାନେ ଭୟଭୀତ…

ଚାଇନାରେ ଭୂକମ୍ପ ହେଲେ କାହିଁକି ଅଧିକ ଲୋକଙ୍କର ମୃତ୍ୟୁ ଘଟେ, କାରଣ କ’ଣ…

ବେଜିଂ,୧୯।୧୨ : ଚାଇନାର ଉତ୍ତର-ପଶ୍ଚିମାଞ୍ଚଳରେ ୬.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ବହୁ ଧ୍ୱଂସ ଘଟାଇଛି। ଏଥିରେ ୧୧୧ ଲୋକଙ୍କ ଜୀବନ ଯାଇଛି। ଅନେକ ଅଟ୍ଟାଳିକା ଭୁଶୁଡି ପଡିଛି। ଚାରିଆଡେ ଭଙ୍ଗାରୁଜା ଆବର୍ଜନା ପାଲଟିଛି। ବିଦ୍ୟୁତ ଏବଂ ଜଳ ଯୋଗାଣ ବ୍ୟାହତ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri