ବିମାନରେ ଲାଗିଲା ନିଆଁ, ସୁରକ୍ଷିତ ଉଦ୍ଧାର ହେଲେ ୨୭୬ ଯାତ୍ରୀ
ଇସଲାମାବାଦ,୧୧।୭: ପାକିସ୍ତାନ ପେଶାଓ୍ବରର ବାଚା ଖାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୌଦି ଏୟାରଲାଇନ୍ସର ଏକ ବିମାନରେ ନିଆଁ ଲାଗିଯାଇଥିଲା। ବିମାନରେ ପ୍ରାୟ ୩୦୦ଲୋକ ଥିଲେ। ଏହି ବିମାନ ସୌଦି ଆରବର ରିୟାଦରୁ ପେଶାଓ୍ବରରେ ପହଞ୍ଚିଥିଲା। ଅଧିକାରୀ କହିଛନ୍ତି ଯେ ବିମାନର ଲ୍ୟାଣ୍ଡିଂ ଗିୟରରେ…
ପାକିସ୍ତାନରେ ପ୍ରଥମଥର ପାଇଁ ଘଟିଲା ଏମିତି: ଜଣେ ମହିଳା ହେଲେ…
ଲାହୋର,୧୧।୭: ପ୍ରଥମ ଥର ପାଇଁ ଜଣେ ମହିଳା ବିଚାରପତି ପାକିସ୍ତାନର ଲାହୋର ହାଇକୋର୍ଟ (ଏଲଏଚସି) ରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଷ୍ଟିସ ଆଲିଆ ନୀଲମ ମଧ୍ୟ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରିବା ପରେ ପଞ୍ଜାବର ରାଜ୍ୟପାଳ ସଲିମ…
ବ୍ରିଟେନ୍ ସଂସଦରେ ଗୀତା ହାତରେ ଧରି ଶପଥ ନେଇଥିବା ଏମ୍ପି ଶିବାନୀ ରାଜା କିଏ? ଜାଣନ୍ତୁ ସବୁକିଛି…
ଲଣ୍ଡନ,୧୧।୭: ବ୍ରିଟେନ୍ରେ ଜୁଲାଇ ୪ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୪ ବର୍ଷ ଧରି ନିରବଚ୍ଛିନ୍ନ ଶାସନ କ୍ଷମତାରେ ଥିବା କଞ୍ଜର୍ଭେଟିଭ୍ ପାର୍ଟିକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ୬୫୦ରୁ ୪୧୨ ଆସନ ଜିତି ଶାସନ କ୍ଷମତାକୁ ଫେରିଛି…
ଶେଷରେ ନରମିଲା ଚାଇନା: ଭାରତ ସହ ମିଳାଇଲା ହାତ
ନୂଆଦିଲ୍ଲୀ/ବେଜିଂ,୧୧।୭: ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ତିକ୍ତତା ମଧ୍ୟରେ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଚାଇନା ବୈଦେଶିକ ମନ୍ତ୍ରୀ…
ଆମେରିକାର ବଡ଼ ବୟାନ: ଭାରତ ହିଁ ବନ୍ଦ କରିପାରିବ ରୁଷିଆ-ୟୁକ୍ରେନ ଯୁଦ୍ଧ
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧ା୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ରୁଷିଆ ଯାଇଥିଲେ। ସେତେବେଳେ ଆମେରିକା ଉଦ୍ବେଗ ପ୍ରକାଶ କରିଥିଲା। ମାତ୍ର ଏବେ ଆମେରିକା ଭାରତର ଶକ୍ତିକୁ ମାନିଛି। ଆମେରିକା କହିଛି, ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ…
ଉପରେ ମିଠା କଥା କହି, ଭାରତ ବିରୋଧରେ ବିଷ ବୁଣୁଛି ଚାଇନା
ନୂଆଦିଲ୍ଲୀ,୧୧।୭: ଚାଇନା ନିଜ ପ୍ରତୃତିରୁ ଆଦୌ ସୁଧୁରିବ ନାହିଁ। ପ୍ରଥମେ ମଧୁର କଥା କହୁଛି, କିନ୍ତୁ ହୃଦୟରେ ବିଷ ଛଡା ଆଉ କିଛି ନାହିଁ। ସୀମା ବିବାଦର ସମାଧାନ ପାଇଁ ସେ ଭାରତ ସହ ହାତ ମିଳାଇବା ବିଷୟରେ କହୁଉି, କିନ୍ତୁ…
ସ୍ବାମୀଙ୍କୁ ଚିକେନ ତରକାରି ଭଲ ଲାଗିଲାନି, ସ୍ତ୍ରୀଙ୍କୁ ଟେକି ଝରକା ବାହାରକୁ ଫିଙ୍ଗିଦେଲେ, ଭିଡିଓ ଦେଖିଲେ…
ଇସଲାମାବାଦ,୧୧ା୭: ରାଗ ମଣିଷର ପରମ ଶତ୍ରୁ। କୌଣସି କଥାରେ ରାଗ ଆସିଲେ ମଣିଷ କିଛି ନା କିଛି କରି ବସେ। କିଛି ଲୋକ ଅଛନ୍ତି, ଯେଉଁମାନେ ଛୋଟ କଥାରେ ବି ଭୟଙ୍କର ଭାବେ ରାଗିଯାଇ ଅଜବ କାଣ୍ଡ ଘଟାଇଥାନ୍ତି। ଏବେ ସେମିତି…
ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ନୋବେଲ ବିଜେତା: କହିଲେ, ଦୁନିଆ ନେତା ତାଙ୍କଠାରୁ କିଛି ଶିଖନ୍ତୁ
ଭିଏନା,୧୧।୭: ନୋବେଲ ବିଜେତା ଅଷ୍ଟ୍ରିଆର ପଦାର୍ଥ ବିଜ୍ଞାନୀ ପେଣ୍ଟେନ ଜେଲିଙ୍ଗର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟନ୍ତ ଆଧ୍ୟାତ୍ମିକ ଏବଂ ବିଶ୍ୱର ଅନେକ ନେତା ତାଙ୍କର ଏହି ଚରିତ୍ରକୁ ଗ୍ରହଣ କରିବା…
ଗୀତା ଧରି ଶପଥ ନେଲେ ବ୍ରିଟେନ୍ ଏମ୍ପି ଶିବାନୀ
ଲଣ୍ଡନ୍,୧୦ା୭: ଜୁଲାଇ ୪ରେ ଅନୁଷ୍ଠିତ ବ୍ରିଟେନ୍ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଶିବାନୀ ରାଜା ଲିସେଷ୍ଟର ଇଷ୍ଟ୍ ସଂସଦୀୟ ଆସନରେ ବିଜୟୀ ହୋଇଛନ୍ତି। କଞ୍ଜରଭେଟିଭ୍ ପାର୍ଟିରୁ ଲଢ଼ିଥିବା ଗୁଜରାଟୀ ମୂଳର ୧୯ ବର୍ଷୀୟା ବିଜିନେସ୍ଓମେନ୍ ଶିବାନୀ ଲେବର ପାର୍ଟିର ଭାରତୀୟ ବଂଶୋଦ୍ଭବ ରାଜେଶ…
ଶେଷ ହେବ ୟୁକ୍ରେନ ଯୁଦ୍ଧ
ହଙ୍ଗେରୀ/ନୂଆଦିଲ୍ଲୀ,୧୦ା୭: ଅଷ୍ଟ୍ରିଆର ଚାନ୍ସେଲର କାର୍ଲ ନେହାମରଙ୍କ ସହ ହୋଇଥିବା ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆର ପରିସ୍ଥିତି ସମେତ ବିଶ୍ୱରେ ଚାଲିଥିବା ବିବାଦ ଉପରେ ଆଲୋକପାତ କରିଛନ୍ତି। ଅନେକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ସହମତି ମଧ୍ୟ ହୋଇଥିଲା।…
ମୋଦି-ପୁଟିନଙ୍କ ଆଲିଙ୍ଗନ ଫଟୋ ଦେଖି ରାଗରେ ନିଆଁବାଣ ଚାଇନା: କହିଲା ଏମିତି….
ବେଜିଂ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ରୁଷିଆ ଗସ୍ତ ବିଶ୍ୱ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। କିଛି ଲୋକ କହୁଛନ୍ତି ଯେ, ଏହି ଗସ୍ତ ଆମେରିକା ପାଇଁ ଚିନ୍ତାଜନକ ଏବଂ ଆଉ କେହି କହୁଛନ୍ତି ଚାଇନା ପାଇଁ ବିପଜ୍ଜନକ। ଉଲ୍ଲେଖଯୋଗ୍ୟ, ଗତ…
ଆଣବିକ ପ୍ଲାଣ୍ଟ ନିର୍ମାଣ: ସହାୟତା କରିବ ରୁଷିଆ
ମସ୍କୋ,୧୦ା୭: କ୍ଷୁଦ୍ର ଆଣବିକ ଶକ୍ତି ପ୍ରକଳ୍ପ ନିର୍ମାଣ ପାଇଁ ରୁଷିଆ ଭାରତକୁ ସହାୟତା ଯୋଗାଇଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଆଟମ୍ ପାଭିଲିଅନ୍ ପରିଦର୍ଶନ କରିବା ଅବସରରେ ରୋସାଟମ୍ ଷ୍ଟେଟ୍ ଆଟମିକ୍ ଏନର୍ଜି କୋଅପରେଶନର ମୁଖ୍ୟ…
Archives


