ଅନ୍ତର୍ଜାତୀୟ

ବିଧା-ଚାପୁଡା-ମୁଥ ମାରି ଅପରେଶନ କରୁଥିବା ଡାକ୍ତରଙ୍କୁ ନେଇ ରୋଗୀ ଆତଙ୍କିତ: ଭିଡିଓ ହେଲା ଭାଇରାଲ…

ବେଜିଂ,୨୫।୧୨ : ଚାଇନାରେ ପ୍ରତିଦିନ ଅଜବ ଘଟଣା ଘଟୁଛି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି କ୍ରମରେ, ଏକ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଡାକ୍ତର ଜଣେ ବୃଦ୍ଧ ମହିଳା ରୋଗୀଙ୍କୁ ଅପରେଶନ ସମୟରେ ପିଟିଥିବାର ନଜର ଆସିଛନ୍ତି।…

୩୦୦ ଭାରତୀୟଙ୍କୁ ନେଇ ବିମାନ ବନ୍ଦରରେ ଅଟକି ଥିବା ବିମାନ ଏବେ ଯିବ କୁଆଡେ ? ମାନବ ଚୋରାଚାଲାଣ ନେଇ ତଦନ୍ତ ଜାରି …

ପ୍ୟାରିସ,୨୫।୧୨: ଫ୍ରାନ୍ସରେ ୩୦୦ ଭାରତୀୟ ଯାତ୍ରୀଙ୍କୁ ନେଇ ବିମାନ ବନ୍ଦରରେ ରହିଥିବା ବିମାନ ଉଡ଼ାଣ ସମ୍ପର୍କରେ ବଡ ସୂଚନା ସାମ୍ନାକୁ ଆସିଛି। ଫ୍ରାନ୍ସରେ ‘ମାନବ ଚୋରା ଚାଲାଣ’ ସନ୍ଦେହରେ ପ୍ୟାରିସ ନିକଟ ଏକ ବିମାନବନ୍ଦରରେ ତିନି ଦିନ ପାଇଁ ଅଟକି ରହିଥିବା…

ଇସ୍ରାଏଲର ଆକ୍ରମଣ: ୭୦ରୁ ଅଧିକ ମୃତ

ଜେରୁଜେଲମ୍‌,୨୫ା୧୨: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ନେଉନି। ରବିବାର ବିଳମ୍ବିତ ରାତିରେ ଇସ୍ରାଏଲ ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଫଳରେ ୭୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି। ଏହି ମୃତକଙ୍କ ମଧ୍ୟରେ ୧୨…

ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ପ୍ରାଥିପତ୍ର ଦାଖଲ, ଜାଣନ୍ତୁ କେବେ ହେବ ନିର୍ବାଚନ

ଇସଲାମାବାଦ,୨୪।୧୨: ଫେବୃୟାରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ରବିବାର ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ପ୍ରାର୍ଥୀପତ୍ର ଦାଖଲ କରିବାର ରବିବାର ଶେଷ ତାରିଖ ଥିଲା। ତେବେ ଅନେକ ବରିଷ୍ଠ ନେତା…

ଥମୁନି ଯୁଦ୍ଧ: ହମାସ୍‌ ଆକ୍ରମଣରେ ୧୪ ଇସ୍ରାଏଲୀ ସୈନ୍ୟ ନିହତ

ତେଲ୍‌ ଆଭିଭ,୨୪ା୧୨:ଗାଜା ଷ୍ଟ୍ରିପ୍‌ରେ ରବିବାର ଘମାଘୋଟ ଲଢ଼େଇରେ ଇସ୍ରାଏଲ୍‌ର ୧୪ ସୈନ୍ୟ ନିହତ ହୋଇଛନ୍ତି। ଇସ୍ରାଏଲ୍‌ ଗାଜାରେ ସ୍ଥଳ ଯୁଦ୍ଧ ଆରମ୍ଭ କରିବାଠାରୁ ଏହା ସେମାନଙ୍କ ପାଇଁ ସବୁଠୁ ରକ୍ତରଞ୍ଜିତ ଦିନ। ଇସ୍ରାଏଲ୍‌ର କ୍ରମାଗତ ଆକ୍ରମଣ ସତ୍ତ୍ୱେ ହମାସ୍‌ ଲଢ଼େଇ ଜାରି…

ଦକ୍ଷିଣ-ପୂର୍ବ ଏସିଆ ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା, ସତର୍କ ରହିବାକୁ କହିଲା ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ/ଜେନେଭା,୨୪।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଦକ୍ଷିଣ-ପୂର୍ବ ଏସିଆର ଦେଶମାନଙ୍କରେ କରୋନା ଏବଂ ଇନଫ୍ଲୁଏଞ୍ଜାର ନୂତନ ସବ-ଭାରିଆଣ୍ଟ ଜେଏନ ୧ ସମେତ ଶ୍ୱାସକ୍ରିୟା ରୋଗର ବୃଦ୍ଧି ଘଟୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କତା ବୃଦ୍ଧି କରିବାକୁ ଅନୁରୋଧ କରିଛି। ହୁ ଲୋକଙ୍କୁ…

ରେଡ ସି’ରେ ଆଉ ଏକ ଜାହାଜ ଉପରେ ଡ୍ରୋନ ଆକ୍ରମଣ, ତ୍ରିରଙ୍ଗା ଲାଗିଥିବା କରାଯାଉଛି ଦାବି

ଓ୍ବାଶିଂଟନ,୨୪।୧୨: ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ରବିବାର ସକାଳେ ଲୋହିତ ସାଗର ବା ରେଡ ସି’ରେ ଆଉ ଏକ ତୈଳ ପରିବହନ କରୁଥିବା ଜାହାଜକୁ ଟାର୍ଗେଟ କରିଥିଲେ। କୁହାଯାଇଛି ଯେ ଏହି ଜାହାଜରେ ୨୫ ଜଣ ଭାରତୀୟ କ୍ରୁ ସଦସ୍ୟ ଅଛନ୍ତି,…

ଦୁଇ ଗର୍ଭାଶୟ ଥିବା ମହିଳା ଜନ୍ମଦେଲେ ଜାଆଁଳା ସନ୍ତାନ

ଓ୍ବାଶିଂଟନ,୨୪ା୧୨: ଆମେରିକାର ଆଲବାମାଠାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇଟି ଗର୍ଭାଶୟ ଥିବା ଜଣେ ମହିଳା ଯାଆଁଳା ଝିଅକୁ ଜନ୍ମ ଦେଇଛନ୍ତି। ଏହିପରି ମାମଲା କେବଳ ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣକରେ ଘଟିଥାଏ। ଉଭୟ ଆଲବାମା ବିଶ୍ୱବିଦ୍ୟାଳୟର…

ପୁଣି ତାଇୱାନରେ ଧସେଇ ପଶିଲା ଚାଇନା

ବେଜିଂ,୨୪।୧୩: ପୁଣି ତାଇଓ୍ବାନରେ ଧସେଇ ପଶିଛି ଚାଇନାା। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଦାବି କରିଛି। ଚାଇନା ବିମାନ ସହିତ ଚାଇନାର ବେଲୁନ ମଧ୍ୟ ତାଇୱାନର ଆକାଶରେ ପ୍ରବେଶ କରିଛି। ଦୀର୍ଘ ଦିନ ହେବ ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା…

କାରଖାନାରେ ଲାଗିଲା ନିଆଁ: ଜିଅନ୍ତା ଜଳିଗଲେ ୧୩ କର୍ମଚାରୀ

ଜାକର୍ତ୍ତା,୨୪ା୧୨: ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ୱୀପରେ ଥିବା ଚାଇନାର ଏକ ନିକେଲ ତରଳିବା କାରଖାନାରେ ରବିବାର ବିସ୍ଫୋରଣ ହେବାରୁ ୧୩ ଜଣ ଜିଅନ୍ତା ଜଳିଯାଇଛନ୍ତି। ଏନେଇ ସେଣ୍ଟ୍ରାଲ ସୁଲାଓ୍ବେସି ପୋଲିସ ମୁଖ୍ୟ ଆଗସ ନଗ୍ରୋହୋ କହିଛନ୍ତି, ଏହି ଘଟଣାରେ ଅତି କମ୍‌ରେ ୫…

ଗୁଗ୍‌ଲ ଦେବ ୫,୮୦୦ କୋଟି ଟଙ୍କା, ୧୦ କୋଟି ୟୁଜର୍ସଙ୍କୁ ମିଳିବ ଏହି ରାଶି, ଜାଣିନିଅନ୍ତୁ ଆପଣଙ୍କ ଆକାଉଣ୍ଟକୁ ଆସିବ କି ନାହିଁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪ା୧୨: ବିଶ୍ୱର ଅଗ୍ରଣୀ ବୈଷୟିକ କମ୍ପାନୀ ଗୁଗ୍‌ଲକୁ କଠୋର ଅର୍ଥଦଣ୍ଡ ଦିଆଯାଇଛି। ବର୍ତ୍ତମାନ କମ୍ପାନୀକୁ ଆମେରିକାରେ ୭୦୦ ମିଲିୟନ ଡଲାର୍‌ (ପ୍ରାୟ ୫,୮୨୩ କୋଟି ଟଙ୍କା) ଦେବାକୁ ପଡ଼ିବ। ଗୁଗ୍‌ଲ ବଜାରରେ ଆଣ୍ଡ୍ରଏଡ୍‌ରେ କଠୋର ସ୍ଥିତିର ସୁଯୋଗ ନେଇ ଗୁଗ୍‌ଲକୁ ଏକ…

ଏହି ଦେଶରେ ଜେଲରେ ପହରା ଦିଅନ୍ତି ବତକ

ଦେଶରେ ଜେଲରେ ସୁରକ୍ଷା ପ୍ରଦାନ ପାଇଁ କଡାକଡି ବ୍ୟବସ୍ଥା କରାଯାଇଥାଏ। ଦୁର୍ଦ୍ଦାନ୍ତ ଅପରାଧୀ ଯେପିରି ଜେଲର ସୁରକ୍ଷା କବଚ ଭାଙ୍ଗି ବାହାରକୁ ନ ଯାଇ ପାରନ୍ତି ଏଥିପାଇଁ ସେମାନଙ୍କୁ ନଜର ରଖିବା ପାଇଁ ସିକ୍ୟୁରିଟି କ୍ୟାମେରା, ଗାର୍ଡ ସହ ଟ୍ରେନି କୁକୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri